ଓଡିଶା

odisha

AYUSH MISSION ଉପରେ 4607 କୋଟି ଖର୍ଚ୍ଚ କରିବେ ମୋଦି ସରକାର

By

Published : Jul 14, 2021, 9:31 PM IST

ଆୟୁଷ ମିଶନ (AYUSH MISSION)କୁ ଦୃଷ୍ଟିରେ ରଖି ଆତ୍ମନିର୍ଭର ଭାରତ ଉପରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର । ମିଶନକୁ ସଫଳ କରିବା ପାଇଁ ଖର୍ଚ୍ଚ ହେବ ମୋଟ 4 ହଜାର 607 କୋଟି ଟଙ୍କା । ଅଧିକ ପଢନ୍ତୁ...

AYUSH MISSION ଉପରେ 4607 କୋଟି ଖର୍ଚ୍ଚ କରିବେ ମୋଦି ସରକାର
AYUSH MISSION ଉପରେ 4607 କୋଟି ଖର୍ଚ୍ଚ କରିବେ ମୋଦି ସରକାର

ନୂଆଦିଲ୍ଲୀ: ଆୟୁଷ ବିଭାଗକୁ ନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି । ଆୟୁଷ ମିଶନ(AYUSH MISSION)କୁ ଦୃଷ୍ଟିରେ ରଖି ଆତ୍ମନିର୍ଭର ଭାରତ ଉପରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର । ଏବେ ରାଷ୍ଟ୍ରୀୟ ଆୟୁଷ ମିଶନକୁ 2021-22ରୁ ନେଇ 2025-26 ଯାଏଁ ବଢାଇ ଦିଆଯାଇଛି । ମିଶନକୁ ସଫଳ କରିବା ପାଇଁ ଖର୍ଚ୍ଚ ହେବ ମୋଟ 4 ହଜାର 607 କୋଟି ଟଙ୍କା ।

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, ଆସନ୍ତା 5 ବର୍ଷ ମଧ୍ୟରେ ମିଶନ ଉପରେ 4 ହଜାର 607 କୋଟି ଟଙ୍କା ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ସେହିପରି 6ଟି ଆୟୁଷ କଲେଜ ଓ 12 ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଖୋଲିବା ନେଇ କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି ।

10ଟି ୟୁଜି ଭତ୍ତିଭୂମି ପ୍ରସ୍ତୁତ ଉପରେ ଦିଆଯାଉଛି ଫୋକସ । ସେହିପରି 36ଟି ପଚାଶ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲର ନିର୍ମାଣ କରାଯିବ । ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରୁ ଚାପ କମାଇବାକୁ ସରକାର ପ୍ରୟାସ କରୁଛନ୍ତି । ଏଭଳିସ୍ଥିତିରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏହି ଦିଗରେ ପଦକ୍ଷେପ ନିଆଯାଉଛି ।

ABOUT THE AUTHOR

...view details