ଓଡିଶା

odisha

INX Money Laundering Case: କାର୍ତ୍ତି ଚିଦାମ୍ବରମଙ୍କ ୧୧କୋଟିର ସମ୍ପତ୍ତି ଜବତ କଲା ଇଡି

By

Published : Apr 19, 2023, 8:57 AM IST

ଆଇଏନଏକ୍ସ ମନି ଲଣ୍ଡରିଂ ମାମଲାରେ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ୧୧.୦୪ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି । ଅଧିକ ପଢନ୍ତୁ

Karti Chidamabaram
Karti Chidamabaram

ନୂଆଦିଲ୍ଲୀ:ଆଇଏନଏକ୍ସ ମନି ଲଣ୍ଡରିଂ ମାମଲାରେ ବରିଷ୍ଠ କଂଗ୍ରେସ ନେତା ପି ଚିତାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କ ସମ୍ପତ୍ତି ଜବତ କରିଲା ଇଡି । ଗତକାଲି(ମଙ୍ଗଳବାର) ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୧.୦୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଇଡି କାର୍ତ୍ତିକଙ୍କର ୪ଟି ସମ୍ପତ୍ତି ଜବତ କରିଛି, ଯେଉଁଥିରେ ୩ଟି ଅସ୍ଥାବର ଏବଂ ଗୋଟିଏ ସ୍ଥାବର ସମ୍ପତ୍ତି ରହିଛି । ଏହି ଘଟଣାରେ ଇଡି ପକ୍ଷରୁ କୁହାଯାଇଛି, "କାର୍ତ୍ତିଙ୍କର ଜବତ ହୋଇଥିବା ଗୋଟିଏ ସ୍ଥାୟୀ ସମ୍ପତ୍ତି କର୍ଣ୍ଣାଟକର କୁର୍ଗ ଜିଲ୍ଲାରେ ରହିଛି । ତାଙ୍କ ବିରୋଧରେ ଅର୍ଥ ଠକେଇ ନିବାରଣ ଆଇନ(ପିଏମଏଲଏ)ରେ ଏକ ଆଦେଶନାମା ଜାରି ହୋଇଛି ।

ଶିବଗଙ୍ଗା ଲୋକସଭା ଆସନରୁ ସାଂସଦ ଅଛନ୍ତି କାର୍ତ୍ତି: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିତାମ୍ବରମଙ୍କ ପୁଅ କାର୍ତ୍ତି ବର୍ତ୍ତମାନ ତାମିଲନାଡୁର ଶିବଗଙ୍ଗା ଲୋକସଭା ଆସନରୁ ସାଂସଦ ରହିଛନ୍ତି । ପୂର୍ବରୁ ଆଇଏନଏସ ମାମଲାରେ ସିବିଆଇ ଏବଂ ଇଡି ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ: G20 Education Working Group meeting: ଏପ୍ରିଲ 27 ରୁ 29 ଭୁବନେଶ୍ବରରେ ତୃତୀୟ ବୈଠକ

କଣ ରହିଥିଲା ମାମଲା: ଆଇଏନଏକ୍ସ ମିଡିଆ ଗ୍ରୁପକୁ ବିଦେଶୀ ନିବେଶକ ପ୍ରୋମସନ ବୋର୍ଡ(FIPB) ମଞ୍ଜୁରୀ ଦେବାରେ ଅନିୟମିତତାରେ ଯାଞ୍ଚ ପାଇଁ ୨୦୧୭ ମସିହାରେ ପିଏମଏଲଏ ଆଧାରରେ ଅପରାଧିକ ମାମଲା ରୁଜୁ କରିଥିଲା ଇଡି । ଆଇଏନଏକ୍ସ ମିଡିଆକୁ ୨୦୦୭-୦୮ରେ ଏଫଆଇପିବିର ମଞ୍ଜୁରୀ ମିଳିଥିଲା । ସେହି ସମୟରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ୟୁପିଏ ସରକାରର କେନ୍ଦ୍ର ଅର୍ଥମନ୍ତ୍ରୀ ରହିଥିଲେ । କିନ୍ତୁ ଏହି ମଞ୍ଜୁରୀ ଆଇନଗତ ନୁହେଁ ବୋଲି ଦର୍ଶାଯାଇଥିଲା ।

ତଦନ୍ତକାରୀ ସଂସ୍ଥା ପି ଚିଦାମ୍ବରମ ଉପରେ ତାଙ୍କ ପୁଅ କାର୍ତ୍ତିର ମାଧ୍ୟମରେ ମିଡିଆ ଗ୍ରୁପର ପ୍ରମୋଟର ଇନ୍ଦ୍ରାଣୀ ଏବଂ ପିଟର ମୁଖାର୍ଜୀଙ୍କ ଠାରୁ ଲାଞ୍ଚ ନେଇ ଦୁର୍ନୀତି ଏହଂ ଅର୍ଥ ହେରଫେର କରିଥିବା ଆରୋପ ଲଗାଇଥିଲା । ଏହାପରେ ୨୦୧୭ ମସିହାରେ ଏଫଆଇପିବିକୁ ମୋଦି ସରକାର ରଦ୍ଦ କରିଥିଲେ ।

ଇଡି ଯାଞ୍ଚ ସମୟରେ ଏହା ପାଇଥିଲା: ଏହି ମାମଲା ଆଇଏନଏକ୍ସ ମିଡିଆ ପ୍ରାଇଭେଟ ଲିମିଟେଡଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ମିଳିଥିବା ଅର୍ଥ । INX ମିଡିଆ ସଂସ୍ଥା ପକ୍ଷରୁ ପରାମର୍ଶ ପ୍ରଦାନ ନାମରେ ବେଆଇନ ଟଙ୍କା ଗ୍ରହଣ କରାଯାଇଛି। ଠକେଇ କରି 65.88 କୋଟି ଟଙ୍କା ଆଦାୟ କରିଛି ଉକ୍ତ କମ୍ପାନୀ । ଗତକାଲି(ମଙ୍ଗଳବାର) ଉକ୍ତ ମାମଲାରେ ୧୧.୦୪କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଜବତ କରିଛି ଇଡି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details