ନୂଆଦିଲ୍ଲୀ:ଯୁକ୍ତରାଷ୍ଟ୍ର ଆମେରିକାରରେ କୋଭିଡ ଟିକା ଭାବେ ଭରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନକୁ ଅନୁମତି ମିଳିଛି । ଆଜି (ଶନିବାର) ଏନେଇ ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ ପକ୍ଷରୁ ସୂଚନା ଦିଆଯାଇଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଗତମାସ (ଜାନୁୟାରୀ) 31 ସୁଦ୍ଧା 13ଟି ଦେଶରେ ଜରୁରୀକାଳୀନ ବ୍ୟବହାର ଅନୁମତି (emergency use listing,EUL) ପାଇସାରିଛି କୋଭାକ୍ସିନ । ସେହିପରି ଗତବର୍ଷ ୨୦୨୧ ଡିସେମ୍ବର 24ରେ ଦେଶରେ 12 ରୁ 18 ବର୍ଷ ବୟସ ମଧ୍ୟରେ ଟୀକାକରକଣ ପାଇଁ ମଧ୍ୟ ଅନୁମତି ପାଇସାରିଛି ଭାରତ ବୟୋଟେକ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ । ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଦ୍ୱାରା କୋଭାକ୍ସିନକୁ କିଶୋରଙ୍କ ଠାରେ ବ୍ୟବହାର ଅନୁମତି ମିଳିବା ପରେ ଭାରତ ସରକାରଙ୍କ ପକ୍ଷରୁ ଜାରି ରହିଥିବା କିଶୋର କିଶୋରୀମାନଙ୍କ ପାଇଁ ଟୀକାକରଣରେ କେବଳ ଏହାକୁ ହିଁ ବ୍ୟବହାର କରାଯାଇଛି ।