ଓଡିଶା

odisha

କୃଷକ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ, ସଲିସିଟର ଜେନେରାଲଙ୍କୁ ରିପୋର୍ଟ ତଲବ

By

Published : Jan 7, 2021, 7:12 PM IST

ଦିଲ୍ଲୀ ସୀମାରେ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକଙ୍କ ବୃହତ ସମାବେଶକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପଢନ୍ତୁ ଅଧିକ....

କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍ବେଗ, ସଲିସେଟର ଜେନେରାଲଙ୍କୁ ରିପୋର୍ଟ ତଲବ
କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଉଦ୍ବେଗ, ସଲିସେଟର ଜେନେରାଲଙ୍କୁ ରିପୋର୍ଟ ତଲବ

ନୂଆଦିଲ୍ଲୀ: ଦିଲ୍ଲୀ- ହରିୟାଣା ସୀମାରେ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକଙ୍କ ବୃହତ ସମାବେଶକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମଧ୍ୟ ମାଗିଛନ୍ତି କୋର୍ଟ । ଏତେ ସଂଖ୍ୟକ କୃଷକ ଏକାଠି ହୋଇ ଆନ୍ଦୋଳନ ଚଳାଇଥିବା ବେଳେ ସେମାନେ କୋଭିଡ ସଂକ୍ରମଣରୁ ସୁରକ୍ଷିତ ଅଛନ୍ତି କି ନାହାନ୍ତି ତାହା ସ୍ପଷ୍ଟ କରିବା ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସେଠାରେ କଣ ସ୍ଥିତି ରହିଛି ତାହା ମଧ୍ୟ କୋର୍ଟକୁ ଜଣାଇବାକୁ ନିର୍ଦ୍ଦେଶରେ କୁହାଯାଇଛି । ଗତ ଏକ ମାସରୁ ଉର୍ଦ୍ଧ୍ବ ହେବ ଦିଲ୍ଲୀ ହରିୟାଣା ସୀମାରେ ନୂଆ କୃଷି ଆଇନକୁ ବିରୋଧ ଜାରି ରଖିଛନ୍ତି କୃଷକ । ସେଠାରେ ବୃହତ ମାତ୍ରାରେ କୃଷକ ଏକତ୍ରିତ ହୋଇଛନ୍ତି । ସେଠାରେ କୋଭିଡ ସଂକ୍ରମଣ ଆଶଙ୍କା ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details