ଓଡିଶା

odisha

ଗ୍ୟାସ ସବସିଡି ବାବଦକୁ 14 ଲକ୍ଷ ପରିବାର ଖାତାକୁ ଗଲା 60 କୋଟି

By

Published : Jun 5, 2023, 10:05 PM IST

ଇନ୍ଦିରା ଗାନ୍ଧୀ ଗ୍ୟାସ ସବସିଡି ଯୋଜନା ମାଧ୍ୟମରେ 14 ଲକ୍ଷ ପରିବାର ଖାତାକୁ 60 କୋଟି ଟ୍ରାନ୍ସଫର କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ରାଜସ୍ଥାନରେ 5 ଶହ ଟଙ୍କାରେ ସିଲିଣ୍ଡର କିଣିପାରିବେ ଉଜ୍ଜଳା ହିତାଧିକାରୀ । ଅଧିକ ପଢନ୍ତୁ

Indira Gandhi Gas Cylinder Subsidy Scheme
Indira Gandhi Gas Cylinder Subsidy Scheme

ଜୟପୁର:ଇନ୍ଦିରା ଗାନ୍ଧୀ ଗ୍ୟାସ ସବସିଡ ଯୋଜନା ମାଧ୍ୟମରେ 14 ଲକ୍ଷ ଗ୍ୟାସ ଉପଭୋକ୍ତା ପରିବାର ଖାତାକୁ ସବସିଡି ରାଶି ବାବଦରେ 60 କୋଟି ଟଙ୍କା ଟ୍ରାନ୍ସଫର କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଆଜି ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟର 33ଟି ଜିଲ୍ଲାର 14 ଲକ୍ଷ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ରାଶି ଟ୍ରାନ୍ସଫର କରିଛନ୍ତି । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାରେ ଗ୍ୟାସ ବ୍ୟବହାର କରୁଥିବା ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଏହି ସବସିଡି ଯୋଜନାର ଲାଭ ମିଳିବ । ଏପ୍ରିଲ ପହିଲାରୁ ସେମାନେ ଏହି ସବସିଡିକୁ ବାଦ ଦେଇ ମାତ୍ର 5 ଶହ ଟଙ୍କାରେ ଗ୍ୟାସ ସିଲିଣ୍ଡର କିଣିପାରିବେ ।

ଆଜି ରାଜଧାନୀ ଜୟପୁରରେ ରାଜସ୍ଥାନ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ‘ଲାଭାର୍ଥୀ ମହୋତ୍ସବ’ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବଟନ ଦବାଇ ଏହି ସବସିଡି ରାଶି ଟ୍ରାନ୍ସଫର କରିଥିଲେ । ଏଥିରେ ମୋଟ 33 ଜିଲ୍ଲାର ଉଜ୍ଜଳା ଯୋଜନା ହିତାଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାର ଲାଭ ପାଇଥିବା ହିତାଧିକାରୀମାନେ ରାଜ୍ୟ ସରକାରଙ୍କ ଏହି ସବସିଡି ପ୍ଲାନର ଲାଭ ପାଇବେ । ରାଜ୍ୟ ସରକାରଙ୍କ ଏହି ସବସିଡି ରାଶିକୁ ବାଦ ଦେବା ପରେ ମାତ୍ର 5 ଶହ ଟଙ୍କା ମୂଲ୍ୟରେ ଉଜ୍ଜଳା ହିତାଧିକାରୀଙ୍କୁ ଗ୍ୟାସ ସିଲିଣ୍ଡର ମିଳିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ଏପ୍ରିଲ ପହିଲାରୁ 5 ଶହ ଟଙ୍କା ମୂଲ୍ୟରେ ଗ୍ୟାସ ସିଲିଣ୍ଡର ମିଳିବ ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରର ବିଜେପି ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲିନଥିଲେ । ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ସାମାଜିକ ନିରାପତ୍ତା ଆଇନ (ସୋସିଆଲ ସିକ୍ୟୁରିଟି ଆକ୍ଟ ) ଲାଗୁ ହେବାର ଆବଶ୍ୟକତା ରହିଛି । ଏନେଇ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ଯ ଦୃଷ୍ଟି ଆକର୍ଷଣ କରାଯାଉଛି । ହେଲେ ରାଜନୈତିକ ଆକ୍ରୋଶ ଭାବ ରଖି କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ।

ଏହା କହିବା ସହ ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିତ୍ବକୁ ଶାଣିତ ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଜିଦଖୋର ଓ ଅହଂକାରୀ ମଧ୍ୟ । ନିଜ ଜିଦ୍‌ ଓ ଅହଂକାର ପାଇଁ ସେ ଦେଶର ସାଧାରଣ ଜନତାଙ୍କ କ୍ଷତି ପହଞ୍ଚାଇବାକୁ ମଧ୍ୟ ପଛାଉନାହାନ୍ତି ବୋଲି ଗେହଲଟ କହିଥିଲେ । ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଲାଭ ପାଇବାକୁ ଯାଉଥିବା ପ୍ରତ୍ୟେକ ଜିଲ୍ଲାର ଲାଭାର୍ଥୀଙ୍କ ସହ ଭିସିରେ ଗେହଲଟ ଆଲୋଚନା ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details