ଓଡିଶା

odisha

ଝାରସୁଗୁଡ଼ାରେ ବିଜେଡିର ମିଶ୍ରଣ ପର୍ବ, ଘର ବାହୁଡିଲେ ଦଳ ଛାଡ଼ିଥିବା କର୍ମୀ - BJD Joining Program

By ETV Bharat Odisha Team

Published : Apr 15, 2024, 11:04 PM IST

Jharsuguda Assembly Constituency ଝାରସୁଗୁଡ଼ା: ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର କର୍ମୀମାନଙ୍କ ମଧ୍ୟରେ ସେମିତି ଉତ୍ସାହ ଦେଖିବାକୁ ମିଳିଛି । କିଏ ନେତାଙ୍କ ପାଖରୁ ଅତିଷ୍ଠ ହୋଇ ଦଳ ପରିବର୍ତ୍ତନ କରୁଛି ତ କିଏ ଟିକେଟ ଆଶାରେ ଦଳ ଛାଡୁଛି । କେବଳ ସେତିକି ନୁହେଁ ବର୍ତ୍ତମାନ ସମୟରେ ଦଳ ଛାଡ଼ି ଦେଇଥିବା କର୍ମୀ ପୁଣିଥରେ ଦଳକୁ ଫେରୁଛନ୍ତି । ଏହି ପରିପ୍ରକ୍ଷୀରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ରାଜନୀତି ଏକ ଭିନ୍ନ ମୋଡ଼ ନେଇଛି । ବିଜେଡି ଛାଡିଥିବା ଅନେକ କର୍ମୀଙ୍କ ଘର ବାହୁଡା ହୋଇଛି । 

ଆଜି ଝାରସୁଗୁଡା ନିର୍ବାଚନ ମଣ୍ଡଳୀର ଝାରସୁଗୁଡା ପୋୖରାଞ୍ଚଳ ସ୍ଥିତ ଏକ ଘରୋଇ ହୋଟେଲରେ ଝାରସୁଗୁଡା ବିଧାୟିକା ଦୀପାଳି ଦାସଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଝାରସୁଗୁଡା ପୋୖରାଞ୍ଚଳର ଶତାଧିକ ମହିଳା ବିଜେଡିରେ ଯୋଗ ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟ ଏବଂ ତାଙ୍କ ଭାବ ମୂର୍ତ୍ତିରେ ଅନୁପ୍ରାଣିତ ହୋଇ ଏହି ପୋୖର ପରିଷଦ ମହିଳାମାନେ ବିଜେଡିରେ ଯୋଗଦେଇ ବିଜେଡିର ହାତ ମୁଠାକୁ ଟାଣ କରିବେ ଏବଂ ଆଗାମୀ ନିର୍ବାଚନରେ ଦଳ ପାଇଁ ସହାୟକ ହେବ ବୋଲି ବିଧାୟିକା କହିଛନ୍ତି । ସ୍ବର୍ଗତ ନବ ଦାସଙ୍କ ମୃତ୍ୟୁ ପରେ ଅନେକ କର୍ମୀ ବିଜୁ ଜନତା ଦଳର ହାତ ଛାଡ଼ିଥିଲେ । କିନ୍ତୁ ବର୍ତ୍ତମାନ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ଦୀପାଳି ଦାସଙ୍କ ହାତମୁଠାକୁ ଟାଣ କରିବା ପାଇଁ ଦଳର ମହିଳା ନେତ୍ରୀମାନେ ପୁଣିଥରେ ଦଳକୁ ଫେରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଚାର ମୈଦାନରେ ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇ - Balangir Lok Sabha Constituency

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details