ଓଡିଶା

odisha

ନବରଙ୍ଗପୁରରେ ପାଳିତ ହେଲା ଜାତୀୟ ମତଦାନ ଦିବସ

By ETV Bharat Odisha Team

Published : Jan 26, 2024, 8:47 AM IST

National Voters Day: ନବରଙ୍ଗପୁର: ଜିଲ୍ଲାରେ ୧୪ତମ ଜାତୀୟ ମତଦାନ ଦିବସ ପାଳିତ । ଏହା ସ୍ଥାନୀୟ ମିଶନ ଶକ୍ତି ହଲରେ ଜିଲ୍ଲା ପ୍ରସାଶନ ତରଫରୁ ଆୟୋଜନ କରାଯାଇଥିଲା । ଏଥିରେ ୧୮ ରୁ ୧୯ ବର୍ଷର ନୂଆ ମତଦାତାମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ଶୋଭା ଯାତ୍ରାରେ ଆସି ମିଶନ ଶକ୍ତି ହଲ୍ ଠାରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହ ଯେଉଁ ଅଧିକାରୀ ମାନେ ବୁଥ ଲେବୁଲରେ ଭଲ କାମ କରିଥିଲେ ତାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଯେଉଁମାନଙ୍କ ନୂତନ ଭୋଟର୍ କାର୍ଡ ଆସିଛି, ସେମାନଙ୍କୁ ଭୋଟର୍ କାର୍ଡ ପ୍ରଦାନ କରାଯାଇଥିଲା । 
ଏହା ମଧ୍ୟ ପଢନ୍ତୁ ....ଗଣତନ୍ତ୍ରକୁ ସୁଦୃଢ଼ କରିବ ସଚେତନ ଭୋଟରଙ୍କ ନିରପେକ୍ଷ ମତଦାନ: ରାଜ୍ୟପାଳ

ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ, ଅତିରିକ୍ତ ଜିଲ୍ଲାପାଳ ବାବିନ ନାୟକ, ଉପ ଜିଲ୍ଲାପାଳ ପ୍ରକାଶ ମିଶ୍ର ଏବଂ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ବିଡ଼ିଓମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details