ଓଡିଶା

odisha

ଦିଲ୍ଲୀ ରୋହିଣୀ କୋର୍ଟର ବିଚାରପତି କୋରାନା ପଜିଟିଭ

By

Published : Jun 3, 2020, 2:45 PM IST

ଦିଲ୍ଲୀ ରୋହିଣୀ କୋର୍ଟର ବିଚାରପତି କୋରାନା ପଜିଟିଭ । ପୂର୍ବରୁ ପତ୍ନୀ ମଧ୍ୟ ହୋଇଥିଲେ ଆକ୍ରାନ୍ତ । ଅଧିକ ପଢନ୍ତୁ.....

A judge of Rohini Court tested positive for COVID-19
ରୋହିଣୀ କୋର୍ଟର ବିଚାରପତି କୋରାନା ପଜେଟିଭ

ନୂଆଦିଲ୍ଲୀ:ଦିନକୁ ଦିନ କାୟା ବିସ୍ତାର କରୁଛି କୋରୋନା । ପ୍ରତିଦିନ ନେଉଛି ଶହ ଶହ ମୁଣ୍ତ । ସଚେତନତା ଓ ସତର୍କତା ସତ୍ତ୍ବେ ସଂକ୍ରମଣରେ ଲାଗି ପାରୁନି ରୋକ । ଏପଟେ ଦେଶରେ ପଜେଟିଭଙ୍କ ସଂଖ୍ୟା 2 ଲକ୍ଷ ଅତିକ୍ରମ କରିଥିବାବେଳେ ମୃତକଙ୍କ ସଂଖ୍ୟା 5598ରେ ପହଞ୍ଚିଛି ।

ତେବେ ଦିଲ୍ଲୀ ରୋହିଣୀ କୋର୍ଟର ଜଣେ ବିଚାରପତି କୋଭିଡ-19ରେ ଆକ୍ରାନ୍ତ ହୋଇଛନ୍ତି । ସେ ନିଜକୁ କ୍ବାରେଣ୍ଟାଇନରେ ରଖିଛନ୍ତି । ଏହା ପୂର୍ବରୁ ମଧ୍ୟ ତାଙ୍କ ପତ୍ନୀ କୋରୋନାରେ ସଂକ୍ରମିତ ହୋଇଥିଲେ । ଏନେଇ ରୋହିଣୀ କୋର୍ଟ ବାର ଆସୋସେସନର ସଭାପତି ସୂଚନା ଦେଇଛନ୍ତି ।

ପ୍ରକାଶ ଯେ, ଦିଲ୍ଲୀରେ ମଧ୍ୟ ପଜେଟିଭଙ୍କ ସଂଖ୍ୟା ଖୁବ ଅଧିକ ରହିଛି । 20834 ପଜେଟିଭ ଚିହ୍ନଟ ହୋଉଥିବା ବେଳେ 523 ଜଣଙ୍କ ମୃତ୍ୟୁ ହୋଇଛି ।

ସୌଜନ୍ୟ @ ANI

ABOUT THE AUTHOR

...view details