ଓଡିଶା

odisha

'360 ବିଶିଷ୍ଟ ସିଟରେ ଏକାକୀ ଯାତ୍ରା ମୋ ପାଇଁ ଅବିସ୍ମରଣୀୟ'

By

Published : May 26, 2021, 8:55 PM IST

ବିମାନରେ ଏକାକୀ ଯାତ୍ରା ମୋ ପାଇଁ ଅବିସ୍ମରଣୀୟ । ଯାତ୍ରା ସମୟରେ ମୁଁ ନିଜକୁ ବସ ବାେଲି ଅନୁଭବ କରୁଛି । ଅଧିକ ପଢନ୍ତୁ...

http://10.10.50.85//maharashtra/26-May-2021/mh-mum-air-7209757_26052021152602_2605f_1622022962_139.jpeg
http://10.10.50.85//maharashtra/26-May-2021/mh-mum-air-7209757_26052021152602_2605f_1622022962_139.jpeg

ମୁମ୍ବାଇ: କୋରୋନା ମହାମାରୀ ଯୋଗୁଁ ସାରା ଦେଶରେ ଜାରି ରହିଛି କୋରୋନା ଭୂତାଣୁର ଭୟାବହତା । ଏନେଇ ଅନେକ ଦେଶର ବିମାନ ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ସୃଷ୍ଟି କରିଛି । ଜଣେ ବ୍ୟକ୍ତି ବିମାନରେ ଏକାକୀ ଯାତ୍ରା କରୁଥିବାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

360 ବିଶିଷ୍ଟ ସିଟରେ ଏକାକୀ ଯାତ୍ରା ମୋ ପାଇଁ ଅବିସ୍ମରଣୀୟ

ତେବେ ଏହି ଭିଡିଓ ସାମ୍ନାକୁ ଆସିଛି ସେ ଜଣେ ସାଧାରଣ ନାଗରିକ ନୁହେଁ ବରଂ ଏକ କମ୍ପାନୀର ସିଇଓ ଅଟନ୍ତି । ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି ଯେ ଏହି ବ୍ୟକ୍ତି ଜଣକ ଏମିରେଟ୍ସ ଏୟାରଲାଇନ୍ସ ସାହାର୍ଯ୍ୟରେ ମୁମ୍ବାଇରୁ ଦୁବାଇକୁ ଯାତ୍ରା କରିଛନ୍ତି।

ସୂଚନାନୁସାରେ 40 ବର୍ଷୀୟ ଷ୍ଟାର୍ ଜେମ୍ସ ଗ୍ରୁପର ସିଇଓ ଭାଭେଶ ଜାଭେରୀ ବୋଇଙ୍ଗ 777ର ସ୍ବତନ୍ତ୍ର ବିମାନରେ ଥିବା 360 ଗୋଟି ସିଟରେ ସେ ଏକାକୀ ଯାତ୍ରା କରିଛନ୍ତି । ତାଙ୍କର ମଧ୍ୟ ଦୁବାଇରେ ଏକ କାର୍ଯ୍ୟାଳୟ ରହିଛି | ତେଣୁ ଭବଙ୍କୁ ସବୁବେଳେ ବିମାନରେ ମୁମ୍ବାଇରୁ ଦୁବାଇ ଯିବାକୁ ପଡେ। ତେବେ ମେ' 19 2021 ରେ ମୁମ୍ବାଇରୁ ଦୁବାଇ ଯାତ୍ରା କୋରୋନା କାଳରେ ତାଙ୍କ ପାଇଁ ବେଶ୍ ସ୍ବତନ୍ତ୍ର ହୋଇପାରିଛି |

ସେ ମଧ୍ୟ କହୁଛନ୍ତି କି ଏହା ମୋ ପାଇଁ ଏକ ଅବିସ୍ମରଣୀୟ ଯାତ୍ରା । ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଦୁବାଇ ମଧ୍ୟରେ 240 ଥର ଯାତ୍ରା କରିଛି ବୋଲି ଭାଭେଶ ଜାଭେରୀ କହିଛନ୍ତି । କିନ୍ତୁ ଏହା ଏପର୍ଯ୍ୟନ୍ତ ସର୍ବୋତ୍ତମ ବିମାନ ଅଟେ | ମୁଁ ପ୍ରବେଶ କରିବା ମାତ୍ରେ ସମସ୍ତ ଏୟାରହୋଷ୍ଟେସ୍ ମୋତେ ଅଭିବାଦନ ଜଣାଇଲେ ଏବଂ ମୋତେ ପ୍ରଶଂସା କଲେ। ବିମାନରେ ଏକୁଟିଆ ରହିବା ମୋତେ ଭାଗ୍ୟଶାଳୀ ନମ୍ବର ସିଟରେ ବସିବାର ସୁଯୋଗ ଦେଇଛି | ତେଣୁ ମୁମ୍ବାଇରୁ ଦୁବାଇ ଯାତ୍ରା ମୋ ପାଇଁ ଅବିସ୍ମରଣୀୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details