ଓଡିଶା

odisha

କୃଷକ ଆନ୍ଦୋଳନକୁ 1917 ଚମ୍ପାରନ ଆନ୍ଦୋଳନ ସହ ତୁଳନା କଲା କଂଗ୍ରେସ

By

Published : Dec 7, 2020, 6:22 AM IST

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସ୍ବାଧିନତା ପୂର୍ବବର୍ତ୍ତୀ 1917ର ଚମ୍ପାରନ ଆନ୍ଦୋଳନ ସହ ତୁଳନା କଲା କଂଗ୍ରେସ । କହିଲା ସବୁ ପରିସ୍ଥିତିରେ ଚାଷୀଙ୍କ ସହ ଅଛି କଂଗ୍ରେସ । ପଢନ୍ତୁ ଅଧିକ....

କୃଷକ ଆନ୍ଦୋଳନକୁ 1917 ଚମ୍ପାରନ ଆନ୍ଦୋଳନ ସହ ତୂଳନା କଲା କଂଗ୍ରେସ
କୃଷକ ଆନ୍ଦୋଳନକୁ 1917 ଚମ୍ପାରନ ଆନ୍ଦୋଳନ ସହ ତୂଳନା କଲା କଂଗ୍ରେସ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ସ୍ବାଧିନତା ପୂର୍ବବର୍ତ୍ତୀ 1917ରେ ବିହାରରରୁ ଆରମ୍ଭ ହୋଇଥିବା ଚମ୍ପାରନ ଆନ୍ଦୋଳନ ସହ ତୁଳନା କରିଛି କଂଗ୍ରେସ । ଏହା ସହ ସେତେବେଳେ ମହାତ୍ମା ଗାନ୍ଧୀ ଏହି ଆନ୍ଦୋଳନର ନେତୃତ୍ବ ନେଇଥିବ ବେଳେ କଂଗ୍ରେସ ଏହାକୁ ସହଯୋଗ କରିଥିଲା । ତେଣୁ ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ କଂଗ୍ରେସ ସହଯୋଗ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ଦଳ କହିଛି ।

1917ରେ ବ୍ରିଟିଶ ସରକାର କୃଷକମାନଙ୍କୁ ଇଣ୍ଡିଗୋ ଲଗାଇବାକୁ ବାଧ୍ୟ କରୁଥିବା ବେଳେ କୃଷକ ମାନେ ଏହା ବିରୋଧରେ ପ୍ରଦର୍ଶନ କରିଥିଲେ । ଏବଂ ଏହି ମହାନ ଆନ୍ଦୋଳନର ନେତୃତ୍ବ ନିଜେ ଗାନ୍ଧିଜୀ ନେଇଥିଲେ । ଅନ୍ୟ ଏକ ଉଦହାରଣ ଦେଇ ଦଳ କହିଛି କୃଷକମାନେ କାହିଁକି ବିରୋଧ କରୁଛନ୍ତି ବୋଲି ବି ପ୍ରଶ୍ନ କରୁଛନ୍ତି, କେବଳ ବିହାରର ଚାଷୀଙ୍କ ଅବସ୍ଥା ଦେଖି ସ୍ପଷ୍ଟ ଜଣାପ଼ଡୁଛି । ନୀତିଶ କୁମାର ସରକାର ମଣ୍ଡି ବ୍ୟବସ୍ଥାକୁ ରଦ୍ଦ କରିଦେବା ଫଳରେ ବିହାରରେ ଏବେ ଚାଷୀ ମାନେ ବିଭିନ୍ନ ସମସ୍ଯାର ସମ୍ମୁଖିନ ହେଉଛନ୍ତି । ଏବଂ ଏହି ବ୍ୟବସ୍ଥାକୁ କଂଗ୍ରେସ ଶାସିତ ରାଜ୍ୟ ମାନଙ୍କରେ ବିରୋଧ କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି ।

ସେହିପରି ସମଗ୍ର ଦେଶର କଲ୍ୟାଣକୁ ଦୃଷ୍ଟିରେ ରଖି ମୋଦି ସରକାର କୃଷକ ବିରୋଧୀ ତିନିଟି ଆଇନକୁ ପ୍ରତ୍ୟାହାର କରିନେବା ଉଚିତ ବୋଲି ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ କହିଛନ୍ତି । ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ପଞ୍ଚମ ରାଉଣ୍ଡ ଆଲୋଚନ ସରିଥିବା ବେଳେ ଏହି ବିବାଦୀୟ ଆଇନକୁ ନେଇ କିଛି ନିର୍ଜାସ ବାହାରି ପାରିନଥିବାରୁ ଆସନ୍ତା 8 ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଂଗଠନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details