ଓଡିଶା

odisha

ଆଜିଠୁ ଦୁଇ ଦିନିଆ ଭାରତ ବନ୍ଦ, ବ୍ୟାଙ୍କିଂ ସମେତ ପ୍ରମୁଖ ସେବା ପ୍ରଭାବିତ ଆଶଙ୍କା

By

Published : Mar 27, 2022, 7:10 PM IST

Updated : Mar 28, 2022, 6:20 AM IST

ଆଜି ଠାରୁ ଦୁଇଦିନିଆ ଭାରତ ବନ୍ଦ ଡାକରା । ସାମିଲ ହେବ ଅଖିଳ ଭାରତ ବ୍ୟାଙ୍କ କର୍ମଚାରୀ ସଂଘ । ବ୍ୟାଙ୍କିଂ ସେବା ସମେତ ଅନ୍ୟ କିଛି ସେବା ମଧ୍ୟ ହୋଇପାରେ ପ୍ରଭାବିତ । ଅଧିକ ପଢନ୍ତୁ

କାଲି ଠାରୁ ଦୁଇ ଦିନିଆ ଭାରତ ବନ୍ଦ, ବ୍ୟାକିଂ ସମେତ ଅନ୍ୟ କିଛି ସେବା ପ୍ରଭାବିତ ଆଶଙ୍କା
କାଲି ଠାରୁ ଦୁଇ ଦିନିଆ ଭାରତ ବନ୍ଦ, ବ୍ୟାକିଂ ସମେତ ଅନ୍ୟ କିଛି ସେବା ପ୍ରଭାବିତ ଆଶଙ୍କା

ନୂଆଦିଲ୍ଲୀ: ଆଜି ଠାରୁ ଦୁଇ ଦିନିଆ ଦେଶବ୍ୟାପୀ ବନ୍ଦ ଡାକରା ଦେଇଛନ୍ତି ଏକାଧିକ କେନ୍ଦ୍ରୀୟ ବାଣିଜ୍ୟ ସଂଗଠନ । କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଏକାଧିକ ଆର୍ଥିକ ନୀତି ବ୍ୟାଙ୍କିଂ କ୍ଷେତ୍ର ଓ ଏହାର କର୍ମଚାରୀଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ଏହି ବନ୍ଦ ପାଳନ କରାଯିବା ନେଇ ଡାକରା ଦେଇଛନ୍ତି ଏକାଧିକ ସଂଗଠନ । ମଙ୍ଗଳବାର ଓ ବୁଧବାର (୨୮ ଓ ୨୯ ତାରିଖ) ଦୁଇ ଦିନ ପାଇଁ ଆହୁତ ହୋଇଥିବା ଏହି ଦେଶବ୍ୟାପୀ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ଅଖିଳ ଭାରତ ବ୍ୟାଙ୍କ କର୍ମଚାରୀ ସଂଘ (All India Bank Employees Association) ।

ସଂଘ ବନ୍ଦରେ ସାମିଲ ହେବା ସାମାଜିକ ଗଣମାଧ୍ୟମରେ ସୂଚନା ଦେବା ପରେ ଦୁଇ ଦିନ ଦେଶରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି । 22 ମାର୍ଚ୍ଚରେ ବସିଥିବା ବିଭିନ୍ନ ବାଣିଜ୍ୟିକ ସଂଗଠନର ମିଳିତ ଫୋରମର ଏକ ବୈଠକ ପରେ ଏହି ଦେଶବ୍ୟାପୀ ବନ୍ଦ ପାଳନ ନେଇ ନିଷ୍ପତ୍ତି ହୋଇଥିଲା । ପରେ ତାରିଖ ଚୂଡାନ୍ତ କରାଯାଇ ୟୁନାଇଟେଡ୍ ଫୋରମ୍ ଦ୍ୱାରା ସାରା ଦେଶରେ ଦୁଇ ଦିନିଆ ସର୍ବଦଳୀୟ ଧର୍ମଘଟ ଡକାଯାଇଥିଲା । ବର୍ତ୍ତମାନ ସରକାର କର୍ମଚାରୀ ବିରୋଧୀ, କୃଷକ ବିରୋଧୀ ନିଷତ୍ତି ନେଉଥିବାରୁ ପ୍ରତିବାଦ ସ୍ବରୂପ ଏପରି ବନ୍ଦ ପାଳନ କରାଯାଉଥିବା ସଂଗଠନମାନେ ପ୍ରକାଶ କରିଛନ୍ତି ।

ସେହିପରି ବ୍ୟାଙ୍କିଂ ଆଇନ ସଂଶୋଧନ ବିଲ୍ 2021 ଏବଂ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡିକୁ ଘରୋଇକରଣ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନାକୁ ବ୍ୟାଙ୍କ ୟୁନିଅନମାନେ ବିରୋଧ କରିବା ସହ ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି । ବନ୍ଦ ପ୍ରଭାବରେ ମାର୍ଚ୍ଚ 28 ଏବଂ 29 ରେ ବ୍ୟାଙ୍କିଂ ସେବା ପ୍ରଭାବିତ ହୋଇପାରେ ବୋଲି ଗ୍ରାହକଙ୍କୁ ଅଗ୍ରୀମ ସୂଚନା ଦେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ଏକ ବିଜ୍ଞପ୍ତି ଜାରି କରିଛି ।

ବ୍ୟାଙ୍କିଂ କ୍ଷେତ୍ର ବ୍ୟତୀତ ଟେଲିକମ୍, ଆୟକର, ବୀମା, ଇସ୍ପାତ, ଡାକ ବିଭାଗ, କୋଇଲା, ଇସ୍ପାତ, ତୈଳ କ୍ଷେତ୍ର ସମେତ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଏହି ଦେଶବ୍ୟାପୀ ବନ୍ଦ ଡାକରାରେ ସାମିଲ ହୋଇପାରନ୍ତି ବୋଲି ସୂଚନା ରହିଛି । ତେବେ ଏହି ସବୁ କ୍ଷେତ୍ରରେ ସାଧାରଣ ଭାବେ ଉପଲବ୍ଧ ହେଉଥିବା ସେବା ୨ ଦିନ ପର୍ଯ୍ୟନ୍ତ ବାଧାପ୍ରାପ୍ତ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 28, 2022, 6:20 AM IST

ABOUT THE AUTHOR

...view details