ଓଡିଶା

odisha

ଅନୀଲ କୁମାର ଜୈନ ନୂତନ କୋଇଲା ସଚିବ

By

Published : Sep 21, 2019, 5:33 PM IST

ମଧ୍ୟ ପ୍ରଦେଶ କ୍ୟାଡରର 1986 ବ୍ୟାଚର ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ(ଆଇଏଏସ) ଅନୀଲ କୁମାର ଜୈନଙ୍କୁ ନୂତନ କୋଇଲା ସଚିବ ଭାବେ ନିଯୁକ୍ତି ମିଳିଛି। ଆଇଏଏସ ସୁମନ୍ତ ଚୌଧୁରୀଙ୍କ ସ୍ଥାନରେ ତାଙ୍କୁ ଏହି ପ୍ରଦାନ କରାଯାଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ର ବରିଷ୍ଠ ଅଧିକାରୀ ଅନୀଲ କୁମାର ଜୈନଙ୍କୁ ନୂତନ କୋଇଲା ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ଏକ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି। ମଧ୍ୟ ପ୍ରଦେଶ କ୍ୟାଡରର 1986 ବ୍ୟାଚର ଆଇଏଏସ ହେଉଛନ୍ତି ଅନୀଲ କୁମାର ଜୈନ।

ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ମନ୍ତ୍ରୀମଣ୍ଡଳର ନିଯୁକ୍ତି ସମିତି ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଅନୀଲ ଜୈନଙ୍କୁ, ନୂତନ କୋଇଲା ସଚିବ ଭାବେ ଦିଆଯାଇଥିବା ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରୁଛି । 1985 ବ୍ୟାଚର ବେଙ୍ଗଲ କ୍ୟାଡର ଆଇଏଏସ ଅଧିକାରୀ ସୁମନ୍ତ ଚୌଧୁରୀଙ୍କ ସ୍ଥାନରେ ସେ ଏହି ଦାୟିତ୍ବ ତୁଲାଇବେ।

Intro:Body:

BLANK FOR LINK 


Conclusion:

ABOUT THE AUTHOR

...view details