ଓଡିଶା

odisha

ସୁନ୍ଦରଗଡ଼ ଲୋକସଭା ଏବଂ ବିଧାନସଭା ପାଇଁ ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ - Odisha Assembly Election 2024

By ETV Bharat Odisha Team

Published : May 1, 2024, 6:19 AM IST

ସୁନ୍ଦରଗଡ଼ ଲୋକସଭା ଏ

Odisha Assembly Election 2024: ରାଉରକେଲା: ପାଖେଇ ଆସୁଛି ନିର୍ବାଚନ । ରାଜ୍ୟରେ ଚାଲିଛି ନାମାଙ୍କନର ପର୍ବ । ସେହି କ୍ରମରେ ଆଜି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟରେ ସୁନ୍ଦରଗଡ଼ର ଦୁଇ ହେଭିୱେଟ ନେତା ତାଙ୍କ ନାମାଙ୍କନ ଭରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ସୁନ୍ଦରଗଡ ଲୋକସଭା ଆସନ ପାଇଁ ପଦ୍ମଶ୍ରୀ ଦିଲ୍ଳୀପ ତିର୍କୀ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅନ୍ୟପଟେ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳର  ଯୋଗେଶ କୁମାର ସିଂହ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।    

ଏହା ମଧ୍ୟ ପଢ଼ନ୍ତୁ..ପଦ୍ମ ଧରିବେ ସମୀର ଦାସ ! ଚର୍ଚ୍ଚା ବଢାଇଲା ପ୍ରଭାତୀ ପରିଡାଙ୍କ ବୟାନ - Samir Dash May Join BJP

ଉଭୟ ନେତା ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ମିଜ ସମର୍ଥକଙ୍କ ସହିତ ଆସିଥିବା ଦେଖିବାକୁ ମିଳିଛି । ଏକ ବିଶାଳ ଶୋଭାଯାତ୍ରା କରି ଉଭୟ ପ୍ରାର୍ଥୀ ବିଶାଳ ପଟୁଆରରେ ଆସି ନାମାଙ୍କନ ଭରିଛନ୍ତି ।  ତେବେ ଖରାକୁ ଖାତିର ନକରି ଆସି ବିଜେଡି ପାଇଁ ସମର୍ଥନ ଦେଇଥିବାରୁ ଦିଲ୍ଲୀପ ତିର୍କୀ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସେ କହିଛନ୍ତି ଯେ ଏଥର ବିପୁଳ ଜନ ସମର୍ଥନ ଲୋକଙ୍କ ପକ୍ଷରୁ ମିଳୁଛି  । ରାଜ୍ୟ ସରକାରଙ୍କ ବିକାଶର ଧାରା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲ ପାଇବା ଆଜି ଏହି ସମର୍ଥନ ଆଣିଛି।  ସବୁଆଡେ ବିଜେଡିର ପ୍ରାର୍ଥୀ ମାନଙ୍କୁ ବ୍ୟାପକ ମାତ୍ରା ରେ ସମର୍ଥନ ମିଳିଛି ଏବଂ ମିଳିବ ବୋଲି କହିଛନ୍ତି ଦିଲ୍ଲୀପ ତିର୍କୀ।  

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details