ଚଣ୍ଡିଗଡ:ପଞ୍ଜାବରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ଗୋଟିଏ ପର୍ଯ୍ୟାୟରେ ରାଜ୍ୟରେ ମତ ସାବ୍ୟସ୍ତ କରିଛନ୍ତି ଜନତା । ଏହି ଅବସରରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ବିଧାନସଭା ନିର୍ବାଚନରେ ପଞ୍ଜାବରୁ କଂଗ୍ରେସ ମୂଳପୋଛ ହୋଇଯିବ । କଂଗ୍ରେସରୁ ବାହାରି ଯାଇ ପଞ୍ଜାବ ଲୋକ କଂଗ୍ରେସ ଗଠନ କରିଥିବା ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି, ‘‘ମୁଁ ନିର୍ଦ୍ଦିଷ୍ଟ ଭାବେ ପଟିଆଲାରୁ ବିଜୟ ହୋଇ ସାରିଛି ।
ସେ ଆହୁରି କହିଛନ୍ତି ମୁଁ ଭାବୁଛି ଆମେ ନିର୍ବାଚନ ଜିତି ସାରିଛୁ । କଂଗ୍ରେସ ବର୍ତ୍ତମାନ ଏକ ଭିନ୍ନ ଦୁନିଆରେ ବିଚରଣ କରୁଛି ଏବଂ ପଞ୍ଜାବରୁ ସଫା ହୋଇ ସାରିଛି । ଭଗଓ୍ବନ୍ତ ମାନ୍ ହେଉଛନ୍ତି ଜଣେ ଦେଶବିରୋଧୀ, ଯାହାଙ୍କୁ ଅରବିନ୍ଦ କେଜରିଓ୍ବାଲ ସମର୍ଥନ କରୁଛନ୍ତି । ଦଳ ମୂଳ ସ୍ତରରେ ଭଲ ପ୍ରଦର୍ଶନ କରୁଛି ବୋଲି ପଟିଆଲାରେ ନିଜ ମତ ସାବ୍ୟସ୍ତ କରିବା ପରେ ଏପରି କହିଛନ୍ତି ଅମରିନ୍ଦର ।
ପଞ୍ଜାବରେ ଏଥର କଂଗ୍ରେସ, ଆପ, ଶିରୋମଣି ଅକାଳି ଦଳ ବହୁଜନ ସମାଜ ପାର୍ଟି, ଭାରତୀୟ ଜନତା ପାର୍ଟି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ମଧ୍ୟରେ ବହୁମୁଖୀ ପ୍ରତିଯୋଗିତା ହୋଇଛି । କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିବା ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ଚାମକାଉର ସାହେବ ଏବଂ ଭୌଦୁରରୁ ଦୁଇଟି ଆସନରୁ ପ୍ରତିଦ୍ବନ୍ଦିତା କରିଛନ୍ତି ।