ଟୋକିଓ:ଉଡ଼ାଣ ଭରିବାର କିଛି ସମୟ ପରେ ବିସ୍ଫୋରଣ ହେଲା ଜାପାନର ବିମାନ । ଆଜି(ବୁଧବାର) କକ୍ଷପଥକୁ ପଠାଇଥିବା ପ୍ରଥମ ଘରୋଇ ରକେଟ ଉତକ୍ଷେରଣର କିଛି ସମୟ ପରେ ବିସ୍ଫୋରଣ ହୋଇଥିଲା । ଲାଇଭ ଷ୍ଟ୍ରିମିଂ ସମୟରେ ରେକର୍ଡ ହୋଇଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହା ସୋସିଆଲ ମିଡିଆରେ ବେସ୍ ଭାଇରାଲ ହୋଇଥିବା ବେଳେ ଜାପାନକୁ ଏକ ଶକ୍ତ ଝଟକା ମଧ୍ୟ କୁହାଯାଇପାରେ । ଏହି ରକେଟର ନାମ କୈରୋସ ରଖାଯାଇଥିଲା ।
ଭାଇରାଲ ହୋଇଥିବା ଭିଡିଓରେ କୈରୋସ ରକେଟ୍ କେନ୍ଦ୍ରୀୟ ଜାପାନର ୱାକାୟାମା ପ୍ରିଫେକ୍ଟରଏକ ପାହାଡିଆ ଅଞ୍ଚଳରେ ଟେକଅଫ କରିଥିବା ବେଳେ କିଛି ସେକେଣ୍ଡ ମଧ୍ୟରେ ମଝି ଆକାଶରେ ବିସ୍ଫୋରଣ ହୋଇଥିବା ଦେଖାଯାଇଥିଲା । ତେବେ ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ବେଳେ କେତେକ ସ୍ଥାନରେ ନିଆଁ ଲାଗିଯାଇଥିବା ନେଇ ମଧ୍ଯ ଦେଖିବାକୁ ମିଳିଥିଲା । ତେବେ ଏହାପରେ ରକେଟର ନିଆଁକୁ ଲିଭାଇବା ପାଇଁ ପାଣି ସ୍କ୍ରେ କରାଯାଇଥିବା ନେଇ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା । ତେବେ ଟୋକିଓ ବେସ୍ ଷ୍ଟାଟଅପ ସ୍ସେସ ଓ୍ବାନ ରକେଟ ନେଇ କୌଣସି ମତାମତ ଦେଇନାହିଁ ।
ଏହା ମଧ୍ୟ ପଢନ୍ତୁ:ଜାପାନରେ ଲ୍ୟାଣ୍ଡିଂ ବେଳେ ଜଳିଗଲା ବିମାନ: ଅଳ୍ପକେ ବର୍ତ୍ତିଲେ 379 ଯାତ୍ରୀ, 5 ମୃତ ଆଶଙ୍କା