ଓଡିଶା

odisha

Congress President Election: ୟୁପିରୁ ସୋନିଆ-ରାହୁଲ, ଦିଲ୍ଲୀରୁ ପ୍ରିୟଙ୍କା ଓ ମନମୋହନ

By

Published : Sep 28, 2022, 2:53 PM IST

ଅକ୍ଟୋବର 17ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ପ୍ରସ୍ତୁତ ହେଲା ଚୂଡାନ୍ତ ଭୋଟର ତାଲିକା । 9 ହଜାର ଭୋଟର ଦେବେ ଭୋଟ (Congress President Election 2022)। ରହିବ ସ୍ବତନ୍ତ୍ର ପରିଚୟ ପତ୍ର ବ୍ୟବସ୍ଥା । ଅଧିକ ପଢନ୍ତୁ

Etv Bharatcongress president election: ୟୁପିରୁ ସୋନିଆ ଓ ରାହୁଲ, ଦିଲ୍ଲୀରୁ ପ୍ରିୟଙ୍କା ଓ ମନମୋହନ
Etv Bharatcongress president election: ୟୁପିରୁ ସୋନିଆ ଓ ରାହୁଲ, ଦିଲ୍ଲୀରୁ ପ୍ରିୟଙ୍କା ଓ ମନମୋହନ

ନୂଆଦିଲ୍ଲୀ:ଅକ୍ଟୋବର 17ରେ ହେବ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ । ଏଥିପାଇଁ ମତଦାନ କରିବା ପାଇଁ ଭୋଟର ତାଲିକା ମଧ୍ୟ ପ୍ରସ୍ତୁତ କରିଛି ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ (Congress President Election 2022)। ପିସିସି କାର୍ଯ୍ୟକର୍ତ୍ତାଙ୍କ ପଞ୍ଜୀକରଣ ଆଧାରରେ ପ୍ରଦେଶୱାରି ଭୋଟର ତାଲିକା ମଧ୍ୟ ପ୍ରସ୍ତୁତ ସରିଛି । ପ୍ରାଧିକରଣ ଅଧ୍ୟକ୍ଷ ମଧୂସୁଧନ ମିସ୍ତ୍ରୀ ସୂଚନା ଦେଇଛନ୍ତି ଏଥିପାଇଁ 9 ହଜାର ମତଦାତାଙ୍କ ତାଲିକା ପ୍ରସ୍ତୁତ ମଧ୍ୟ ଶେଷ ହୋଇଛି ।

ଦଳର ବର୍ତ୍ତମାନର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶରୁ ଭୋଟର ଭାବେ ପଞ୍ଜୀକୃତ ହୋଇଛନ୍ତି । ସେହିପରି ଦଳର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀ ପିିସିସିରୁ ଭୋଟର ତାଲିକାରେ ସାମିଲ ହୋଇଛନ୍ତି । ସମସ୍ତ ପ୍ରଦେଶ କଂଗ୍ରେସ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସାଙ୍ଗଠନିକ କର୍ମକର୍ତ୍ତାଙ୍କୁ ମିଶାଇ ମୋଟ 9 ହଜାର ଦଳୀୟ କାର୍ଯ୍ୟକର୍ତ୍ତା ଏହି ଭୋଟିଂରେ ଅଂଶଗ୍ରହଣ କରିବା ପାଇଁ ଯାଉଛନ୍ତି ।

ପ୍ରଥମ ଥର ହାଇଟେକ ପରିଚୟ ପତ୍ର ବ୍ୟବସ୍ଥା:-

ଦଳର ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, କେନ୍ଦ୍ରୀୟ କାର୍ଯ୍ୟକାରିଣୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ସମଗ୍ର ମତଦାନ ଓ ଗଣତି ଫଳାଫଳ ପ୍ରକାଶ ପାଇବ (Congress President Election 2022)। ଏଥିପାଇଁ ପ୍ରଦେଶ କମିଟି ଅନୁସାରେ ପ୍ରାୟ 9 ହଜାର ଭୋଟରଙ୍କ ତାଲିକା ପ୍ରସ୍ତୁତ ଶେଷ ହେବା ପରେ ବର୍ତ୍ତମାନର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇସାରିଛି । ଚଳିତ ଥର ଭୋଟରଙ୍କ ପାଇଁ ପ୍ରଥମ ଥର ହାଇଟେକ ପରିଚୟ ପତ୍ର । ଏଥିରେ କ୍ୟୁଆର କୋଡ ମାଧ୍ୟମରେ ଡିଜିଟାଲି ସମସ୍ତ ପ୍ରକାଶ ତଥ୍ୟ ରହିବ । ଏହି କାର୍ଡ ପ୍ରଥମେ ସୋନିଆ ଗାନ୍ଧୀଙ୍କୁ ପ୍ରଦାନ କରିବ ଦଳର ନିର୍ବାଚନ ପ୍ରାଧିକରଣ । ପରେ ଅନ୍ୟ ସମସ୍ତ ଭୋଟରଙ୍କୁ ମଧ୍ୟ ଏହା ଯୋଗାଇ ଦିଆଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details