ଓଡିଶା

odisha

ପିସି ପାଇଁ ପାଣିରେ ପଡିଲା କୋଟି କୋଟି ଟଙ୍କା ! ରାସ୍ତା କାମ ନସରୁଣୁ ଅବସ୍ଥା ବେହାଲ, ଧାନତଳି ରୋଇ ପ୍ରତିବାଦ

By ETV Bharat Odisha Team

Published : Feb 22, 2024, 7:23 AM IST

Low Quality Road Construction: ଜଲ୍ଲାରପୁର ଛକ ଠାରୁ ପହଙ୍ଗା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ପାଖାପାଖି ୧୬ କୋଟି ୬୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ରାସ୍ତାରେ ଖାଲଖମା ଭର୍ତ୍ତି ହୋଇଯାଇଛି । ଯାହାକୁ ନେଇ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି ସ୍ଥାନୀୟଲୋକେ । ଅଧିକ ପଢନ୍ତୁ

ପିସି କାରବାର ପାଇଁ ନିମ୍ନମାନର ରାସ୍ତାକାମ, ଖାଲ ରାସ୍ତାରେ ତଳି ରୋଇ ଲୋକଙ୍କ ପ୍ରତିବାଦ
ପିସି କାରବାର ପାଇଁ ନିମ୍ନମାନର ରାସ୍ତାକାମ, ଖାଲ ରାସ୍ତାରେ ତଳି ରୋଇ ଲୋକଙ୍କ ପ୍ରତିବାଦ

ପିସି କାରବାର ପାଇଁ ନିମ୍ନମାନର ରାସ୍ତାକାମ, ଖାଲ ରାସ୍ତାରେ ତଳି ରୋଇ ଲୋକଙ୍କ ପ୍ରତିବାଦ

ନିଆଳି: ଦୁର୍ନୀତି କରିଛି ରାସ୍ତାର ଦୁର୍ଗତି ! କିଛି ଦିନ ପୂର୍ବରୁ ନିର୍ମାଣ ହୋଇଥିବା ରାସ୍ତା ହୋଇଛି ବିପର୍ଯ୍ୟସ୍ତ । ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ବୋଲି ପ୍ରତିବାଦ କରିଛନ୍ତି ସ୍ଥାନୀୟ ସରପଞ୍ଚ, ନାଏବ ସରପଞ୍ଚ ଏବଂ ପଞ୍ଚାୟତବାସୀ ।‌ ଶେଷରେ ଖାଲ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି ପଞ୍ଚାୟତବାସୀ । ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ବ୍ଳକର ଆର.ଆଣ୍ତ ବି ବିଭାଗ ଅଧୀନରେ ଥିବା ଜଲ୍ଲାରପୁର ଛକ ଠାରୁ ପହଙ୍ଗା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ପାଖାପାଖି ୧୬ କୋଟି ୬୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ରାସ୍ତା ୨୦୨୪ ଜାନୁଆରୀ ୨୪ ତାରିଖରେ ଶେଷ ହେବ ବୋଲି ଦିନ ଧାର୍ଯ୍ୟ କରିଥିଲେ ସରକାର । ନିର୍ମାଣ କାମ ଶେଷର ସମୟ ସୀମା ଶେଷ ହୋଇଥିବା ବେଳେ କାମ ସମ୍ପୂର୍ଣ୍ଣ ହୋଇନାହିଁ । ସେପଟେ ରାସ୍ତା ଅବସ୍ଥା ନ କହିବା ଭଲ ।

ଏହା ମଧ୍ୟ ପଢନ୍ତୁ...ମହାକାଳପଡ଼ାରେ ଅତନୁଙ୍କୁ ଚେକ୍ ଦେବା ପଡ଼ିଲା ମହଙ୍ଗା, ବିଜେଡିରୁ ନିଲମ୍ବିତ ଚିତ୍ତରଞ୍ଜନ

ଯେତିକି ରାସ୍ତା ନିର୍ମାଣ ହୋଇଛି ସେ ରାସ୍ତା ଦବି ଖାଲ ଗାଡ ହୋଇ ସାରିଲାଣି ।‌ ଜଲ୍ଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣରେ ନିମ୍ନମାନର ହୋଇଛି ଏବଂ ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ମାତ୍ରାଧିକ ପିସି କାରବାର ଯୋଗୁଁ ଉଚ୍ଚମାନର ରାସ୍ତାକୁ ଗୁରୁତ୍ବ ନ ଦିଆଯାଇ ନିମ୍ନମାନର ହୋଇଛି ବୋଲି ଜଲ୍ଲାରପୁର ପଞ୍ଚାୟତ ସରପଞ୍ଚ, ନାଏବ ସରପଞ୍ଚ ଏବଂ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି ।‌ ସେମାନଙ୍କ ଅଭିଯୋଗ ଅନୁସାରେ ଜଲ୍ଲାରପୁର ଠାରୁ ପହଙ୍ଗା ରାସ୍ତା ନିର୍ମାଣ ସମୟରେ କେବଳ ମାଟି ବ୍ୟବହୃତ ହୋଇଛି ମେଣ୍ଟାଲ, କିମ୍ବା ବଡ ବଡ ଚିପିପ୍ସ ବ୍ୟବହାର କରାଯାଇନାହିଁ । ଯଦି ସେସବୁ ବ୍ୟବହାର କରାଯାଇଥାନ୍ତା ତେବେ ଦୁଇ ମାସ ନପୂରୁଣୁ ରାସ୍ତା ଅବସ୍ଥା ଖରାପ ହୋଇନଥାନ୍ତା ବୋଲି ଲୋକ କହିଛନ୍ତି ।

ରାସ୍ତା ସାରା ଖାଲଖମାରେ ପରିଣତ ହୋଇଛି ।‌ ଯେଉଁଠି ଖାଲ ଖୋଇଛି ସେଠି କେବଳ ବଜୁରି ଏବଂ ମାଟି ଦିଶୁଛି ବୋଲି ଅଭିଯୋଗ କରିଛନ୍ତି ଜଲ୍ଲାରପୁର ପଞ୍ଚାୟତବାସୀ । ଏହି ନିମ୍ନ ମାନର କାର୍ଯ୍ୟକୁ ନେଇ ରାସ୍ତା ଉପରେ ଛିଡା ହୋଇ ପ୍ରତିବାଦ କରିବା ସହିତ ଧାନ ତଳି ରୋଇଛନ୍ତି । ଜଗତସିଂହପୁର,କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ସଂଯୋଗ ହୋଇଛି ଏହି ରାସ୍ତା । ‌ଏହି ରାସ୍ତା ଦେଇ ପ୍ରତ୍ୟେକ ଜିଲ୍ଲାରୁ ଗାଡି ମଟର ଯାତାୟାତ କରିଥାନ୍ତି । ଜଲ୍ଲାରପୁରରୁ ପହଙ୍ଗା ରାସ୍ତାର ଯାଞ୍ଚ ଏବଂ ତଦାରଖ କରିବା ପାଇଁ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ନିର୍ବାହୀ ଯନ୍ତ୍ରୀ ନିୟୋଜିତ ହୋଇଛନ୍ତି ତେବେ କିଭଳି ରାସ୍ତା ନିର୍ମାଣରେ ଅବହେଳା କରାଗଲା ଯାହା ଫଳରେ ରାସ୍ତା ନଷ୍ଟ ହେଲା ବୋଲି ପ୍ରଶ୍ନ କରିଛନ୍ତି ଲୋକ । ଏହି ଅଭିଯୋଗ ସମ୍ପର୍କରେ ରାସ୍ତା ନିର୍ମାଣ ଦାୟିତ୍ଵରେ କନିଷ୍ଠଯନ୍ତ୍ରୀ ପୁଷ୍ପଲତା ସାହୁଙ୍କୁ ଯୋଗାଯୋଗ ସତ୍ତ୍ବେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।‌ ଗୋପାଳପୁର ସବ ଡିଭିଜନ ଆର୍ ଆଣ୍ଡ ବି ସହକାରୀ ଯନ୍ତ୍ରୀ ମନୋଜ ମୁଞ୍ଜ କହିଛନ୍ତି ଖୁବ ଶିଘ୍ର ରାସ୍ତା ଅବସ୍ଥା ସୁଧାର କରାଯିବ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details