ଓଡିଶା

odisha

ବିଜେପି ନେତୃତ୍ବାଧୀନ ସରକାର ଆଇନ କି ସମ୍ବିଧାନକୁ ବିଶ୍ବାସ କରେ ନାହିଁ: ଅଖିଳେଶ

By ETV Bharat Odisha Team

Published : Nov 26, 2023, 9:50 PM IST

ସମ୍ବିଧାନ ଦିବସରେ 'ସମ୍ବିଧାନ ବଚାଓ' କାର୍ଯ୍ୟକ୍ରମରେ ବିଜେପି ଉପରେ ବର୍ଷିଲେ ଅଖିଳେଶ ଯାଦବ । କହିଲେ ବିଜେପି ଆଇନ କି ସମ୍ବିଧାନ କାହା ଉପରେ ବିଶ୍ବାସ କରେ ନାହିଁ । ଅଧିକ ପଢନ୍ତୁ

Samvidhan Bachao rally in Kanpur
Samvidhan Bachao rally in Kanpur

ଲକ୍ଷ୍ନୌ:ସମ୍ବିଧାନ ଦିବସ ଅବସରରେ ବିଜେପି ଉପରେ ବର୍ଷିଲେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଆଜି ସମ୍ବିଧାନ ଦିବସ ଅବସରରେ କାନପୁରରେ 'ସମ୍ବିଧାନ ବଚାଓ' ନାମରେ ଏକ ରାଲି ହୋଇଥିଲା । ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଖିଳେଶ କହିଥିଲେ ଯେ ବିଜେପି ନେତୃତ୍ବାଧୀନ ସରକାର ଆଇନ କିମ୍ବା ସମ୍ବିଧାନ କାହା ଉପରେ ବି ବିଶ୍ବାସ କରେ ନାହିଁ । ଏଣୁ ୨୦୨୪ ମସିହାରେ ଜନତା ସମାଜବାଦୀ ପାର୍ଟିକୁ ଭୋଟ ଦେଇ ସରକାର ଗଢିବା ଲାଗି ସୁଯୋଗ ଦିଅନ୍ତୁ ।

ସମ୍ବିଧାନ ଦିବସ ଅବସରରେ ଅଖିଳେଶ କହିଥିଲେ, " ବିଜେପି ନେତୃତ୍ବାଧୀନ ସରକାର ଆଇନ କି ସମ୍ବିଧାନ ଉପରେ ବିଶ୍ବାସ କରେ ନାହିଁ । ୨୦୨୪ରେ ସମାଜବାଦୀ ପାର୍ଟି ସହିତ ସମ୍ବିଧାନକୁ ଜିତିବାକୁ ସୁଯୋଗ ଦିଅନ୍ତୁ । ଯଦି ରାଜ୍ୟରେ କେଉଁଠି ମାଫିଆଙ୍କ ଆଡ୍ଡାସ୍ଥଳୀ ରହିଛି, ସେଠାରେ ବିଜେପି ରାଜ୍‌ କରୁଛି । ରାଜ୍ୟରେ ଯଦି ଅନ୍ୟ କିଏ ଜମି କିଣୁଛି, ତାହାକୁ ମଧ୍ୟ ବିଜେପିର ନେତାମାନେ କିଣୁଛନ୍ତି ।"

ଏହା ବି ପଢନ୍ତୁ- President on Constitution Day: ଜେଲ ସଂଖ୍ୟା ବୃଦ୍ଧି ଦେଶର ବିକାଶ ନୁହେଁ, ସଜା କାଟୁଥିବା ଛୋଟ ଅପରାଧିଙ୍କ କଥା ଚିନ୍ତା କରିବା ଉଚିତ

ସୂଚନା ଥାଉ କି ପ୍ରତିବର୍ଷ ନଭେମ୍ବର ୨୬ ତାରିଖରେ ଭାରତରେ 'ସମ୍ବିଧାନ ଦିବସ' ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ ତାରିଖରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଏହାକୁ ଦେଶରେ ଲାଗୁ କରାଯାଇଥିଲା । ଏହାପରେ ୨୦୧୫ ମସିହାରେ ନାଗରିକଙ୍କ ମଧ୍ୟରେ ସମ୍ବିଧାନର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପ୍ରତି ବର୍ଷ ନଭେମ୍ବର ୨୬କୁ ସମ୍ବିଧାନ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା । ସେହି ଦିନଠାରୁ ପ୍ରତିବର୍ଷ ଏହି ଦିବସ ଭାରତରେ ପାଳିତ ହୋଇଆସୁଛି । ଭାରତର ସମ୍ବିଧାନ ଏହାର ନାଗରିକମାନଙ୍କୁ ଦେଶର ଜଣେ ମୁକ୍ତ ନାଗରିକ ଭାବେ ଅନୁଭବ କରାଇଥାଏ ।

ଦେଶରେ ଶାସନ ପାଇଁ ସମ୍ବିଧାନ ନିଶ୍ଚିତ ଗୁରୁତ୍ବପୂର୍ଣ୍ଣ । କାରଣ ଏହା ନାଗରିକଙ୍କ ଆବଶ୍ୟକତା ଓ ଆଗ୍ରହକୁ ଗୁରୁତ୍ବ ଦେଇଥାଏ । ଭାରତରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଅନେକ କ୍ଷେତ୍ରରେ ବିବିଧତା ଦେଖିବାକୁ ମିଳେ । ତେବେ ଦେଶର ସମ୍ବିଧାନ ପ୍ରତ୍ୟେକ ଅଞ୍ଚଳର ପରମ୍ପରା, ଭାଷା, ଜୀବନଶୈଳୀକୁ ସମ୍ମାନ ଦିଏ । ସମ୍ବିଧାନ ହେଉଛି ଏମିତି ଏକ ବିଚାରଧାରା ଯାହାକି ପ୍ରତ୍ୟେକ ଭାରତୀୟଙ୍କୁ ଏକାଠି କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details