ଓଡିଶା

odisha

ଟୀକା ଆସିବା ବେଳକୁ କୋରୋନା ଜନିତ ମୃତ୍ୟୁସଂଖ୍ୟା 20 ଲକ୍ଷରେ ପହଞ୍ଚିବ: WHO

By

Published : Sep 26, 2020, 3:16 PM IST

ସମଗ୍ର ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଯାହା ଆଗାମୀ ଦିନରେ ଭୟଙ୍କର ରୂପ ନେବ ବୋଲି ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ମୃତ୍ୟୁ ସଂଖ୍ୟା ଯେପରି ବଢୁଛି, ଟୀକା ଆସିବା ବେଳକୁ 20 ଲକ୍ଷରେ ପହଞ୍ଚିବ ଏହି ସଂଖ୍ୟା: WHO
କୋରୋନା ମୃତ୍ୟୁ ସଂଖ୍ୟା ଯେପରି ବଢୁଛି, ଟୀକା ଆସିବା ବେଳକୁ 20 ଲକ୍ଷରେ ପହଞ୍ଚିବ ଏହି ସଂଖ୍ୟା: WHO

ହାଇଦ୍ରାବାଦ: ମହାମାରୀ ଯେଉଁ ଭାବେ ସମଗ୍ର ବିଶ୍ବରେ ବ୍ୟାପୁଛି, ଏହାର ଟୀକା ବାହାରିବା ବେଳକୁ ମୃତ୍ୟୁସଂଖ୍ୟା 20 ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ତେବେ ଏସମ୍ପର୍କରେ ଡବ୍ଲୁଏଚଓର ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ, ଯଦି ମହାମାରୀକୁ ରୋକିବା ପାଇଁ ଉଚିତ ପଦକ୍ଷେପ ନିଆ ନ ଯାଏ ତେବେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ।

ଚୀନରେ କୋରୋନା ଭୂତାଣୁ ଚିହ୍ନଟ ହେବା ପରେ 9 ମାସ ମଧ୍ୟରେ ମୃତକଙ୍କ ସଂଖ୍ୟା ପ୍ରାୟ 1 ମିଲିୟନରେ ପହଞ୍ଚିଛି । WHOର ଜରୁରୀକାଳୀନ କାର୍ଯ୍ୟକ୍ରମର ମୁଖ୍ୟ ମାଇକ ରୟାନ କହିଛନ୍ତି, "ସଂକ୍ରମଣର ବୃଦ୍ଧି ପାଇଁ ଯୁବକମାନେ ଦାୟୀ ହେବା ଉଚିତ ନୁହେଁ। ତଥାପି ଏହା ଚିନ୍ତାର ବିଷୟ ଯେ, ଲକଡାଉନ କୋହଳ ହେବା ପରେ ଯୁବ ଗୋଷ୍ଠୀମାନେ କୋରୋନା ସଂକ୍ରମଣ ବୃଦ୍ଧି କରାଉଛନ୍ତି "।

ସେ ଆହୁରି କହିଛନ୍ତି ଯେ, ''ମୁଁ ଆଶା କରୁଛି ଆମେ ପରସ୍ପରକୁ ଦୋଷ ଦେବା ବନ୍ଦ କରିବା ଉଚିତ । କେବଳ ଯୁବକମାନଙ୍କ କାରଣରୁ ସଂକ୍ରମଣର ବୃଦ୍ଧି ପାଉଥିବା ଦେଖାଯାଉଛି। ସେ କହିଛନ୍ତି ଯେ, ଆମକୁ ମନେ ରଖିବାକୁ ହେବ ଯେ ଜଣେ ଯୁବକ ଜଣେ ବୃଦ୍ଧ ବା ବୃଦ୍ଧାଙ୍କର ନିତ୍ୟାନ୍ତ ଆବଶ୍ୟକ ଅଟନ୍ତି ଯିଏ ତାଙ୍କୁ ସଠିକ ଦିଗ ଏବଂ ପରାମର୍ଶ ଦେଇପାରିବେ''।

ସେ କହିଛନ୍ତି ଯେ, ''ଇନଡୋର ସଭାରେ ମହାମାରୀ ବୃଦ୍ଧି ପାଉଛି। ଏବଂ ଏଥିରେ ସବୁ ବୟସର ଲୋକ ଅନ୍ତର୍ଭୁକ୍ତ । ଟିକା ପାଇଁ ଚାଲିଥିବା କାର୍ଯ୍ୟକ୍ରମରେ COVAX ରେ ଚୀନ ଯୋଗଦେବା ପାଇଁ WHO ଆଲୋଚନା କରୁଛି । ଯାହାଦ୍ୱାରା ବିଶ୍ୱରେ କୋଭିଡ-19 ଟିକା ଉତ୍ପାଦନ ଏବଂ ବିତରଣ ତ୍ୱରାନ୍ୱିତ ହୋଇପାରିବ''।

WHOର ବରିଷ୍ଠ ପରାମର୍ଶଦାତା ବ୍ରୁସ ଏୟଲୱାର୍ଡ କହିଛନ୍ତି, "ଆମେ ଚୀନ ସହିତ ଏହାର ଭୂମିକା ବିଷୟରେ ଆଲୋଚନା କରୁଛୁ। ଏହା ଆମକୁ ଆଗକୁ ବଢିବାରେ ସାହାଯ୍ୟ କରିବ।" WHO ର COVAX କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଦେଶ ସଂଖ୍ୟା 159 କୁ ବୃଦ୍ଧି ପାଇଥିବାବେଳେ 34 ଟି ଦେଶ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାଁନ୍ତି ।

WHO କାର୍ଯ୍ୟକ୍ରମରେ ଟିକା ଯୋଗାଣ ସମ୍ପର୍କରେ ଚୀନ ସହିତ ଆଲୋଚନା ମଧ୍ୟ ଚାଲିଛି। କୋଭିଡ-19 ଟିକାର ଜରୁରୀକାଳୀନ ବ୍ୟବହାର ଯାଞ୍ଚ କରିବାକୁ WHO ଏକ ଚୁକ୍ତିନାମା ପ୍ରକାଶ କରିଛି । ଯାହା ଟିକା ଉପରେ କରାଯାଉଥିବା ମାନବ ପରୀକ୍ଷଣରେ ଫାର୍ମା କମ୍ପାନୀଗୁଡିକୁ ସାହାଯ୍ୟ କରିବ । ସେ କହିଛନ୍ତି ଯେ ଏହି ଡକ୍ୟୁମେଣ୍ଟ ଲୋକଙ୍କ ପାଇଁ 8 ଅକ୍ଟୋବର ପର୍ଯ୍ୟନ୍ତ ଉପଲବ୍ଧ ହେବ।

ABOUT THE AUTHOR

...view details