ଓଡିଶା

odisha

ଗତ ଚାରି ଦିନରେ ପଞ୍ଚମ ଥର ପାଇଁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ତୀବ୍ରତା 2.5

By

Published : Sep 8, 2020, 12:32 PM IST

ଭୂକମ୍ପରେ ଥରିଲା ମହାରାଷ୍ଟ୍ର ନାସିକ। ରିକ୍ଟର ସ୍କେଲରେ ତୀବ୍ରତା 2.5 ରେକର୍ଡ କରାଯାଇଛି। ମହାରାଷ୍ଟ୍ରର ନାସିକର ପଶ୍ଚିମ ଦିଗରେ 103 କିଲୋମିଟର ଦୂରରେ ଏହି ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି ବୋଲି ଏନସିଏସ୍ ପକ୍ଷରୁ ସୂଚନା ମିଳିଛି।

ଗତ ଚାରି ଦିନରେ ପଞ୍ଚମ ଥର ପାଇଁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ତୀବ୍ରତା 2.5
ଗତ ଚାରି ଦିନରେ ପଞ୍ଚମ ଥର ପାଇଁ ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ତୀବ୍ରତା 2.5

ମୁମ୍ବାଇ: ଭୂକମ୍ପରେ ଥରିଲା ମହାରାଷ୍ଟ୍ର ନାସିକ। ରିକ୍ଟର ସ୍କେଲରେ ତୀବ୍ରତା 2.5 ରେକର୍ଡ କରାଯାଇଛି। ମହାରାଷ୍ଟ୍ରର ନାସିକର ପଶ୍ଚିମ ଦିଗରେ 103 କିଲୋମିଟର ଦୂରରେ ଏହି ଭୂକମ୍ପରେ କମ୍ପନ ଅନୁଭୂତ ହୋଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ପକ୍ଷରୁ ସୂଚନା ମିଳିଛି। ତେବେ ଗତ ଚାରି ଦିନ ମଧ୍ୟରେ ମହାରାଷ୍ଟ୍ରରେ ଏହା ହେଉଛି ପଞ୍ଚମ ଭୂକମ୍ପ।

ସୋମବାର ମୁମ୍ବାଇରେ ରିକ୍ଟର ସ୍କେଲରେ 3.5 ଏକ ଭୂକମ୍ପ ଘଟିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ସକାଳ 8 ଟାରେ ମୁମ୍ବାଇର ଉତ୍ତରରେ 102 କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ଭୂକମ୍ପ ଯୋଗୁଁ ଜୀବନ ହାନି କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ଖବର ନାହିଁ।

ଏହାପୂର୍ବରୁ ଶନିବାର ଦିନ ମହାରାଷ୍ଟ୍ରର ମୁମ୍ବାଇଠାରୁ 98 କିଲୋମିଟର ଉତ୍ତରରେ 2.7 ତୀବ୍ରତାର ଏକ ଭୂକମ୍ପ ଘଟିଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ସକାଳ 6:36 ରେ ଏହି ଭୂକମ୍ପ ଘଟିଛି। ସେପ୍ଟେମ୍ବର 4 ଓ 5 ରେ ପ୍ରାୟ 24 ଘଣ୍ଟା ମଧ୍ୟରେ ମୁମ୍ବାଇର ବିଭିନ୍ନ କ୍ଷେତ୍ରରେ ତିନୋଟି ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା।

ABOUT THE AUTHOR

...view details