ଓଡିଶା

odisha

Maharashtra: ସରକାରୀ ହସ୍ପିଟାଲରେ 24 ଘଣ୍ଟାରେ 12 ନବଜାତଙ୍କ ସମେତ 24 ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ

By ETV Bharat Odisha Team

Published : Oct 2, 2023, 11:01 PM IST

Updated : Oct 2, 2023, 11:06 PM IST

ନନ୍ଦେଡ ସରକାରୀ ହସ୍ପିଟାଲରେ 24 ଘଣ୍ଟା ମଧ୍ୟରେ 24 ଜଣ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ 12 ଜଣ ନବଜାତ ଶିଶୁ । ଜରୁରୀ ଔଷଧ ମିଳୁନଥିବା ଅଭିଯୋଗ । ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ସରକାରୀ ହସ୍ପିଟାଲରେ 24 ଘଣ୍ଟାରେ 12 ନବଜାତ ଶିଶୁଙ୍କ ସମେତ 24 ଚିକତ୍ସାଧୀନ ରୋଗୀଙ୍କ ମୃତ୍ୟୁ
ସରକାରୀ ହସ୍ପିଟାଲରେ 24 ଘଣ୍ଟାରେ 12 ନବଜାତ ଶିଶୁଙ୍କ ସମେତ 24 ଚିକତ୍ସାଧୀନ ରୋଗୀଙ୍କ ମୃତ୍ୟୁ

ମୁମ୍ବାଇ:ମହାରାଷ୍ଟ୍ରର ନନ୍ଦେଡ ସରକାରୀ ହସ୍ପିଟାଲରେ 24 ଘଣ୍ଟା ମଧ୍ୟରେ 24 ଜଣ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଅନ୍ୟ ଏକ ସମ୍ବେଦନଶୀଳ ଘଟଣା ହେଉଛି ଏହି ମୃତକଙ୍କ ମଧ୍ୟରେ 12 ଜଣ କେବଳ ନବଜାତ ଶିଶୁ ରହିଛନ୍ତି । ହସ୍ପିଟାଲରେ ଜରୁରୀ ଔଷଧ ମହଜୁଦ ନଥିବା କାରଣରୁ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି । ତେଣୁ ଏପରି ସାଙ୍ଘାତିକ ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ମହାରାଷ୍ଟ୍ର ସ୍ବାସ୍ଥ୍ୟ ସେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ଏହାପୂର୍ବରୁ ଥାଣେର ଏକ ସରକାରୀ ହସ୍ପିଟାଲରେ ମଧ୍ୟ ଦିନକରେ 18 ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ନନ୍ଦେଡ ସ୍ଥିତ ଡା.ଶଙ୍କର ରାଓ ଚୌହାନ ସରକାରୀ ହସ୍ପିଟାଲରେ ଗତ 24 ଘଣ୍ଟା ମଧ୍ୟରେ 12 ଶିଶୁଙ୍କ ସମେତ 24 ଜଣ ପ୍ରାଣ ହରାଇଛନ୍ତି । ମୃତ ନବଜାତ ଶିଶୁଙ୍କ ମଧ୍ୟରେ 6 ଜଣ କନ୍ୟା ସନ୍ତାନ ଓ ଅବଶିଷ୍ଟ 6 ଜଣ ପୁତ୍ର ସନ୍ତାନ ରହିଛନ୍ତି । ହସ୍ପିଟାଲର ଡିନ୍‌ କହିଛନ୍ତି, ହସ୍ପିଟାଲରେ ବିଭିନ୍ନ କର୍ମଚାରୀ ଅନ୍ୟତ୍ର ବଦଳି ହୋଇଥିବା କାରଣରୁ ରୋଗୀସେବାରେ କିଛି ସମସ୍ୟା ସୃଷ୍ଟି ହେଉଛି । 70 ରୁ 80 କିଲୋମିଟର ଦୂରତା ମଧ୍ୟରେ ଏହା କେବଳ ଏକ ମାତ୍ର ସରକାରୀ ହସ୍ପିଟାଲ । ତେଣୁ ରୋଗୀମାନେ ଦୂର ସ୍ଥାନରୁ ଚିକିତ୍ସା ପାଇଁ ଆସନ୍ତି । କିଛି ଦିନ ମଧ୍ୟରେ ରୋଗୀଙ୍କ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଛି । ଯାହାକି ରୋଗୀସେବାକୁ ପ୍ରଭାବିତ ମଧ୍ୟ କରିଛି ।

ଅନ୍ୟପଟେ ହସ୍ପିଟାଲରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ଔଷଧ ନଥିବା ଓ ସେହି କାରଣରୁ ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗରେ ଡିନ କହିଛନ୍ତି, ‘ହାଫକିନ୍’ ନାମକ ଏକ ଫାର୍ମା କମ୍ପାନୀରୁ ହସ୍ପିଟାଲକୁ ଔଷଧ ଯୋଗାଣ ହୋଇଥାଏ । ମାତ୍ର ସେଠାରୁ ଏବେ ଔଷଧ କିଣାଯାଇ ପାରୁନାହିଁ । ହସ୍ପିଟାଲ ଏବେ ସ୍ଥାନୀୟ ଔଷଧ ଦୋକାନରୁ ଔଷଧ କିଣୁଛି । ତେଣୁ କିଛି ମାତ୍ରାରେ ଏପରି ସମସ୍ୟା ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ :- ତାମିଲନାଡୁର 9 ISRO ବୈଜ୍ଞାନିକଙ୍କୁ 25 ଲକ୍ଷ ଟଙ୍କାର ପୁରସ୍କାର ସହ ସମ୍ମାନିତ କଲେ ଷ୍ଟାଲିନ

ଏହି ରୋଗୀ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନ ଉଠିଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ମୃତକଙ୍କ ପରିବାରକୁ ସମବେଦନ ଜଣାଇଛନ୍ତି । ଅଘଟଣ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି, ସେହି ଆଧାରରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି । ରାଜ୍ୟରେ ବିରୋଧୀମାନେ ସିନ୍ଦେ ସରକାର ଉପରେ ଏକ ଶାଣିତ ଆକ୍ରମଣ କରିଛନ୍ତି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଅଶୋକ ଚୌହାନ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ରାଜ୍ୟ ସରକାର ହସ୍ପିଟାଲ ଭିତ୍ତିଭୂମି ସଜାଡିବା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 2, 2023, 11:06 PM IST

ABOUT THE AUTHOR

...view details