ଓଡିଶା

odisha

RajyaSabha News: ଠିକ୍ ସମୟରେ ସରୁନି DRDO ପ୍ରକଳ୍ପ, 55 ପ୍ରୋଜେକ୍ଟରୁ 23ଟି ବିଳମ୍ବିତ

By

Published : Feb 13, 2023, 10:05 PM IST

DRDOରେ ୫୫ ମିଶନ ମୋଡ ପ୍ରକଳ୍ପରୁ ୨୩ଟିରେ ବିଳମ୍ବ ଘଟିଥିବା ବେଳେ ୧୨ଟି ପ୍ରକଳ୍ପର ବ୍ୟୟ ବୃଦ୍ଧି କରାଯାଇଛି ବୋଲି ସୋମବାର ରାଜ୍ୟସଭାରେ ତଥ୍ୟ ରଖିଛନ୍ତି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ । ଅଧିକ ପଢନ୍ତୁ

RajyaSabha
RajyaSabha

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO)ରେ ମୋଟ ୫୫ଟି ମିଶନ ମୋଡ ପ୍ରକଳ୍ପ ମଧ୍ୟରୁ ୨୩ଟି ପ୍ରକଳ୍ପରେ ବିଳମ୍ବ ହୋଇଛି । ଏ ନେଇ ସୋମବାର ରାଜ୍ୟସଭାରେ ତଥ୍ୟ ରଖିଛନ୍ତି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ । ଏହାସହିତ ଡିଆରଡିଓର ଏହି ମୋଟ ପ୍ରକଳ୍ପ ମଧ୍ୟରୁ ୧୨ଟି ପ୍ରକଳ୍ପର ବ୍ୟୟ ମଧ୍ୟ ବୃଦ୍ଧି ପାଇଛି । ମାତ୍ର ଏଥିଲାଗି କେନ୍ଦ୍ରକୁ କ୍ଷତି ସହିବାକୁ ପଡ଼ିନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଅଜୟ ସୂଚନା ଦେଇଛନ୍ତି ।

ମିଶନ ମୋଡ ପ୍ରକଳ୍ପ ମଧ୍ୟରୁ ଯେଉଁ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ଲାଗି ଅଧିକ ସମୟ ଲାଗିଛି ସେଗୁଡ଼ିକ ମଧ୍ୟରେ ରହିଛି ଏୟାର ଡ୍ରପେବଲ କଣ୍ଟେନର, ଷ୍ଟିମୁଲେଟର, ଟ୍ରାକ୍ଟିକାଲ ରେଡିଓ, ଲାଇଟ ମେସିନ ଗନ୍‌, ସରଫେସ ଏୟାର ମିସାଇଲ, ଲାଇଟ କମ୍ବାଟ ଏୟାରକ୍ରାଫ୍ଟ MK2, LCA ନାଭାଲ ଭର୍ସନ ଭଳି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ଲାଗି ବିଳମ୍ବ ହୋଇଛି । ଏହାସହ ରକେଟ, ବୋମା, ପେରିସ୍କୋପ, ଆର୍ଟିଲାରୀ ଗନ୍‌ ସିଷ୍ଟମ, ଏରିଅଲ ଭେଇକଲ ଆଦି ପ୍ରକଳ୍ପଗୁଡ଼ିକ ମଧ୍ୟ ବିଳମ୍ବିତ ହୋଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ପତ୍ନୀଙ୍କୁ ତିନି ତଲାକ ଦେଇ ଦେଶ ଛାଡି ଯାଉଥିଲେ ଡାକ୍ତର, ବିମାନବନ୍ଦରରୁ ଉଠାଇନେଲା ପୋଲିସ

ରାଜ୍ୟସଭାଙ୍କୁ ତଥ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ମୋଟ ୫୫ଟି ମିଶନ ମୋଡ ପ୍ରକଳ୍ପ ମଧ୍ୟରୁ ୧୨ଟି ପ୍ରକଳ୍ପରେ ଅଧିକ ଖର୍ଚ୍ଚ ହୋଇଛି । ଏହି ପ୍ରକଳ୍ପଗୁଡ଼ିକର ବ୍ୟୟ ବୃଦ୍ଧି ହେବା ପରେ କେନ୍ଦ୍ର ସରକାରଙ୍କୁ କ୍ଷତି ସହିବାକୁ ପଡି଼ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ପ୍ରକଳ୍ପକୁ ଆହୁରି ବ୍ୟାପକ କରିବା ଲାଗି ଏହାର ଖର୍ଚ୍ଚକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି । କ୍ରୁଜ ମିସାଇଲ, ରକେଟ, ପେରିସ୍କୋପ, ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ଏମକେ୨, ସରଫେସ ଏୟାର ମିସାଇଲ, ଟର୍ପେଡୋ, lca ନାଭି ଓ ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ ଆଦି କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ବ୍ୟୟ ଅଟକଳ ବୃଦ୍ଧି ପାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

କେନ୍ଦ୍ର ସରକାର ପ୍ରି-ପ୍ରୋଜେକ୍ଟ କାର୍ଯ୍ୟକଳାପ ଉପରେ ଅଧିକ ଫୋକସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ଶେଷ କରିବା ଲାଗି ପ୍ରଡକ୍ସନ ସହଭାଗୀ, ସେବାଗୁଡିକର ଯୋଗଦାନ ଆଦିକୁ ବୃଦ୍ଧି କରାଯାଇଛି । DRDOରେ ଗତ ୨୦୧୮ ଜାନୁଆରୀ ମାସରୁ ୨୦୨୩ ଫେବୃଆରୀ ମାସ ପର୍ଯ୍ୟନ୍ତ ୩୫ଟି ପ୍ରକଳ୍ପକୁ ସଫଳତାର ସହିତ ଶେଷ କରାଯାଇଛି । ଏଥିରେ ରେଡିଓ, ESM LRUDs, ସଫ୍ଟୱେର, ଲ୍ୟାଣ୍ଡିଂ ଗିଅର, CBRN Recce, ଯାନ, ଷ୍ଟିମୁଲେଟର ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରୀ ଅଜୟ ତଥ୍ୟ ଦେଇଛନ୍ତି ।

ABOUT THE AUTHOR

...view details