ଓଡିଶା

odisha

RSS କୁ PFI ସହ ତୁଳନା କଲେ ଦିଗବିଜୟ

By

Published : Sep 25, 2022, 7:18 AM IST

RSS କୁ PFI ସହ ତୁଳନା କଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ (Digvijaya Singh compares RSS with PFI) । କହିଲେ ଉଭୟ ସଂଗଠନ ସମାଜରେ ଘୃଣା ବାଣ୍ଟୁଛନ୍ତି । ଅଧିକ ପଢନ୍ତୁ

RSS କୁ PFI ସହ ତୂଳନା କଲେ ଦିଗବିଜୟ
RSS କୁ PFI ସହ ତୂଳନା କଲେ ଦିଗବିଜୟ

ଭୋପାଲ: ମୌଳବାଦୀ ସଂଗଠନ PFIକୁ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ (RSS) ସହ ତୁଳନା କଲେ ବରିଷ୍ଠ ନେତା ଦିଗବିଜୟ ସିଂ । ଉଭୟ ସଂଗଠନ ଗୋଟିଏ ଥାଳିର ଚଟ୍ଟେ ବଟ୍ଟେ ଓ ଉଭୟ ଘୃଣା ସୃଷ୍ଟିକାରୀ ବୋଲି କହିଛନ୍ତି ଜିଗବିଜୟ (Digvijaya Singh compares RSS with PFI)। ପୂର୍ବରୁ କିଛି ବରିଷ୍ଠ କଂଗ୍ରେସ ନେତା ଏପରି ସମାଲୋଚନା କରି ସାରିଥିବା ବେଳେ ଏହି ଧାରାରେ ସାମିଲ ହୋଇଛନ୍ତି ଦଳର ବରିଷ୍ଠ ନେତା ଦିଗବିଜୟ । କେବଳ ସେତିକି ନୁହେଁ ସେ PFI ଉପରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନ ସହ ଉଭୟ ହିନ୍ଦୁ ସଂଗଠନ RSS ଓ VHP ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଗଣମାଧ୍ୟମରେ PFI ବିରୋଧରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ପ୍ରଶ୍ନର ପ୍ରତିକ୍ରିୟା ରଖି ଦିଗବିଜୟ କହିଥିଲେ, ଯେଉଁ ସଂଗଠନ ସମାଜରେ ଘୃଣା, ହିଂସା ଓ ଧର୍ମୀୟ ଭେଦଭାବ ସୃଷ୍ଟି କରୁଛନ୍ତି, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମୟ ଆସିଛି (Digvijaya Singh compares RSS with PFI) । ଯଦି ପିଏଫଆଇ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତେବେ ସଂଘ ଓ ବିଶ୍ବ ହିନ୍ଦୁ ପରିଷଦ (VHP) ଉପରେ କାହିଁକି ନୁହେଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ ଦିଗବିଜୟ । RSS କୁ PFI ସହ ତୁଳନା ସମ୍ପର୍କରେ ପ୍ରଶ୍ନ କରାଯିବା ପରେ ସିଂ କହିଥିଲେ, ନିଶ୍ଚିତ ଉଭୟ ସଂଗଠନ ସମାଜରେ ଭେଦଭାବ ସୃଷ୍ଟି କରିବାରେ ଲାଗିଛନ୍ତି । ସମାଜରେ ଘୃଣା ସୃଷ୍ଟି କରିବା ପାଇଁ ଉଭୟ ସଂଗଠନ ଦାୟୀ । ‘‘ଏକ ଥାଲି କେ ଚଟ୍ଟେ ବଟ୍ଟେ’’।

PFI ବିରୋଧରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାରି ରହିଛି । ସେପ୍ଟେମ୍ବର 22ରେ 15ଟି ରାଜ୍ୟର ଏକାଧିକ ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ କେନ୍ଦ୍ରୀୟ ସଂସ୍ଥା ଏନଆଇଏ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସ୍ଥାନୀୟ ପୋଲିସ । ଏହି କାର୍ଯ୍ୟାନୁଷ୍ଠାନରେ ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ପ୍ରାୟ 106 PFI ସଦସ୍ୟଙ୍କୁ ଗିରଫ ମଧ୍ୟ କରାଯାଇଛି । ସେହିପରି ଏହାକୁ ନେଇ ବିଭିନ୍ନ ସ୍ଥାନରେ ପ୍ରତିବାଦ ମଧ୍ୟ ଦେଖିବାକୁ ମିଳିଛି । ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ସଂଗଠନର ସଦସ୍ୟ । ଏହି ସଂଗଠନ ଦେଶରେ ଅସ୍ଥିରତା ସୃଷ୍ଟି କରିବା ସହ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପରି କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ପୋଲିସ । ଆତଙ୍କୀ ସଂଗଠନ ପାଇଁ ଅର୍ଥରାଶି ଯୋଗାଡ କରିବା, ଯୁବକଙ୍କୁ ସଂଗଠନରେ ସାମିଲ କରିବା ପରି କାର୍ଯ୍ୟକଳାପରେ ଏହି ସଂଗଠନ ସାମିଲ ବୋଲି ପୂର୍ବରୁ ମଧ୍ୟ ଅଭିଯୋଗ ରହିଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details