ଓଡିଶା

odisha

ଭାରତୀୟଙ୍କୁ ଫସାଇବାକୁ ପାକିସ୍ତାନର ଉଦ୍ୟମ, ପ୍ରତିରକ୍ଷା ମନ୍ତ୍ରଣାଳୟର ସତର୍କତା ଜାରି

By

Published : Sep 23, 2019, 11:08 AM IST

କେବିସି ମାଧ୍ୟମରେ ଭାରତୀୟଙ୍କୁ ଫସାଇବାକୁ ଉଦ୍ୟମ କରୁଛି ପାକିସ୍ତାନ। ଏନେଇ ସତର୍କ ସୂଚନା ଜାରି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ।

ଭାରତୀୟଙ୍କୁ ଫସାଇବାକୁ ପାକର ଉଦ୍ୟମ

ନୂଆଦିଲ୍ଲୀ: ପାକିସ୍ତାନର କାର୍ଯ୍ୟକଳାପକୁ ନେଇ ସତର୍କତା ଜାରିକରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ପପୁଲାର ରିଆଲିଟି ଶୋ 'କୌନ ବନେଗା କରୋଡ ପତି' (କେବିସି) ମାଧ୍ୟମରେ ପାକିସ୍ତାନ ଭାରତୀୟଙ୍କୁ ଫସାଇବାକୁ ଉଦ୍ୟମ କରୁଥିବା ନେଇ ସୂଚନା ଜାରି କରିଛି ।

ସୋନି ଟିଭିରେ ପ୍ରସାରିତ ଅମିତାଭ ବଚ୍ଚନଙ୍କ ଏହି ଶୋ ମାଧ୍ୟମରେ ଭାରତୀୟଙ୍କୁ ଠକିବାର ନୂଆ ଚାଲ ଆପଣାଇଛି ପାକ୍‌ । କେବିସି ନାଁରେ ନକଲି ନମ୍ବର ଜାରି କରି ଫେକ ହ୍ବାଟ୍ସ ଆପ ଗ୍ରୁପରେ ସାମିଲ ହେବାକୁ କୁହାଯାଉଛି । ଏହା ପରେ ଏଥିରେ ମିଶିଥିବା ବ୍ୟକ୍ତିଙ୍କୁ ଜାଲରେ ଫସାଯାଉଛି । ଲୋକେ ଏହା ଠାରୁ ଦୂରେଇ ରହିବ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଣାଇ ଦିଆଯାଇଛି ।

ତେବେ ଜାରି ହୋଇଥିବା ସୂଚନାରେ 2ଟି ନମ୍ବରକୁ ସୂଚାଯାଇଛି । ଯେଉଁଥିରେ ଫେକ୍‌ ହ୍ବାଟ୍ସ ଆପ୍‌ ଗ୍ରୁପ କରି କେବିସି ସମ୍ବନ୍ଧୀୟ ପ୍ରଶ୍ନ ପଚାରି ଲୋକଙ୍କୁ ଜାଲରେ ଫସାଇବାକୁ ଉଦ୍ୟମ ଚଳାଇଛି ପାକିସ୍ତାନ । ଏଥିରେ ଭାଗ ନେଉଥିବା ବ୍ୟକ୍ତି ବିଶେଷଙ୍କ ତଥ୍ୟ ଚୋରିବାକୁ ଚେଷ୍ଟା କରାଯାଉଛି । ତେବେ ଯେଉଁମାନେ ଏହି ଗ୍ରୁପରେ ସାମିଲ ହୋଇଛନ୍ତି, ସେମାନଙ୍କୁ ତରନ୍ତୁ ଗ୍ରୁପ ଛାଡିବାକୁ କୁହାଯାଇଛି ।

ଜମ୍ମୁ-କାଶ୍ମୀରରୁ 370 ଧାରା ହଟିବା ପରେ ପାକିସ୍ତାନ ଏଜେନ୍ସି ବାଉଳା ହେବା ସହ ରକ୍ତଚାଉଳ ଚୋବାଉଛି । ପାକିସ୍ତାନ ବିଭିନ୍ନ ଉପାୟ ଉଦ୍ୟମ କରି ବିଫଳ ହେବା ପରେ ଏବେ କେବିସି ମାଧ୍ୟମରେ ଭାରତୀୟଙ୍କୁ ଫସାଇବାକୁ ଚେଷ୍ଟା କରୁଛି ।

BLANK FOR LINK 


Conclusion:

ABOUT THE AUTHOR

...view details