ଓଡିଶା

odisha

Budget 2022-23: ଇ-ପାସପୋର୍ଟରେ ଲାଗିବ ମାଇକ୍ରୋଚିପ୍, ଆରମ୍ଭ ହେଲାଣି ପ୍ରକ୍ରିୟା

By

Published : Feb 1, 2022, 12:53 PM IST

Updated : Feb 1, 2022, 2:31 PM IST

ବଜେଟ ୨୦୨୨-୨୩ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance minister Nirmala Sitharaman)। ବଜେଟରେ ଇ ପାସପୋର୍ଟକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ ସହ ଲୋକଙ୍କ ନିକଟତର କରିବା ପାଇଁ ସରଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

The Union Budget 2022-23 to be presented on February 1 is likely to increase agricultural credit target to ₹18 lakh crore, an increase of 12.5% from ₹16.5 lakh crore for the current fiscal year, officials aware of the development said.06-Jan-2022
The Union Budget 2022-23 to be presented on February 1 is likely to increase agricultural credit target to ₹18 lakh crore, an increase of 12.5% from ₹16.5 lakh crore for the current fiscal year, officials aware of the development said.06-Jan-2022

ନୂଆଦିଲ୍ଲୀ:ଚଳିତ ଆର୍ଥିକ ବର୍ଷରେ ବଜେଟ ୨୦୨୨-୨୩ (Budget 2022-23) ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance minister Nirmala Sitharaman)। ବଜେଟରେ ଇ ପାସପୋର୍ଟକୁ (E-Passport) ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ କରିବା ସହ ଲୋକଙ୍କ ନିକଟତର କରିବା ପାଇଁ ସରଳ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପାସପୋର୍ଟରେ ମାଇକ୍ରୋ ଚିପ୍ ବ୍ୟବହାର କରାଯିବା ନେଇ ଚଳିତ ଆର୍ଥିକ ବଜେଟରେ ବ୍ୟବସ୍ଥା କରାଯାଇଛି। କୋରୋନା କଟକଣା ମଧ୍ୟରେ ଦେଶର ଚଳିତ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରାଯାଉଛି। ଏହି ବଜେଟରେ ଆତ୍ମନିର୍ଭର ଭାରତକୁ ଅଧିକ ଧ୍ୟାନ ଦିଆଯାଇଛି । ଚଳିତ ଆର୍ଥିକ ବଜେଟରେ ଇ ପାସପୋର୍ଟକୁ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ପାସପୋର୍ଟକୁ ଅଧିକ ସୁରକ୍ଷିତ ରଖିବା ପାଇଁ ସରକାର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ସହ ଚିପ ବ୍ୟବହାର କରାଯିବା ନେଇ ବଜେଟରେ ବ୍ୟବସ୍ଥା କରାଯାଇଛି। ଦେଶରେ ପ୍ରଥମ ଥର ନାଗରିକଙ୍କ ପାଇଁ ଇ ପାସପୋର୍ଟ ବ୍ୟବସ୍ଥା କରାଯାଇଛି।

ସୂଚନାଥାଉକି ଚଳିତ ଆର୍ଥିକ ବଜେଟ ଦେଶର ଅର୍ଥ ବ୍ୟବସ୍ଥାରେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାକୁ ନଜରରେ ରଖି ସରକାର ନୂତନ ବ୍ୟବସ୍ଥା କରିଛନ୍ତି। ବିଶେଷ କରି କୋରୋନା ମହାମାରୀ ଲଢେଇ ସହ କିଭଳି ଅର୍ଥନୀତିକୁ ଗତି ଦିଆଯିବ ସେ ନେଇ ବ୍ୟବସ୍ଥା କରାଯାଇଛି। ଏହା ସହ ଚଳିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶିକ୍ଷା, ସ୍ବାସ୍ଥ୍ୟ,ବ୍ୟବସାୟ ,ଟ୍ୟାକ୍ସ ବ୍ୟବସ୍ଥା ପ୍ରତି ଧ୍ୟାନ ଦେଇଛନ୍ତି ।

Last Updated : Feb 1, 2022, 2:31 PM IST

ABOUT THE AUTHOR

...view details