ଓଡିଶା

odisha

ED Attaches Jet Airways Properties: ଜେଟ ଏୟାରୱେଜର 538 କୋଟିର ସମ୍ପତ୍ତି ଜବତ କଲା ED

By ETV Bharat Odisha Team

Published : Nov 1, 2023, 5:39 PM IST

ମନିଲଣ୍ଡ୍ରିଂ ମାମଲାରେ ଜେଟ ଏୟାରଓ୍ବେଜର 538 କୋଟିର ସମ୍ପତ୍ତି ଜବତ କଲା ED । କମ୍ପାନୀ ଓ ଗୋଏଲ ପରିବାର ମାଲିକାନାରେ ଦେଶ ଓ ବିଦେଶରେ ଥିବା ସମ୍ପତ୍ତି ସିଜ । ଅଧିକ ପଢନ୍ତୁ

Jet Airways: 538 କୋଟିର ସମ୍ପତ୍ତି ଜବତ କଲା ED
Jet Airways: 538 କୋଟିର ସମ୍ପତ୍ତି ଜବତ କଲା ED

ନୂଆଦିଲ୍ଲୀ:ଆର୍ଥିକ ଠକେଇ ମାମଲାରେ ଜେଟ ଏୟାରଓ୍ବେଜର 538 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହି ଜବତ ସମ୍ପତ୍ତି ମଧ୍ୟରେ 17ଟି ଫ୍ଲାଟ, ବଙ୍ଗଳା ଓ କମର୍ସିଆଲ ବିଲ୍ଡିଂ ଓ ଅନ୍ୟ ସମ୍ପତ୍ତି ମଧ୍ୟ ରହିଛି । ଏୟାରଲାଇନ୍ସ କମ୍ପାନୀ ଓ ଏହାର ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ମାଲିକାନାରେ ପଞ୍ଜିକୃତ ହୋଇଥିବା ଏହି ସମସ୍ତ ସମ୍ପତ୍ତିକୁ କେନ୍ଦ୍ରୀୟ ସଂସ୍ଥା ଜବତ କରିଛି ।

2002 PMLA ଆକ୍ଟ ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । ଏହି ସମ୍ପତ୍ତି ଏୟାରଓ୍ବେଜ କମ୍ପାନୀ, ନରେଶଙ୍କ ନିଜ ନାମ, ପତ୍ନୀ ଅନିତା ଗୋଏଲ ଓ ପୁଅ ନିବାନ ଗୋଏଲଙ୍କ ନାମରେ ଦେଶ ଓ ଦେଶ ବାହାରେ ଥିଲା । ଦେଶର ଏକାଧିକ ସହର ସମେତ ଲଣ୍ଡନ ଓ ଦୁବାଇରେ ମଧ୍ୟ ଥିବା ସମ୍ପତ୍ତି ଜବତ ହୋଇଛି । ସଂସ୍ଥା ବିରୋଧରେ ଏବେ ଆର୍ଥିକ ହେରଫେର ବା ମନିଲଣ୍ଡ୍ରିଂ ମାମଲାର ତଦନ୍ତ ଜାରି ରହିଛି । ସଂସ୍ଥାର ପ୍ରତିଷ୍ଠାତା ନରେଶ ଗୋଏଲ ଏବେ ଗିରଫ ହୋଇ ଜେଲରେ ରହିଛନ୍ତି ।

ଗତକାଲି (ମଙ୍ଗଳବାର) କେନ୍ଦ୍ରୀୟ ସଂସ୍ଥା ଇଡି କାନାଡା ବ୍ୟାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ, ନରେଶ ଗୋଏଲଙ୍କ ସମେତ ଅନ୍ୟ 5 ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି । କାନାଡା ବ୍ୟାଙ୍କର ଅଭିଯୋଗ ଅନୁସାରେ, ଏବେ ଅଚଳ ହୋଇପଡିଥିବା ଏହି ବେସରକାରୀ ବିମାନ କମ୍ପାନୀକୁ 848 କୋଟି ପର୍ଯ୍ୟନ୍ତ ଋଣ ସୀମା ଓ ଋଣ ମଞ୍ଜୁର କରାଯାଇଥିଲା । ସେଥିମଧ୍ୟରୁ ଏବେ ସୁଦ୍ଧା 838 କୋଟିର ଋଣ ବକେୟା ରହିଛି । କମ୍ପାନୀ ତାହା ପରିଶୋଧ କରିବା ସ୍ଥିତିରେ ନାହିଁ ।

ଏହା ମଧ୍ୟ ପଢନ୍ତୁ :- Maratha reservation: ସର୍ବଦଳୀୟ ବୈଠକ ଶେଷ, ସର୍ବସମ୍ମତି ମିଳିଥିବା ସିନ୍ଦେଙ୍କ ଘୋଷଣା

ଏହି ଟଙ୍କାକୁ ସଂସ୍ଥାର ପ୍ରତିଷ୍ଠାତା ବିଦେଶରେ ଠକେଇ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାର ତଦନ୍ତ ରିପୋର୍ଟରେ ଦର୍ଶାଇଛି । ଏହି ଟଙ୍କାରେ ଗୋଏଲଙ୍କ ଦ୍ବାରା ଅଚଳ ସମ୍ପତ୍ତି କ୍ରୟ କରାଯାଇଥିଲା । ଏହି କ୍ରୟ କରାଯାଇଥିବା ଅଚଳ ସମ୍ପତ୍ତି ମଧ୍ୟରେ ଅଳଙ୍କାର ଓ ଆସବାବପତ୍ର ରହିଥିଲା । ସେପ୍ଟେମ୍ବର ପହିଲାରେ ନରେଶ ଗୋଏଲଙ୍କୁ ଗିରଫ କରାଯିବା ପରେ ସେ ଏବେ ମୁମ୍ବାଇର ଆର୍ଥରରୋଡ ଜେଲରେ ରହିଛନ୍ତି । କେନ୍ଦ୍ରୀୟ ସଂସ୍ଥା ନରେଶଙ୍କ ପତ୍ନୀଙ୍କ ସମେତ ଏୟାରଲାଇନ୍ସ ଅନ୍ୟ କିଛି ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିଭୁକ୍ତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details