ଓଡିଶା

odisha

ସାଧାରଣ ନାଗରିକ ସମ୍ବିଧାନ ସମ୍ପର୍କରେ ସଚେତନ ହୋଇପାରିଲେ ଗଣତନ୍ତ୍ର ସଫଳ ହୋଇପାରିବ: CJI

By

Published : Aug 1, 2022, 12:20 PM IST

ନାଗରିକମାନେ ସମ୍ବିଧାନ ସମ୍ପର୍କରେ ସଚେତନ ହେବା ସହ ରାଷ୍ଟ୍ର ପତି ସେମାନଙ୍କ କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ଜାଣିପାରିଲେ ଗଣତନ୍ତ୍ର ସଫଳ ହୋଇପାରିବ । ସମ୍ବିଧାନକୁ ସରଳ ଭାଷାରେ ବାଖ୍ୟା କରିବା ସହ ପ୍ରତ୍ୟେକ ନାଗରିକ ପାଖରେ ପହଞ୍ଚାଇବା ସମସ୍ତ ଲ-ଗ୍ରାଜୁଏଟଙ୍କ ଦାୟିତ୍ବ କହିଲେ ପ୍ରଧାନ ବିଚାରପତି ଜଷ୍ଟିସ ରମଣା । ଅଧିକ ପଢନ୍ତୁ

ପ୍ରଧାନ ବିଚାରପତି ରମଣା
ପ୍ରଧାନ ବିଚାରପତି ରମଣା

ରାୟପୁର(ଛତିଶଗଡ): ଦେଶର ନାଗରିକମାନେ ନିଜର ସମ୍ବିଧାନ ସମ୍ପର୍କରେ ସଚେତନ ହେଲେ ସାମ୍ବିଧାନିକ ଗଣତନ୍ତ୍ରର ଗାରିମା ବୃଦ୍ଧି ପାଇବ । ପ୍ରତ୍ୟେକ ସାଧାରଣ ନାଗରିକ ରାଷ୍ଟ୍ର ଠାରୁ ସେମାନଙ୍କର ଅଧିକାର ଏବଂ ରାଷ୍ଟ୍ର ପତି ସେମାନଙ୍କର ଥିବା କର୍ତ୍ତବ୍ୟ ବିଷୟରେ ଅବଗତ କରାଯିବା ଉଚିତ । କେବଳ ସେତିକି ନୁହେଁ, ଆଇନରେ ସ୍ନାତକ ଶିକ୍ଷା କରିଥିବା ବ୍ୟକ୍ତିବିଶେଷମାନେ ମଧ୍ୟ ସାଧାରଣ ଲୋକଙ୍କୁ ସମ୍ବିଧାନ ସମ୍ପର୍କିତ ସୂଚନା ଅତି ସାଧାରଣ ଭାଷାରେ ବୁଝାଇବା ଆବଶ୍ୟକ । ଏପରି ହେଲେ ଗଣତନ୍ତ୍ର ସଫଳ ହୋଇପାରିବ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଏନ.ଭି ରମଣା(CJI NV Ramana) ।

ସାଧାରଣ ନାଗରିକ ସମ୍ବିଧାନ ସମ୍ପର୍କରେ ସଚେତନ ହୋଇପାରିଲେ ଗଣତନ୍ତ୍ର ସଫଳ ହୋଇପାରିବ: CJI

ଆଜି (ରବିବାର) ଆନ୍ଧ୍ର ପ୍ରଦେଶରେ ହାଇଦତୁଲ୍ଲା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (HNLU)ର 5ମ ସମାବର୍ତ୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନ ବଚାରପତି ରମଣା କହିଛନ୍ତି, ‘‘ସମ୍ବିଧାନ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ପ୍ରଣୟନ ହୋଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସେମାନଙ୍କର ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ଅବଗତ କରାଯିବା ଉଚିତ୍ । ସାମ୍ବିଧାନିକ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଏବଂ ସଚେତନତା ସୃଷ୍ଟି କରିବା ଆମ ସମସ୍ତଙ୍କର ସାମୂହିକ କର୍ତ୍ତବ୍ୟ ହେବା ଉଚିତ। ସରଳ ଶବ୍ଦରେ ସାମ୍ବିଧାନିକ ବ୍ୟବସ୍ଥାକୁ ବ୍ୟାଖା କରିବା ଏବଂ ଏହାକୁ ଅନୁକରଣ କରିବା ପାଇଁ ଆଇନ ଶିକ୍ଷିତମାନେ ପ୍ରାୟସ କରିବା ଆବଶ୍ୟକତା ରହିଛି । ଏପରି ହୋଇପାରିଲେ ସାମ୍ବିଧାନିକ ଗଣତନ୍ତ୍ର ସଫଳ ହୋଇପାରିବ ।’’

ଅନ୍ୟପଟେ ନିଜ ସମ୍ବୋଧନରେ ସେ ଆଇନ ଶିକ୍ଷା ସମାପ୍ତ କରି ଆଇନଜୀବୀ ହେବାକୁ ଥିବା ଛାତ୍ରଙ୍କୁ ମଧ୍ୟ କିଛି ପରାମର୍ଶ ଦେଇଛନ୍ତି । ଆଇନ ସାମାଜିକ ପରିବର୍ତ୍ତନର ଏକ ଉପକରଣ ସଦୃଶ ଏବଂ ଆଇନ ସ୍ନାତକମାନଙ୍କୁ ଏହାକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟାରେ ଯନ୍ତ୍ରୀ ପରି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସେମାନେ କେବଳ ପାରମ୍ପାରିକ ଚିନ୍ତାଧାରା ନୁହେଁ ବରଂ କିଛି ନୂଆ ଚିନ୍ତା କରିବାର ସମୟ ଆସିଛି ବୋଲି CJI ରମଣା କହିଛନ୍ତି ।

ABOUT THE AUTHOR

...view details