ଓଡିଶା

odisha

ମାତିଛନ୍ତି ସିନ୍ଧି ଚୋର, ଲୁଟି ନେଲେ ଲକ୍ଷାଧିକ ମୂଲ୍ୟର ଗହଣା ଓ ଟଙ୍କା

By ETV Bharat Odisha Team

Published : Feb 19, 2024, 4:05 PM IST

Loot From Apartment In Balianta ନିଆଳି: ମାତିଲେ ସିନ୍ଧି ଚୋର । କବାଟ ତାଲା ଓ ଝରକା ଗ୍ରିଲ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ମୂଲ୍ୟର ଗହଣା ଓ ଟଙ୍କା । ଏଭଳି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ବାଳକାଟି ଫାଣ୍ତି ନିକଟ ଗଡଶ୍ରୀରାମସ୍ଥିତ ଆପାର୍ଟମେଣ୍ଟରୁ । ଗତକାଲି ରାତିରେ ଏହି ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।  

ସୂଚନା ଅନୁସାରେ, ରାଜଧାନୀ ଉପକଣ୍ଠ ବାଳକାଟି ଫାଣ୍ତି ତଥା ବାଲିଅନ୍ତା ଥାନା ଅର୍ନ୍ତଗତ ଗଡଶ୍ରୀରାମସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା ଅଜିତ ପଲାଇ ନାମକ ଜଣେ ବ୍ୟକ୍ତି ଗତ ଗୁରୁବାର ଦିନ ଠାରୁ ପରିବାର ସହ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର ନିଜ ଗାଁକୁ ଯାଇଥିଲେ । ଏହାର ସୁଯୋଗ ନେଇ ସିନ୍ଧି ଚୋର ଗ୍ୟାଙ୍ଗ ଗତକାଲି ରାତିରେ ଆପାର୍ଟମେଣ୍ଟ ଆସି ଲୁଟପାତ କରିଛନ୍ତି । ଚୋର ଦଳ ପାଚେରୀ ଡେଇଁ କବାଟ ତାଲା ଓ ଝରକା ଗ୍ରିଲ ଭାଙ୍ଗି ଲକ୍ଷାଧିକ ମୂଲ୍ୟର ସୁନା ଗହଣା ଓ ଟଙ୍କା ଲୁଟ କରିବା ପରେ ଫେରାର ହୋଇଯାଇଛନ୍ତି । ସେପଟେ ପଡୋଶୀଙ୍କଠାରୁ ଖବର ପାଇ ଅଜିତ ନିଜ ଆପାର୍ଟମେଣ୍ଟରେ ପହଞ୍ଚିବା ସହ ଘଟଣା ସମ୍ପର୍କରେ ଏତଲା ଦେଇଥିବା ନେଇ ସୂଚନା ମିଳିଛି ।  ସେହିପରି ଅନ୍ୟ ଏକ ଆପାର୍ଟମେଣ୍ଟରୁ ମଧ୍ୟ ଅନୁରୂପ ଭାବେ ଚୋରି ହୋଇଥିବା ନେଇ ସୂଚନା ମିଳିଛି ।  

ଏହା ମଧ୍ୟ ପଢ଼ନ୍ତି....ରାଜଧାନୀରେ ମାତିଲେ ଝରକା ତଡ଼ା ଗ୍ୟାଙ୍ଗ୍, ଏବେଠୁ ଏମିତି ନିର୍ବାଚନ ପରେ କ'ଣ ହେବ ସ୍ଥିତି ?

ଏହି ଚୋରି ସମ୍ପର୍କରେ ବାଳକାଟି ଫାଣ୍ତି ଓ ବାଲିଅନ୍ତା ଥାନା ପୋଲିସ ଘଟଣାର ଛାନଭିନ ଚଳାଇଛନ୍ତି । ସିନ୍ଧି ଚୋରଙ୍କ ଗତିବିଧି ଏବଂ ସିସିଟିଭି ଫୁଟେଜ ଆଧାରରେ ଚୋରଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଚଳାଇଛି । ସୂଚନାଯୋଗ୍ୟ,  ଗତ କିଛି ଦିନ ଧରି ରାଜଧାନୀ ଛାତିରେ ସିନ୍ଧି ଚୋର ଗ୍ଯାଙ୍କ ବିଭିନ୍ନ ଆପାର୍ଟମେଣ୍ଟକୁ ଟାରର୍ଗେଟ କରୁଥିବା ବେଳେ ଏବେ ରାଜଧାନୀ ଉପକଣ୍ଠ ଆପାର୍ଟମେଣ୍ଟ ଉପରେ ଏହି ସିନ୍ଧି ଚୋରଙ୍କ ନଜର ପଡିବା ସହିତ ଆପାର୍ଟମେଣ୍ଟ ଉପରେ ଗତିବିଧି ନଜର ରଖି ଲୁଟପାଟ କରିଥିବା ଜଣାପଡ଼ିଛି । 

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details