ଓଡିଶା

odisha

କୃଷକଙ୍କ MSP ଗ୍ୟାରେଣ୍ଟି ଦାବିପୂରଣ ହେଲେ ଆନ୍ଦୋଳନର ସମାଧାନ ହେବ: ସତ୍ୟପାଲ ମଲିକ

By

Published : Oct 18, 2021, 3:24 PM IST

ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଏମଏସପି ଗ୍ୟାରେଣ୍ଟି ସମ୍ପର୍କରେ ଚାଷୀଙ୍କ ଦାବିକୁ ସମର୍ଥନ କରିଛନ୍ତି। ଯଦି କେନ୍ଦ୍ର ସରକାର ଗୋଟିଏ ଆଇନ୍ ମାଧ୍ୟମରେ ଏମଏସପି ଗ୍ୟାରେଣ୍ଟି ଦିଅନ୍ତି ତେବେ ତିନୋଟି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

କୃଷକଙ୍କର ଏମଏସପି ଗ୍ୟାରେଣ୍ଟି ଦାବି ପୂରଣ ହେଲେ ହିଁ ଆନ୍ଦୋଳନର ସମାଧାନ ହେବ: ସତ୍ୟ ପାଲ ମଲିକ
କୃଷକଙ୍କର ଏମଏସପି ଗ୍ୟାରେଣ୍ଟି ଦାବି ପୂରଣ ହେଲେ ହିଁ ଆନ୍ଦୋଳନର ସମାଧାନ ହେବ: ସତ୍ୟ ପାଲ ମଲିକ

ଜୟପୁର: କେନ୍ଦ୍ରର ୩ଟି କୃଷି ଆଇନକୁ ବିରୋଧ କରି କୃଷକମାନେ ଜୋରଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଯାହା ବର୍ତ୍ତମାନ ବିଜେପି-ଜେଜେପି ମିଳିତ ସରକାରର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଏପଟେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଏମଏସପି ଗ୍ୟାରେଣ୍ଟି ସମ୍ପର୍କରେ ଚାଷୀଙ୍କ ଦାବିକୁ ସମର୍ଥନ କରିଛନ୍ତି। ରବିବାର ଦିନ ରାଜସ୍ଥାନର ଝୁଞ୍ଜୁନୁରେ ପହଞ୍ଚି ସତ୍ୟପାଲ ମଲିକ କହିଛନ୍ତି ଯେ, ବିରୋଧ କରୁଥିବା କୃଷକମାନେ କେବଳ ଏମଏସପି ଗ୍ୟାରେଣ୍ଟି ପାଇଁ ଆଇନ ଦାବି କରୁଛନ୍ତି ତଥାପି କେନ୍ଦ୍ର ସରକାର ତାହା ପୂରଣ କରୁନାହାଁନ୍ତି କାହିଁକି ?

ମଲିକ କହିଛନ୍ତି ଯେ, ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଗ୍ୟାରେଣ୍ଟି ଦେବା ପାଇଁ କେନ୍ଦ୍ର ସରକାର ଏକ ଆଇନ ପ୍ରଣୟନ କରିବା ଉଚିତ। ଆଉ ସେତେବେଳେ ହିଁ ଚାଷୀଙ୍କ ସମସ୍ୟାର ସମାଧାନ ହେବ। ଯଦି କେନ୍ଦ୍ର ସରକାର ଗୋଟିଏ ଆଇନ୍ ମାଧ୍ୟମରେ ଏମଏସପି ଗ୍ୟାରେଣ୍ଟି ଦିଅନ୍ତି ତେବେ ତିନୋଟି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନର ସମାଧାନ ହୋଇପାରିବ । ଯେତେବେଳେ କୃଷକମାନଙ୍କ କେବଳ ଗୋଟିଏ ଦାବି କରୁଛନ୍ତି, ତେବେ କେନ୍ଦ୍ର କାହିଁକି ତାହା ପୂରଣ କରୁନାହିଁ ?

ଏଥିସହ ମଲିକ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘ ଦିନ ଧରି ଚାଷୀଙ୍କ ଉପରେ ଅତ୍ୟାଚାର ହୋଇଆସୁଛି। ଚାଷୀଙ୍କ ଅବସ୍ଥା ଏବେ ଅତ୍ୟନ୍ତ ଖରାପ। ଦୀର୍ଘ ଦିନ ଧରି ଚାଷୀମାନେ ଘରଦ୍ବାର ଛାଡି ବାହାରେ ଆସି ଆନ୍ଦୋଳନ କରୁଛନ୍ତି। ଯଦି କୃଷକଙ୍କ ଦାବି ପୂରଣ ନ କରାଯାଏ, ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details