ଓଡିଶା

odisha

ସଇତାନ ବାପାର ନାରକୀୟ କାଣ୍ଡ, ସ୍ତ୍ରୀକୁ ଈର୍ଷା କରି ନେଇଗଲା ଝିଅର ଜୀବନ

By

Published : Aug 20, 2023, 4:53 PM IST

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଉପରେ ଥିବା ରାଗକୁ ଛୁଆ ଉପରେ ସୁଝାଇଲା ସଇତାନ ବାପା । ଧାରୁଆ ଅସ୍ତ୍ରରେ ଆକ୍ରମଣ କରି କଲା ହତ୍ୟା । ଅଧିକ ପଢନ୍ତୁ

ପାରିବାରିକ କଳହର କରୁଣ ପରିଣତି
ପାରିବାରିକ କଳହର କରୁଣ ପରିଣତି

ହାଇଦ୍ରାବାଦ: ସଇତାନ ସାଜିଲା ବାପା । 8 ବର୍ଷର ଝିଅକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି କଲା ହତ୍ୟା । ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଉପରେ ଥିବା ରାଗକୁ ଛୁଆ ଉପରେ ସୁଝାଇଲା ସଇତାନ ବାପା । ଏପରି ଏକ ଲୋମଟାଙ୍କୁରା ଘଟଣା ଘଟିଛି ହାଇଦ୍ରାବାଦର ଚନ୍ଦା ନଗରରେ । ଶନିବାର ରାତିରେ ଏପରି ଜଘନ୍ୟକାଣ୍ଡ ଘଟିଥିବା ନେଇ ପୋଲିସ ସୂଚନା ପାଇବା ପରେ ଅବୁଦୁଲ୍ଲାପୁରମେଟ ଇନସ୍ପେକ୍ଟର ମନମୋହନ, ଏସଆଇଏସ ଭେଙ୍କଟରାମ ରେଡ୍ଡି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ବାପାକୁ ଧରିବାରେ ସଫଳ ହୋଇଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ହତ୍ୟାକରୀ ଚନ୍ଦ୍ରଶେଖର ଏକ ସଫ୍ଟୱେର କମ୍ପାନୀର କର୍ମଚାରୀ । ହାଇଦ୍ରାବାଦ ଚନ୍ଦାନଗରରେ ତାଙ୍କ ଘର । 2011 ମସିହାରେ ସେ ହିମାଙ୍କୁ ବିବାହ କରିଥିଲେ । ହିମାବିନ୍ଦୁ ମଧ୍ୟ ଜଣେ ସଫ୍ଟୱେର ଇଞ୍ଜିନିୟର । କିଛି ବର୍ଷ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା । ଚନ୍ଦ୍ରଶେଖର ଏକ ଆମେରିକା ଆଧାରିତ ଆଇଟି କମ୍ପାନୀରେ କାମ କରୁଥିଲେ । ଏହାପରେ ସେ ତାଙ୍କ ପତ୍ନୀ କାର୍ଯ୍ୟ କରୁଥିବା ଅଇଟି କମ୍ପାନୀରେ ନିଯୁକ୍ତି ପାଇଥିଲେ । ହେମା ଅଇଟି ସେକ୍ଟରର ମ୍ୟାମେଜର ପୋଷ୍ଟରେ ଥିବା ବେଳେ ଚନ୍ଦ୍ରଶେଖର ଏକ କର୍ମଚାରୀ ଭାବେ ନିଯୁକ୍ତି ପାଇଥିଲେ । ଯାହାକୁ ନେଇ ଅଭିଯୁକ୍ତ ମନରେ ଇର୍ଷା ଭାବ ଜାଗ୍ରତ ହେବାରୁ ଉଭୟଙ୍କ ମଧ୍ୟରେ ମତାନ୍ତର ଆରମ୍ଭ ହୋଇଥିଲା ।

8 ମାସ ପୂର୍ବରୁ ଚନ୍ଦ୍ରଶେଖର ନିଜ ଚାକିରି ହରାଇ ବି ବସିଥିଲେ । ଏହାପରେ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ବଢିବାକୁ ଲାଗିଥିଲା । ହିମା ଚନ୍ଦ୍ରଶେଖରଙ୍କୁ ଛାଡି ନିଜ 8 ବର୍ଷର ଝିଅ ମୋକଶାହାଜାକୁ ନେଇ ସାଙ୍ଗାରେଡ୍ଡି ଚାଲି ଆସିଥିଲେ । ହିମାବିନ୍ଦୁ 9 ମାସ ପର୍ଯ୍ୟନ୍ତ ଚନ୍ଦ୍ରଶେଖରଙ୍କଠାରୁ ଅଲଗା ରହିଥିବା ବେଳେ ତାଙ୍କୁ କୌଣସି ଆର୍ଥିକ ସହଯୋଗ କରିନଥିଲେ । ଯାହାକୁ ନେଇ ଚନ୍ଦ୍ରଶେଖରଙ୍କ ଆକ୍ରୋଶ ଚରମ ସୀମାରେ ପହଞ୍ଚିଥିଲା । ଯାହାକୁ ନେଇ ଏପରି ଏକ ଜଘନ୍ୟ ଘଟଣା ଘଟାଇବା ପାଇଁ ଷଡ଼ଯନ୍ତ୍ର କରିଥିବା ଚନ୍ଦ୍ରଶେଖର ସ୍ବୀକାର କରିଛନ୍ତି ।

ଅଧିକ ପଢନ୍ତୁ: ମଥୁରାରେ ଛାତିଥରା ଘଟଣା, ବିଚ୍‌ ରାସ୍ତାରେ ଶିଶୁପୁତ୍ରକୁ କଚାଡି ମାରିଲେ ସାଧୁ

ଚନ୍ଦ୍ରଶେଖର କହିଛି,"ମୋ ପତ୍ନୀ ଏବଂ ମୋର ସମାନ ଯୋଗ୍ୟତା ରହି ମଧ୍ୟ ସେ ମୋ ଠାରୁ କିପରି ଏକ ଉଚ୍ଚପଦରେ ନିଯୁକ୍ତି ପାଇ ପାରିଲା । ଏହାସହ ମୋର ଛଟେଇ ପରେ ମଧ୍ୟ ସେ ମତେ କିଛି ଟଙ୍କା ଦେଉନଥିଲା । ଯାହା ମୋ ପାଇଁ ଅସହ୍ୟ ଥିଲା । ମୁଁ ରାଗରେ ଏକ ବ୍ଲେଡ୍ କିଣି ମୋ ମୋ ଝିଅ ସହ ଦେଖା ହେବାକୁ ଯାଇଥିଲି । ଝିଅକୁ ସ୍କୁଲରୁ ଆଣି ତାକୁ ମା କାହିଁକି କଥା ହଉନି ବୋଲି ପଚାରିଥିଲି । ମୋକଶାହାଜା କହିଥିଲା 'ମା ସହ ଏହି ବାବଦରେ କଥା ହୁଅ ମୁଁ ଜାଣିନି ।' ଯାହାକୁ ନେଇ ମୁଁ ରାଗି ତାକୁ ହତ୍ୟା କରିଥିଲି । ଏହାପରେ ଦିନ ସାରା କାରରେ ରଖି ବୁଲeଇବା ପରେ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଏକ ଡିଭାଇଡରରେ ଧକ୍କା କରି ଦେଇ ସେଠାରୁ ଫେରାର ହୋଇଯାଇଥିଲି ।"

ବନସ୍ଥଲିପୁରମ ଏସିପି ଭୀମ ରେଡ୍ଡି ଘଟଣାକୁ ନେଇ କହିଛନ୍ତି,"ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣା କରାଯାଇଛି । ନିଜ ପତ୍ନୀ ଉପରେ ରାଗ ରଖି ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ସେ ସ୍ବୀକାର କରିଛି । ଦିନ 3ଟାରୁ ଏହି ଘଟଣା ଘଟିଥିବା ବେଳେ 10.30 ମିନିଟରେ ମୋକଶାହାଜାର ମୃତ ଶରୀର ଠାବ କରିଥିଲୁ । ତଦନ୍ତ ପରେ ଏବଂ ସିସିକ୍ୟାମେରା ଚେକ୍ କରିବା ପରେ ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କୁ ଧରିବାର ସଫଳ ହୋଇଛି ପୋଲିସ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details