ହାଇଦ୍ରାବାଦ:ଇସ୍ଲାମିକ ଚରମପନ୍ଥୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI)କୁ ୫ ବର୍ଷ ପାଇଁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର । PFI ସହ ତାର 9ଟି ସହଯୋଗୀ ସଂଗଠନକୁ ମଧ୍ୟ ବ୍ୟାନ୍ କରାଯାଇଛି । ଦେଶର ଅନେକ ସ୍ଥାନରେ ହିଂସାତ୍ମକ କାର୍ଯ୍ୟକୁ ପ୍ରୋତ୍ସାହନ ଦେଉଥିବା ନେଇ ଖବର ପାଇବା ପରେ NIA ପକ୍ଷରୁ ଅପରେସନ ଅକ୍ଟୋପସ ମାଧ୍ୟମରେ PFIର ସଞ୍ଚାଳକ ଓ କର୍ମକର୍ତ୍ତାଙ୍କୁ ଦୁଇଟି ପର୍ଯ୍ୟାୟରେ ଉଠାଇ ନେଇଛି । ତେବେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ସଂଗଠନକୁ ବ୍ୟାନ କରିବାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ।
ଏହା ବି ପଢ଼ନ୍ତୁPFIକୁ 5 ବର୍ଷ ପାଇଁ ବ୍ୟାନ୍ କଲେ କେନ୍ଦ୍ର ସରକାର
ଓସାଦୁଦ୍ଦିନ ଓୱେସୀ କହିଛନ୍ତି, "ଗୋଟିଏ ସଂଗଠନର କିଛି ସଦସ୍ୟ କୌଣସି ଭୁଲ୍ କରିବା ମାନେ ନୁହେଁ ଯେ, ସଂଗଠନକୁ ବ୍ୟାନ କରାଯିବ । ଏହିଭଳି ବ୍ୟାନ୍ ଗ୍ରହଣଯୋଗ୍ୟ ନୁହେଁ । ଏହା ସେହି ସମସ୍ତ ମୁସଲମାନଙ୍କ ଉପରେ ବ୍ୟାନ୍ ଯିଏ ନିଜ ଦାବି ରଖିପାରୁଥିଲା । UAPA ଆକ୍ଟ ମାଧ୍ୟମରେ ବର୍ତ୍ତମାନ ଦେଶର ପ୍ରତ୍ୟେକ ମୁସଲମାନ ଯୁବକଙ୍କୁ ଗିରଫ କରାଯିବ । ମୁଁ ପୂର୍ବରୁ UAPA ଆକ୍ଟକୁ ବିରୋଧ କରିଥିଲି । ଆଗକୁ ମଧ୍ୟ ବିରୋଧ କରୁଥିବି । ଏଭଳି ନିୟମ ସ୍ବତନ୍ତ୍ର ସିଦ୍ଧାନ୍ତର ନିୟମ ଉଲ୍ଲଙ୍ଘନ କରୁଛି, ଯାହା ସମ୍ବିଧାନର ମୌଳିକ ଢାଞ୍ଚାର ଅଂଶ ।"