ଓଡିଶା

odisha

ଅପରାଧୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ମଞ୍ଚାସୀନ ହେବା ଆଶ୍ଚର୍ଯ୍ୟଜନକ: ଭୃଗୁ - Bhrugu Baxipatra slams Odisha BJP

By ETV Bharat Odisha Team

Published : Apr 30, 2024, 7:55 AM IST

ମୁଁ ଯାହା କହିଥିଲେ ତାହା ବିଜେପି ସମାବେଶରେ ପ୍ରମାଣିତ ହେଲା – ଭୃଗୁବକ୍ସି ପାତ୍ର


ବ୍ରହ୍ମପୁର: ''ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଏକ ଦଳ  । ମୁଁ  ଏହି ଯେଉଁ କଥା କହି ବିଜେପି ଦଳରୁ ଇସ୍ତଫା ଦେଇଥିଲି ତାହା ବିଜେପି ସମାବେଶରେ ପ୍ରମାଣିତ ହୋଇଛି ।'' ଏପରି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ରବିବାର ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ବ୍ରହ୍ମପୁରରେ ଆୟୋଜିତ ହୋଇଥିବା ସମାବେଶକୁ ନେଇ ସମାଲୋଚନା କରିଛନ୍ତି ବ୍ରହ୍ମପୁରରୁ ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁବକ୍ସି ପାତ୍ର । ପୂର୍ବରୁ ଭୃଗୁ ବିଜେପିର କେନ୍ଦ୍ରୀୟ ଏବଂ ରାଜ୍ୟ ନେତୃତ୍ୱ ଦୁଇଟି ଭିନ୍ନ ଭିନ୍ନ ଦଳ ହୋଇଯାଇଥିବା କହିଥିବା ବେଳେ ବ୍ରହ୍ମପୁର ସମାବେଶରେ ଜେ.ପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ବସିବା ଘଟଣାକୁ କଡା ସମାଲୋଚନା କରିଛନ୍ତି  । ଭିଡିଓରେ ସେ କହିଛନ୍ତି ଯେ,  ଯିଏ ଯୁବକ ଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଠକେଇ କରିଛି  । ଯାହା ନାଁରେ ମୋକଦ୍ଦମା ଚାଲିଛି ଏବଂ ଜେଲ ଯାଇ ଜାମିନରେ ଆସିଛି, ଏଭଳି ଜଣେ ଅପରାଧୀ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଞ୍ଚାସୀନ ହେବ ଆଶ୍ଚର୍ଯ୍ୟଜନକ । ସେହିପରି ଯେଉଁ ଦଳ (ବିଜେପି) ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛି ବୋଲି କହୁଛି, ସେହି ଦଳ ନିଜର ଦଳୀୟ କର୍ମୀକୁ ଗାଡି ଚଢାଇ ଦେଇଥିବା ନେତାକୁ ପୋଷ୍ଟର ବୟ କରିବା ସମସ୍ତଙ୍କୁ ନିରାଶ କରିଛି । ଏମିତି ଦୁଇ ଅପରାଧୀଙ୍କ ଦଳରେ ସ୍ଥାନ ଦେଇ ରାଜ୍ୟ ବିଜେପି ଓଡ଼ିଆ ଅସ୍ମିତା କଥା କହିବା ହାସ୍ୟାସ୍ପଦ । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details