ଓଡିଶା

odisha

ମୋଦିଙ୍କ ରାଲିରେ ବିକ୍ରମ ଦନ୍ତାନି, ଅଟୋ ଚାଳକଙ୍କ ଘରେ ଡିନର୍‌ କରିଥିଲେ କେଜ୍ରିୱାଲ

By

Published : Sep 30, 2022, 9:12 PM IST

ମୋଦିଙ୍କ ରାଲିରେ ବିକ୍ରମ ଦନ୍ତାନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଯୋଗ ଦେଲେ ଅଟୋ ଚାଳକ ବିକ୍ରମ ଦନ୍ତାନି । ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତ ବେଳେ ବିକ୍ରମ ଦନ୍ତାନିଙ୍କ ଘରେ ଡିନର କରିଥିଲେ । ଅଧିକ ପଢ଼ନ୍ତୁ

auto-driver-invited-delhi-cm-to-dine-at-home-now-seen-in-pm-modi-public-meeting
ମୋଦିଙ୍କ ରାଲିରେ ବିକ୍ରମ ଦନ୍ତାନି, ଅଟୋଚାଳକଙ୍କ ଘରେ ଡିନର୍‌ କରିଥିଲେ କେଜ୍ରିୱାଲ

ଗାନ୍ଧୀନଗର: ମୋଦିଙ୍କ ରାଲିରେ ବିକ୍ରମ ଦନ୍ତାନି । ଗୁଜରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଯୋଗ ଦେଲେ ଅଟୋ ଚାଳକ ବିକ୍ରମ ଦନ୍ତାନି । ଅରବିନ୍ଦ କେଜ୍ରିୱାଲଙ୍କ ଗୁଜରାଟ ଗସ୍ତ ବେଳେ ବିକ୍ରମ ଦନ୍ତାନି ଖୁବ୍‌ ଭାଇରାଲ ହୋଇଥିଲେ । କାରଣ ତାଙ୍କ ଘରେ ଭୋଜନ କରିବାକୁ ଅଟୋରେ ଆସିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ତେବେ ଶୁକ୍ରବାର ଅହମ୍ମଦାବାଦରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ରାଲିରେ ବିକ୍ରମ ଦନ୍ତାନିଙ୍କୁ ଗେରୁଆ ଟୋପି ଓ ଉତ୍ତରୀୟ ପକାଇଥିବା ଦେଖିବାକୁ ମିଳିଛି ।

ଏଠାରେ ବିକ୍ରମ ଦନ୍ତାନିଙ୍କୁ ଜଣେ ଅତିଥି ରୂପରେ ଆମନ୍ତ୍ରଣ ଦିଆଯାଇଥିଲା । ଏହି ସମୟରେ ଦନ୍ତାନି କହିଛନ୍ତି, "ଯେତେବେଳେ ଅରବିନ୍ଦ କେଜ୍ରିୱାଲ ଗୁଜରାଟ ଗସ୍ତରେ ଆସିଥିଲେ, ସେତେବେଳେ ମୁଁ ତାଙ୍କୁ ଅତିଥି ଭାବରେ ନିମନ୍ତ୍ରଣ ଦେଇଥିଲି । ପୂର୍ବରୁ ହିଁ ମୁଁ ବିଜେପିକୁ ଭୋଟ ଦେଇ ଆସୁଛି । ମୋର ପୂରା ସମାଜ ବିଜେପିକୁ ଭୋଟ ଦେଇ ଆସୁଛି ।"

ଏହା ବି ପଢ଼ନ୍ତୁଅଟୋରେ ଡ୍ରାଇଭରଙ୍କ ଘରେ ପହଞ୍ଚିଲେ କେଜ୍ରିୱାଲ, ତଳେ ବସି ଡିନର କଲେ

ଯେତେବେଳେ ଅରବିନ୍ଦ କେଜ୍ରିୱାଲ ବିକ୍ରମଙ୍କ ଘରକୁ ଆସିଥିଲେ, ସେତେବେଳେ ତାଙ୍କ ବାସଭବନ ନିକଟରେ ଅଟୋଚାଳକ ସଂଘ ଓ ଆପ୍‌ କର୍ମକର୍ତ୍ତାଙ୍କ ଭିଡ଼ ଲାଗିଥିଲା । କିନ୍ତୁ ତାଙ୍କ ସମାଜର କେହି ବି ଉପସ୍ଥିତ ନଥିଲେ । ଅରବିନ୍ଦ କେଜ୍ରିୱାଲ ଫେରିବା ପରେ ଆପ୍ ସହ କୌଣସି ଯୋଗାଯୋଗ କରି ନାହାନ୍ତି ବିକ୍ରମ । କିନ୍ତୁ ବିଜେପି ସରକାର ସବୁବେଳେ କାମରେ ଆସିଛି । ରାତି ଅଧରେ ବିଜେପି କର୍ମକର୍ତ୍ତା ବିକ୍ରମଙ୍କୁ ସାହାଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି ।

ବିଜେପିର ସମସ୍ତ କାର୍ଯ୍ୟକ୍ରମରେ ବିକ୍ରମ ସକ୍ରିୟ ଭାବରେ କାମ କରି ଆସିଛନ୍ତି । ବର୍ତ୍ତମାନ ମଧ୍ୟ ସେ ବିଜେପି ପାଇଁ କାମ କରିବେ ବୋଲି କହିଛନ୍ତି । ସେପ୍ଟେମ୍ବର ୧୨ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅହମ୍ମଦାବାଦ ଅଞ୍ଚଳର ଜଣେ ଅଟୋ ଅଟୋ ଚାଳକଙ୍କ ଘରକୁ ଯାଇ ଡିନର୍ କରିଥିଲେ । କେଜ୍ରିୱାଲ ଅଟୋ ଚାଳକଙ୍କ ସାଙ୍ଗରେ ତଳେ ବସି ଏକାଠି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାସହିତ ମୁଖ୍ୟମନ୍ତ୍ରୀ ତାଙ୍କର ପରିବାର ଲୋକଙ୍କ ସହ ମଧ୍ୟ କଥା ହୋଇଥିଲେ । ଅଟୋ ଚାଳକ ଜଣକ କେଜ୍ରିୱାଲଙ୍କୁ ତାଙ୍କ ଘରେ ଖାଇବାକୁ ନିମନ୍ତ୍ରଣ କରିଥିଲେ । ଏହାପରେ ରାତିରେ କେଜ୍ରିୱାଲ ଅଟୋ ଅଟୋ ଚାଳକଙ୍କ ଅଟୋରେ ବସି ତାଙ୍କ ଘରକୁ ଡିନର୍ ପାଇଁ ଯାଇଥିଲେ ।

ABOUT THE AUTHOR

...view details