ଓଡିଶା

odisha

କେଜ୍ରିଓ୍ୱାଲଙ୍କ ବାସଭବନକୁ ଆକ୍ରମଣ ଘଟଣା: ୮ ଗିରଫ

By

Published : Mar 31, 2022, 12:44 PM IST

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନ ଆକ୍ରମଣ ଘଟଣାରେ ୮ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ ଆକ୍ରମଣ: ୮ ଗିରଫ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ ଆକ୍ରମଣ: ୮ ଗିରଫ

ନୂଆଦିଲ୍ଲୀ:ବୁଧବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ୮ଜଣକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଏହାସହ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜାଖୋଜି ଜାରି ରଖିଛି ପୋଲିସ । ଏହି ଘଟଣାକୁ ନେଇ ବୁଧବାର ସନ୍ଧ୍ୟାରେ ଏକ FIR ପଞ୍ଜିକୃତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଚାରିପଟେ ଥିବା ସିସିଟିଭି କ୍ୟାମେରା ସବୁ ଭଙ୍ଗା ଯାଇଥିଲା ।

ଦିଲ୍ଲୀ ବିଧାନସଭାରେ ଭାଷଣ ଦେବାବେଳେ କେଜ୍ରିୱାଲ କାଶ୍ମୀର ପଣ୍ଡିତଙ୍କ ନରସଂହାରକୁ ଉପହାସ କରିଥିବାର ବିଜେପି ଅଭିଯୋଗ କରିଛି । ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜର ଏଭଳି ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛି ଦଳ ।ସକାଳ ପ୍ରାୟ ୧୧.୩୦ ସମୟରେ ପ୍ରାୟ 150 ରୁ 200 ବିକ୍ଷୋଭକାରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ କିଛି ଦୂରରେ ଏକାଠି ହୋଇଥିଲେ । ଏହାପରେ ପ୍ରାୟ 1ଟା ବେଳେ ଏହି ପ୍ରଦର୍ଶନକାରୀଙ୍କ ମଧ୍ୟରୁ କେତେକ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ବ୍ୟାରିକେଡ୍ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ।

ତେବେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଛି । ପଞ୍ଜାବରେ ଆପର ବିପୁଳ ବିଜୟ ଏବଂ ବିଜେପିର ପରାଜୟ ପରେ ବିଜେପି କେଜ୍ରିଓ୍ୱାଲଙ୍କୁ ହତ୍ୟା କରିବାକୁ ଚାହୁଁଥିବା କହିଛନ୍ତି ସିସୋଦିଆ । ଏହି ଆକ୍ରମଣରେ ବିଜେପି ଗୁଣ୍ଡା ମଧ୍ୟ ସାମିଲ ଥିଲେ ବୋଲି ସେ କହିଛନ୍ତି । ପୋଲିସ ତାଙ୍କୁ ରୋକିବା ପରିବର୍ତ୍ତେ ଆଗକୁ ବଢିବାରେ ସାହାଯ୍ୟ କରିଥିଲା ବୋଲି ସିସୋଦିଆ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କେଜ୍ରିୱାଲଙ୍କ Kashmir Files ଟିପ୍ପଣୀ, ନିଃସର୍ତ୍ତ କ୍ଷମା ଦାବିରେ ଅଡି ବସିଲା BJP

କେଜ୍ରିୱାଲଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ ପରେ ବିଜେପି ଯୁବମୋର୍ଚ୍ଚା ସଭାପତି ତେଜସ୍ବୀ ସୂର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଯେଉଁଭଳି ଢଙ୍ଗରେ ବିଧାନସଭାରେ କାଶ୍ମୀର ପଣ୍ଡିତଙ୍କ ନରସଂହାରକୁ କଟାକ୍ଷ କଲେ ଆମେ ତାହା ବିରୁଦ୍ଧରେ ଆନ୍ଦୋଳନ କରୁଛୁ l ଏଥିପାଇଁ କେଜ୍ରିୱାଲଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ହେବ ।

ABOUT THE AUTHOR

...view details