ଓଡିଶା

odisha

ଗୁଣପୁରରେ ବିଜେପି କାର୍ଯ୍ୟକ୍ରମରେ ସାମିଲ ହେଲେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେଓ - Biplab Deb Visits Gunupur

By ETV Bharat Odisha Team

Published : May 4, 2024, 10:39 PM IST

ଗୁଣପୁରରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେଓ (ETV Bharat Odisha)

Former CM Of Tripura Biplab Deb Visits Gunupur ରାୟଗଡା: ଗୁଣୁପୁରରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ବିପ୍ଳବ ଦେଓ । ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଣୁପୁର ବିଧାନସଭାର ସଦର ନିମନ୍ତ୍ରଣ କଲ୍ୟାଣ ମଣ୍ଡପରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସାମିଲ ହୋଇଥିଲେ ବିପ୍ଳବ ଦେଓ । 

ଏହି ସମ୍ମିଳନୀରେ କୋରାପୁଟ ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥୀ କାଳିରାମ ମାଝୀ କହିଛନ୍ତି," ବିପ୍ଳବ ଦେଓ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକଙ୍କୁ ଉଦ୍‌ବୋଧନ ଦେଲେ । ଓଡ଼ିଶାରେ ପ୍ରଥମ ଥର ଓ 3ୟ ଥର ପାଇଁ କେନ୍ଦ୍ରରେ ସରକାର ହେବ । ମୋଦିଙ୍କ ନେତୃତ୍ବରେ ଆଦିବାସୀମାନଙ୍କ ବିକାଶ ଏବଂ ଭ୍ରଷ୍ଟାଚାରି ସରକରାକୁ ଏଠାରୁ ନିପାତ କରିବା ପାଇଁ କର୍ମୀଙ୍କୁ ଉତ୍ସାହିତ କଲେ ।" ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗୁଣୁପୁର ବିଧାନସଭା ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ, ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଗୁଣୁପୁର ବିଧାନସଭା ସଂଯୋଜକ ପ୍ରମୋଦ କୁମାର ସାହୁ ଓପ୍ରଭାରୀ ଶିବାଜୀ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହାସହ ଶତାଧିକ ଭାଜପା କର୍ମୀ ମଧ୍ୟ ସାମିଲ ଥିଲେ । 
ଏହା ମଧ୍ୟ ପଢ଼ନ୍ତୁ...କୋରାପୁଟ ଲୋକସଭା ଆସନ; ବିଜେପିରୁ କାଳିରାମ, କଂଗ୍ରେସରୁ କିଏ ? - Koraput Lok Sabha Constituency

ଇଟିଭି ଭାରତ, ରାୟଗଡ଼ା 

ABOUT THE AUTHOR

...view details