ଓଡିଶା

odisha

Deepika Padukone Besharam Rang controversy: ମଧ୍ୟପ୍ରଦେଶର ହେବନି ଚଳଚ୍ଚିତ୍ର ପଠାନର ରିଲିଜ ! ଦୀପିକାଙ୍କ ଡ୍ରେସ ରଙ୍ଗକୁ ନେଇ ହଙ୍ଗାମା

By

Published : Dec 14, 2022, 7:31 PM IST

ମଧ୍ୟ ପ୍ରଦେଶରେ ରିଲିଜ ହୋଇନପାରେ ଶାହାରୁଖଙ୍କ ‘ପଠାନ’ । ବେସରମ ରଙ୍ଗ ଗୀତକୁ ଦୂଷିତ ମାନସିକତା କହିଲେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ (Besharam Rang controversy)। ସଙ୍ଗୀତରେ ଦୀପିକାଙ୍କ ପରିଧାନକୁ ସଂଶୋଧିତ ନକଲେ, ରିଲିଜ କଟକଣା ନେଇ ବିଚାର କରିପାରନ୍ତି ସରକାର । ଅଧିକ ପଢନ୍ତୁ

Deepika Padukone Besharam Rang controversy: ଚଳଚିତ୍ର ପଠାନର ରିଲିଜ ସନ୍ଦେହରେ କହିଲେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ
Deepika Padukone Besharam Rang controversy: ଚଳଚିତ୍ର ପଠାନର ରିଲିଜ ସନ୍ଦେହରେ କହିଲେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ

ହାଇଦ୍ରାବାଦ:ଅଭିନେତା ଶାହାରୁଖ ଖାନଙ୍କ ଅପକମିଂ ଚଳଚ୍ଚିତ୍ର ‘ପଠାନ’କୁ ନେଇ ରିଲିଜ ହେବା ପୂର୍ବରୁ ବିବାଦ ଆରମ୍ଭ ହେବାରେ ଲାଗିଲାଣି । ଚଳଚ୍ଚିତ୍ରରେ ଶାହାରୁଖ ଖାନ ଓ ଦୀପିକା ପାଦୁକୋନ ଅଭିନିତ ଗୀତ ‘ବେସରମ ରଙ୍ଗ’ (Besharam Rang controversy)ରେ ଦୀପିକା ପିନ୍ଧିଥିବା ପୋଷାକକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ମଧ୍ୟ ପ୍ରଦେଶରେ ସିନେମାର ରିଲିଜ ଅନୁମତି ସନ୍ଦେହ ଘେରରେ ରହିଥିବା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ।

ଗୃହମନ୍ତ୍ରୀ ମିଶ୍ରା କହିଛନ୍ତି, ଉକ୍ତ ସଙ୍ଗୀତରେ ଅଭିନେତ୍ରୀ ଦୀପିକା ପରିଧାନ କରିଥିବା ପୋଷାକ (Deepika Padukone costumes controversy)ଦୂଷିତ ମାନସିକତାକୁ ପ୍ରତିଫଳିତ କରୁଛି ଓ ଏହାକୁ ଗ୍ରହଣ କରାଯାଇ ପାରିବନାହିଁ । ଉକ୍ତ ସଙ୍ଗୀତରେ ପରିଧାନକୁ ସଂଶୋଧିତ କରାଯାଉ । ନଚେତ ପ୍ରଦେଶର ସିନେମାକୁ ରିଲିଜ ଅନୁମତି ମିଳିବ କି ନାହିଁ ସେ ନେଇ ସରକାର ବିଚାର କରିବେ ।

ଭୋପାଲରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ମିଶ୍ରା ଆହୁରି ମଧ୍ୟ କହିଛନ୍ତି, ଅଭିନେତ୍ରୀ ଦୀପିକା ପାଦୁକୋନ ଦିଲ୍ଲୀର ଜବାହାରଲାଲ ନେହୁରୁ ବିଶ୍ବବିଦ୍ୟାଳୟରେ ହୋଇଥିବା ଦେଶ ବିରୋଧୀ କାର୍ଯ୍ୟରେ ଟୁକୁଡେ ଟୁକୁଡେ ଗ୍ୟାଙ୍ଗକୁ ସମର୍ଥନ ମଧ୍ୟ କରିଥିଲେ । ବର୍ତ୍ତମାନ ଏହି ସଙ୍ଗୀତରେ ମଧ୍ୟ ଦୂଷିତ ମାନସିକତାର ପ୍ରତିଫଳନ ଦେଖାଯାଉଛି । ଏହାକୁ ସଂଶୋଧିତ ନକଲେ ଏହାକୁ ମଧ୍ୟ ପ୍ରଦେଶରେ ରିଲିଜ ଅନୁମତି ଦିଆଯିବା କିମ୍ବା କଟକଣା ଲଗାଯିବା ନେଇ ବିଚାର କରାଯିବ ।

ଏହି ଚଳଚିତ୍ର ଆସନ୍ତାବର୍ଷ ଜାନୁଆରୀ 25ରେ ରିଲିଜ ହେବାକୁ ଯାଉଛି । ଏଥିରେ ମୁଖ୍ୟ ଚରିତ୍ରରେ ଶାହାରୁଖ ଖାନ ଓ ଦୀପିକା ପାଦୁକୋନ ଅଭିନୟ କରିଛନ୍ତି । ଏହା ପୂର୍ବରୁ ଏହି ଚଳଚିତ୍ରକୁ ନେଇ ଚର୍ଚ୍ଚା ସହ ବିବାଦ ମଧ୍ୟ ଆରମ୍ଭ ହେବାରେ ଲାଗିଲାଣି । ସିନେମା ରିଲିଜ ପୂର୍ବରୁ ରିଲିଜ ହୋଇଥିବା ଗୀତ ‘ବେସମର ରଙ୍ଗ’ (Besharam Rang)ରେ ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ପୋଷାକକୁ ନେଇ ବିବାଦ ସହ ବିରୋଧ ହେବା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details