ଓଡିଶା

odisha

ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ - suspicious death of a student

By ETV Bharat Odisha Team

Published : May 6, 2024, 8:13 PM IST

SUSPICIOUS DEATH OF A STUDENT: ହଷ୍ଟେଲରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ବିଶ୍ୱ ଭୂଷଣ ସ୍ୱାଇଁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତନାଘନା ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ,ହତ୍ୟା ଅଭିଯୋଗ ଆଣିଲା ପରିବାର
ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ,ହତ୍ୟା ଅଭିଯୋଗ ଆଣିଲା ପରିବାର (ETV BHARAT ODISHA)

ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ,ହତ୍ୟା ଅଭିଯୋଗ ଆଣିଲା ପରିବାର (ETV BHARAT ODISHA)

ଜଗତସିଂହପୁର:ଦଶମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଜଗତସିଂହପୁର ସୁଧାନନ୍ଦ ସ୍କୁଲରେ ପାଠ ପଢ଼ୁଥିବା ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ବିଶ୍ୱ ଭୂଷଣ ସ୍ୱାଇଁ ନାମକ ଜଣେ ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି । ପରିବାର ଲୋକେ ଏ ସମ୍ପର୍କରେ ଦିନ 3ଟା ବେଳେ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଛାତ୍ରଙ୍କ ପରିବାର ଲୋକେ ।

ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର ବିଭୂତି ଭୂଷଣ ସ୍ୱାଇଁଙ୍କ ପୁଅ ବିଶ୍ୱ ଭୂଷଣ ସ୍ୱାଇଁ ଜଗତସିଂହପୁର ଉପକଣ୍ଠ ଆପାକ୍ ଏକାଡେମୀ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଗତକାଲି ରାତିରେ ବିଶ୍ୱ କ୍ଲାସ କରିବା ସହିତ ଖାଇ ପିଇ ରାତିରେ ସୋଇଥିଲେ । ଏପରିକି ପରିବାର ଲୋକଙ୍କ ସହିତ କଥା ହୋଇଥିବା ପରିବାର ଲୋକେ କହିଛନ୍ତି । ଆଜି ସକାଳୁ ହଷ୍ଟେଲ କର୍ତ୍ତୃପକ୍ଷ ବିଶ୍ୱ ଭୂଷଣଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଜଣାଇ ଥିଲେ । ପରିବାର ଲୋକେ ହଷ୍ଟେଲରେ ପହଞ୍ଚିବ ପରେ ବିଶ୍ୱଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ।

ଏହି ଘଟଣାରେ ହଷ୍ଟେଲ କର୍ତ୍ତୃପକ୍ଷ ସନ୍ତୋଷଜନଙ୍କ ଉତ୍ତର ଦେଇ ନ ପରିବାରୁ ପରିବାର ଲୋକେ ସେଠାରେ ପାଟିତୁଣ୍ଡ କରିବା ସହିତ ହଷ୍ଟେଲର କିଛି ବ୍ୟକ୍ତି ବିଶ୍ୱଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ । ଏହାକୁ ନେଇ ପରିବାର ଲୋକେ ଜଗତସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ହଷ୍ଟେଲରେ ଘଟଣା ଦିନ ରାତ୍ରିରେ ରହିଥିବା କର୍ମଚାରୀଙ୍କୁ ଥାନାକୁ ଆଣି ପଚାରଉଚରା କରିଛି । ସେପଟେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

ଏହା ମଧ୍ୟ ପଢନ୍ତୁ .......ସମ୍ପର୍କ ଭୁଲିଗଲା ବାପା, ଭୁଜାଲି ଚୋଟରେ ନେଲା ପୁଅର ଜୀବନ - Father Killed Son

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଗତକାଲି ରାତିରେ ତାଙ୍କ ପୁଅ ବିଶ୍ୱଭୂଷଣ ପରିବାର ଲୋକଙ୍କ ସହିତ ଫୋନ ଯୋଗେ କଥା ହୋଇଥିଲା । କଥା ହେବା ସମୟରେ ସେ ସ୍ୱାଭାବିକ ଥିଲା । ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରିଥିବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ମୃତଦେହ ନିକଟରୁ ଏକ ରଶି ମିଳିଥିବା ଜଣାପଡ଼ିଛି । ଏହା ଏକ ହତ୍ୟାକାଣ୍ଡ ନାଁ ଛାତ୍ରଟି ନିଜେ ଜୀବନ ହାରିଛି । ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଖୁବଶୀଘ୍ର ସାଇଣ୍ଟିଫିକ ଟିମର ସହାୟତା ନିଆଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଗତସିଂହପୁର ଥାନା ଅଧିକାରୀ ଗୋକୁଳାନନ୍ଦ ଦାସ କହିଛନ୍ତି ।

ଇଟିଭି ଭାରତ,ଜଗତସିଂହପୁର

ABOUT THE AUTHOR

...view details