ଓଡିଶା

odisha

ସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ଭୋଟଦାନ ସଚେତନତା ପାଇଁ ଲେଖିଲେ ଚିଠି - UNIQUE VOTING AWARENESS

By ETV Bharat Odisha Team

Published : Apr 8, 2024, 10:28 PM IST

Unique Attempt By Students For Vote Casting Awareness: ଚିଠି ଜରିଆରେ ନିଜର ମାତାପିତାଙ୍କୁ ମତଦାନ ପାଇଁ ସଚେତନ କରିବାକୁ ପ୍ରୟାସ କରିଛନ୍ତି ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀ । ଗଣତାନ୍ତ୍ରିକ ପରମ୍ପରା ସହ ପରିଚିତ ହେବା ସହ ପୁରୁଣା ଦିନର ଚିଠି ଦିଆ ନିଆ ବିଷୟରେ ଜାଣିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ଭୋଟଦାନ ସଚେତନତା ପାଇଁ ଲେଖିଲେ ଚିଠି
ସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ଭୋଟଦାନ ସଚେତନତା ପାଇଁ ଲେଖିଲେ ଚିଠି

ସ୍କୁଲ ଛାତ୍ରଛାତ୍ରୀଙ୍କ ଅଭିନବ ପ୍ରୟାସ, ଭୋଟଦାନ ସଚେତନତା ପାଇଁ ଲେଖିଲେ ଚିଠି

ମାଲକାନଗିରି: ଆସୁଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏଥିପାଇଁ ଚିଠି ଲେଖିଛନ୍ତି ଛାତ୍ରଛାତ୍ରୀ । ଚିଠି ଜରିଆରେ ନିଜର ମାତାପିତାଙ୍କୁ ମତଦାନ ପାଇଁ ସଚେତନ କରିବାକୁ ପ୍ରୟାସ କରିଛନ୍ତି ଛାତ୍ରଛାତ୍ରୀ । ଏଭଳି ଅଭିନବ ପ୍ରୟାସ ହୋଇଛି ମାଲକାନଗିରିର ଜବାହର ନବୋଦୟ ବିଦ୍ୟାଳୟ-୧ ରେ । ବିଦ୍ୟାଳୟର ୩୦୦ ଛାତ୍ରଛାତ୍ରୀ ଚିଠି ମାଧ୍ୟମରେ ତାଙ୍କ ପିତାମାତାଙ୍କୁ ଭୋଟ ଦେବା ନିମନ୍ତେ ଏକ ସଚେତନ ବାର୍ତ୍ତା ପ୍ରଦାନ କରିଛନ୍ତି । ଆଗାମୀ ୨୦୨୪ ନିର୍ବାଚନରେ ପ୍ରତ୍ୟେକ ବ୍ୟକ୍ତି ନିଜର ସ୍ବଇଚ୍ଛାରେ କିପରି ମତଦାନ କରିବେ ସେ ବିଷୟରେ ପତ୍ର ମାଧ୍ୟମରେ ତିନିଶହରୁ ଉର୍ଦ୍ଧ୍ବ ପୋଷ୍ଟକାର୍ଡରେ ବାର୍ତ୍ତା ଲେଖି ପ୍ରଶଂସାପାତ୍ର ହୋଇଛନ୍ତି ।

ଗତ ଶନିବାର ଦିନ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟର ସଭା ଗୃହ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁଙ୍କ ଉପସ୍ଥିତିରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଏହି ତିନିଶହରୁ ଉର୍ଦ୍ଧ୍ବ ପୋଷ୍ଟକାର୍ଡ ଉନ୍ମୋଚିତ ହୋଇଛି । ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ସି. ଶିବରାମ, ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ, କଳା ଶିକ୍ଷୟିତ୍ରୀ ମିନାକ୍ଷୀ ପଣ୍ଡା, ବିଦ୍ୟାଳୟ କାର୍ଯ୍ୟାଳୟ ନିରୀକ୍ଷକ ବି.ଏସ.କେ ସାଇ ଏବଂ ଛାତ୍ରଛାତ୍ରୀମାନଙ୍କ ତରଫରୁ ଛାତ୍ରୀ ପୁଷ୍ପା ବେଟୀ ଓ ସୀମା ମାଡ଼କାମୀ ଉପସ୍ଥିତ ରହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ବନାଥ ସାହୁ ଓ ବିଦ୍ୟାଳୟର ଅଧ୍ୟକ୍ଷ ସି.ଶିବରାମ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହବାଣୀ ପ୍ରଦାନ ସହ ସେମାନଙ୍କର ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ସମ୍ବଲପୁରରେ CEOଙ୍କ ବୈଠକ, ୪ ଲୋକସଭା ଓ ୨୮ ବିଧାନସଭା ସିଟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା - ELECTION REVIEW MEETING

ଏହାର ଦୁଇଦିନ ପରେ ଅର୍ଥାତ ଆଜି ସୋମବାର ଦିନ ପୋଷ୍ଟ ଅଫିସ ଖୋଲା ଥିବାରୁ ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ, ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ଅର୍ଚ୍ଚନା ମାରାଣ୍ଡି, ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ଓ ଜବାହାର ବିଦ୍ୟାଳୟର କିଛି ଛାତ୍ରୀ ଆସି ବାପା ମାଁଙ୍କ ନିକଟକୁ ପଠାଇବା ପାଇଁ ଲେଖିଥିବା ପୋଷ୍ଟକାର୍ଡଗୁଡିକୁ ପୋଷ୍ଟ ଅଫିସ ନିକଟରେ ଥିବା ପୋଷ୍ଟବକ୍ସରେ ପକାଉଥିବା ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀଙ୍କ କହିଛନ୍ତି ଯେ ଡିଜିଟାଲ୍ ଯୁଗ ଚାଲିବା ପରେ ପୋଷ୍ଟାଲ ମାଧ୍ୟମରେ ଚିଠି କେମିତି ପଠାଯାଏ ସେମାନେ ଜାଣିନଥିଲେ ।

ଏହି ସମୟରେ ମତଦାନ ସଚେତନ କାର୍ଯ୍ୟକ୍ରମ ଚାଲୁଥିବାରୁ ତାଙ୍କ ବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କୁ କହିଥିଲେ ନିଜ ବାପା ମାଁ ଙ୍କୁ ଚିଠି ଲେଖି ମତଦାନ ବିଷୟରେ ସଚେତନ କରିବା ପାଇଁ, ଯାହା ଫଳରେ ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ ଚିଠି ଲେଖି ବାପା ମାଁଙ୍କ ନିକଟକୁ ପଠାଇ ବେଶ୍ ଖୁସି ଥିବା ସେମାନେ କହିଛନ୍ତି । ଏଭଳି ସଚେତନ କାର୍ଯ୍ୟକ୍ରମ କରିବା ଦ୍ବାରା ବାପା ମାଁ ଏଥିରେ ସଚେତନ ହେବା ସହ ପିଲାମାନେ ମଧ୍ୟ କିଭଳି ପୂର୍ବରୁ ଚିଠିପତ୍ର ଦିଆ ନିଆ କରାଯାଊଥିଲା ସେଥିନେଇ ଛାତ୍ରଛାତ୍ରୀ ଜାଣି ପାରିବେ । ଏଣୁ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଛି କହିଛନ୍ତି ଜବାହାର ନବୋଦୟର ଅଧ୍ୟକ୍ଷ ସି . ଶିବରାମ୍ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details