ଓଡିଶା

odisha

ହାଇଦ୍ରାବାଦରେ ପ୍ରବଳ ବର୍ଷା: ଓସମାନିଆ ବିଶ୍ବବିଦ୍ୟାଳୟରେ ପରୀକ୍ଷା ସ୍ଥଗିତ

By

Published : Oct 14, 2020, 12:03 PM IST

ବର୍ଷା ଯୋଗୁଁ ହାଇଦ୍ରାବାଦ ଓସମାନିଆ ବିଶ୍ବବିଦ୍ୟାଳୟର ପରୀକ୍ଷା ହେଲା ସ୍ଥଗିତ। 14 ଓ 15 ଅକ୍ଟୋବରରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଅଧିକ ପଢ଼ନ୍ତୁ...

ପ୍ରବଳ ବର୍ଷା ଯୋଗୁଁ ଓସମାନିଆ ବିଶ୍ବବିଦ୍ୟାଳୟରେ ପରୀକ୍ଷା ସ୍ଥଗିତ
ପ୍ରବଳ ବର୍ଷା ଯୋଗୁଁ ଓସମାନିଆ ବିଶ୍ବବିଦ୍ୟାଳୟରେ ପରୀକ୍ଷା ସ୍ଥଗିତ

ହାଇଦ୍ରାବାଦ: ପ୍ରବଳ ବର୍ଷା ଯୋଗୁଁ ହାଇଦ୍ରାବାଦ ଓସମାନିଆ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଲଘୁଚାପଜନିତ ବର୍ଷା ଯୋଗୁଁ ଅଧା ହାଇଦ୍ରାବାଦ ଜଳମଗ୍ନ ହୋଇଛି। ଫଳରେ ବୁଧବାର ଓ ଗୁରୁବାର ଓସମାନିଆ ବିଶ୍ବ ବିଦ୍ୟାଳୟରେ ହେବାକୁ ଥିବା ସମସ୍ତ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ।

ତେବେ 16 ଅକ୍ଟୋବରରେ ହେବାକୁ ଥିବା ସମସ୍ତ ପରୀକ୍ଷା ଟାଇମ ଟେବଲ ଅନୁଯାୟୀ କରାଯିବ। ସ୍ଥଗିତ ରଖାଯାଇଥିବା ପରୀକ୍ଷା କେବେ ହେବ ସେନେଇ ବିଶ୍ବ ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯିବ। ଏନେଇ ଓସମାନିଆ ବିଶ୍ବବିଦ୍ୟାଳୟ ପରୀକ୍ଷା ନିରୀକ୍ଷକ କହିଛନ୍ତି ଯେ, "14 ଓ 15 ଅକ୍ଟୋବରରେ ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ହାଇଦ୍ରାବାଦରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ 16 ଅକ୍ଟୋବରରେ ହେବାକୁ ପରୀକ୍ଷା ଟାଇମ ଟେବଲ ମୁତାବକ କରାଯିବ।"

ଲଘୁଚାପଜନିତ ବର୍ଷା ଯୋଗୁଁ ବନସ୍ଥଲୀପୁରମ, ଡମାଇଗୁଡ଼ା, ଅଟ୍ଟାପୁର ଓ ମୁସିରାବାଦ ଆଦି ଅଞ୍ଚଳ ଜଳମଗ୍ନ ହୋଇ ରହିଛି । ଆଗାମୀ 12 ଘଣ୍ଟା ମଧ୍ୟରେ ତେଲେଙ୍ଗାନାର ପଶ୍ଚିମ ଓ ଉତ୍ତର-ପଶ୍ଚିମାଞ୍ଚଳର କେତେକ ସ୍ଥାନରେ ବର୍ଷା ଲାଗି ରହିବ । ଏହାପରେ ଲଘୁଚାପ ଦୁର୍ବଳ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବର୍ଷାରେ ବନ୍ଦଲାଗୁଡ଼ାରେ ଏକ ପାଚୀର ଧସି 8 ଜଣଙ୍କ ମୃତ୍ୟୁ ଘଟିଛି।

@ani

ABOUT THE AUTHOR

...view details