ଓଡିଶା

odisha

ନିଖୋଜ ପିହୁର ମା’ଙ୍କୁ ଉଠାଇ ନେଲା ପୋଲିସ, ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ

By ETV Bharat Odisha Team

Published : Mar 5, 2024, 11:02 PM IST

ଯାଜପୁର: ପୁଣି ପିହୁର ମା’କୁ ଉଠାଇ ନେଲା ପୋଲିସ । ପିହୁ ନିଖୋଜ ହେବା ଘଟଣା ର 4 ବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ପିହୁର କୌଣସି ପତ୍ତା ମିଳି ପାରି ନାହିଁ । ଏହାର ପ୍ରତିବାଦରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଣ୍ଡିଖୋଲ ଗସ୍ତରେ ଆସୁଥିବା ଖବର ପାଇ ପିହୁର ମା ମୋନାଲିସା ନାୟକ ନିଜ ଘରୁ ଯାଉଥିବା ବେଳେ ବିଂଝାରପୁର ଛକ ନିକଟ ଦମୟନ୍ତୀ ମାର୍ଟ ସମୁଖରେ ବିଂଝାରପୁର ପୋଲିସ ତାଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । 

ଏହା ମଧ୍ୟ ପଢନ୍ତୁ .... ଲୋକସଭାରେ 400 ପାର କରିବା ପାଇଁ ମୋଦିଙ୍କ ଆହ୍ବାନ, ବୁଝାମଣାରେ ହେବ ନିର୍ବାଚନ

ସେପଟେ ମୋନାଲିସାଙ୍କୁ ଅଟକ ରଖିବା ପରେ ଯାଜପୁର ଟାଉନ ସ୍ଥିତ ସଦର ପୋଲିସ ଷ୍ଟେସନକୁ ନେଇ ଆସିଥିଲେ  । ସେପଟେ ପ୍ରଧାନମନ୍ତ୍ରୀ ଯାଇସାରିବା ପରେ ପୋଲିସ ଛାଡି ଦେଇଥିବା ସୂଚନା ମିଳିଛି । ପ୍ରକାଶ ଯୋଗ୍ୟ ଆଜିକୁ 4 ବର୍ଷ ତଳେ ବିଂଝାରପୁର  ଅଞ୍ଚଳରେ ରହୁଥୁବା ମୋନାଲିସା ନାୟକଙ୍କ ଝିଅ ପିହୁ ଘର ଆଗରେ ଖେଳୁଥିବା ବେଳେ ନିଖୋଜ ହେଇଯାଇଥିଲା  । ତେବେ ସେହି ଦିନ ଠାରୁ ଝିଅକୁ ଖୋଜି ଆଣିବା ପାଇଁ ମୋନାଲିସା ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କଲେବି କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି  । ତେବେ ଏହି ଘଟଣାକୁ ଏତେ ଦିନ ବିତିଗଲେ ବି ପିହୁର କୌଣସି ଖୋଜଖବର ନମିଳିବାରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପିହୁର ମା ମୋନାଲିସା ଦେଖା କରିବାକୁ ଚେଷ୍ଟା କରୁଥିଲେ  । ଏହି ଖବର ତୁରନ୍ତ ବିଂଝାରପୁର ପୋଲିସ ପହଞ୍ଚି ପିହୁର ମା ମୋନାଲିସାଙ୍କୁ ପୋଲିସ ଉଠାଇ ନେଇଥିଲା  । 

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details