ଓଡିଶା

odisha

ସାଧାରଣ ଜନତା ବି ନିର୍ବାଚନ ଲଢିପାରିବେ, ତାହା ମୁଁ ପ୍ରମାଣିତ କରିଛି: ବ୍ରହ୍ମପୁର ସ୍ୱାଧୀନ ପ୍ରାର୍ଥିନୀ - Berhampur Assembly Constituency

By ETV Bharat Odisha Team

Published : May 9, 2024, 7:47 AM IST

Berhampur Assembly Constituency (ETV Bharat Odisha)

Berhampur Assembly Constituency: ବ୍ରହ୍ମପୁର: ଆସନ୍ତା 13 ତାରିଖରେ ବ୍ରହ୍ମପୁରରେ ହେବାକୁ ଯାଉଛି ମତଦାନ । ଯାହାକୁ ନେଇ ସରଗରମ ରହିଛି ରାଜନୈତିକ ପାଣିପାଗ । ଚଳିତ ବର୍ଷ ବ୍ରହ୍ମପୁର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ମୈଦାନକୁ ଓହ୍ଲାଇଛନ୍ତି ସରିତା ପଣ୍ଡା । ସେ ବ୍ରହ୍ମପୁର ସହରରେ ଗତ କିଛି ବର୍ଷ ଧରି ବିଭିନ୍ନ ଆନ୍ଦୋଳନରେ ନିଜକୁ ସାମିଲ କରିବା ସହ ଲୋକଙ୍କ ସୁଖ ଦୁଃଖରେ ରହିଆସୁଛନ୍ତି । ଜଣେ ଘରୋଇ ମହିଳା ଭାବେ ସରିତା ପଣ୍ଡା ନିର୍ବାଚନ ମୈଦାନରେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସେ ସହରର ସାହିକୁ ସାହି ଏବଂ ଘରକୁ ଘର ବୁଲି ପ୍ରଚାର ଜାରି ରଖିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ... ବରଗଡ଼ରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସହ ଅଛନ୍ତି - VK PANDIAN In BARGARH

ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଏବଂ ବ୍ରହ୍ମପୁରର ବିକାଶ କରିବା ପାଇଁ ଦେଖିଥିବା ସ୍ୱପ୍ନକୁ ନେଇ ସେ ନିଜର ବନ୍ଧୁ ପରିବାର ବର୍ଗଙ୍କ ସହିତ ସାହି ବାସିନ୍ଦା ଏବଂ ମହିଳାମାନଙ୍କୁ ନେଇ ଏହି ନିର୍ବାଚନ ପ୍ରଚାର କରୁଥିବା ବେଳେ ନିର୍ବାଚିତ ପ୍ରତିନିଧି ରୂପେ ବିଜୟୀ ହେଲେ ଲୋକଙ୍କ ଆହୁରି ଅଧିକ ସେବା କରିବାର ସୁଯୋଗ ମିଳିବ ବୋଲି କହିଛନ୍ତି ସରିତା । ଚଳିତ ଥର ବ୍ରହ୍ମପୁରରେ ୧୭ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଥିବା ବେଳେ ସହରବାସୀ ସେମାନଙ୍କର ବ୍ୟକ୍ତିତ୍ୱ ଦେଖି ଭୋଟ ଦିଅନ୍ତୁ ଏବଂ ଯିଏ ଆପଣଙ୍କ ସୁଖ ଦୁଃଖରେ ସାମିଲ ହୋଇପାରିବ ସେହି ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ସରିତା । ଏଥିସହ କହିଛନ୍ତି ଯେ, ସାଧାରଣ ଲୋକଟିଏ ବି ନିର୍ବାଚନ ଲଢିପାରିବ । ତାହାକୁ ମୁଁ ପ୍ରମାଣିତ କରି ଦେଖାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details