ETV Bharat / state

ସମ୍ବଲପୁରରେ CEOଙ୍କ ବୈଠକ, ୪ ଲୋକସଭା ଓ ୨୮ ବିଧାନସଭା ସିଟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା - ELECTION REVIEW MEETING

author img

By ETV Bharat Odisha Team

Published : Apr 5, 2024, 7:39 AM IST

Election Review Meeting By CEO: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଗତକାଲି ସମ୍ବଲପୁରରେ ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଓ ଢେଙ୍କାନାଳ ଲୋକସଭା ଓ ଏହା ମଧ୍ୟରେ ଥିବା 28ଟି ବିଧାନସଭା ସିଟର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ୭ଟି ଜିଲ୍ଲାରେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ଉପରେ ଫୋକସ କରିବାକୁ ଗୁରୁତ୍ବ । ଅଧିକ ପଢନ୍ତୁ

ସମ୍ବଲପୁରରେ CEOଙ୍କ ବୈଠକ, ୪ ଲୋକସଭା ଓ ୨୮ ବିଧାନସଭା ସିଟର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା
ସମ୍ବଲପୁରରେ CEOଙ୍କ ବୈଠକ, ୪ ଲୋକସଭା ଓ ୨୮ ବିଧାନସଭା ସିଟର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା

ସମ୍ବଲପୁରରେ CEOଙ୍କ ବୈଠକ, ୪ ଲୋକସଭା ଓ ୨୮ ବିଧାନସଭା ସିଟର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା

ସମ୍ବଲପୁର: ଗତକାଲି ସମ୍ବଲପୁର ଗସ୍ତରେ ଆସିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ସେ ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ଓ ଢେଙ୍କାନାଳ ଲୋକସଭା ଓ ଏହା ମଧ୍ୟରେ ଥିବା 28 ଟି ବିଧାନସଭା ସିଟର ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷାରେ ରାଜ୍ୟ ଅତିରିକ୍ତ ଡିଜି(ଲ ଆଣ୍ଡ ଅର୍ଡର), ରାଜ୍ୟ ପୋଲିସ ନୋଡାଲ ଅଫିସର ଭର୍ଚୁଆଲ ମୋଡ଼ରେ ରହିଥିବା ବେଳେ ସମ୍ବଲପୁର ଆଇଜି, ରାଉରକେଲା DIG, ତାଳଚେର DIG, ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି, 28ଟି ବିଧାନସଭା ସିଟର ରିଟର୍ଣ୍ଣିଙ୍ଗ ଅଫିସର ସାମିଲ ହୋଇଥିଲେ । ଏଥିରେ ସମ୍ବଲପୁର, ଦେବଗଡ, ଅନୁଗୋଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଢେଙ୍କାନାଳ ଜିଲ୍ଲାର 28ଟି ବିଧାନସଭା କ୍ଷେତ୍ରର ନିର୍ବାଚନ ପରିଚାଳନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା ହୋଇଛି ।

2024 ସାଧାରଣ ନିର୍ବାଚନକୁ କିପରି ଅବାଧ ଓ ନିରପେକ୍ଷ କରାଯିବ ସେନେଇ ତଥା ଆଦର୍ଶ ଆଚରଣ ବିଧି ପାଳନ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଅଧିକାରୀ । ଏହା ସହ ନିର୍ବାଚନ ସମୟରେ ହିଟଓ୍ବେଭକୁ ଆଖି ଆଗରେ ସମସ୍ତ ଜିଲ୍ଲା ପ୍ରଶାସନ ଭୋଟରଙ୍କ ସୁବିଧା ପାଇଁ ପଯ୍ୟାପ୍ତ ପାନୀୟ ଜଳ ଓ ଅନୁସଙ୍ଗିକ ବ୍ୟବସ୍ଥା କରିବା ନେଇ ସିଇଓ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି । ପୋଲିଂ ପର୍ସନାଲ ଓ ମୋବାଇଲ ପାର୍ଟି ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେନେଇ ପ୍ରାଥମିକତା ଦିଆଯାଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଦିବ୍ୟାଙ୍ଗ ଭୋଟର ଓ ବରିଷ୍ଠ ନାଗରିକଙ୍କୁ ଘରୁ ପୋଲିଂ ଷ୍ଟେସନକୁ ଆଣି ଘରକୁ ପହଞ୍ଚାଇବା ପର୍ଯ୍ୟନ୍ତ ଗାଡିର ବ୍ୟବସ୍ଥା ହେବ ବୋଲି ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ ...ମହିଳା ମତଦାନ ହାର ବଢ଼େଇବ ସଖି ବୁଥ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

କେତେକ ଭୋଟର ପୋଷ୍ଟାଲ ବାଲାଟର ସୁବିଧା ନେଇ ପାରିବେ ଓ ତାହା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି । ଆଚରଣ ବିଧି ଉଲ୍ଲଘଂନ ଯେମିତି ନହେବେ ସେନେଇ ଜିଲ୍ଲାପାଳ ମାନଙ୍କୁ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଓ କାର୍ଯ୍ୟକଳାପ 2019 ଅପେକ୍ଷା ହ୍ରାସ ପାଇ ଥିବା ବେଳେ ଏଥର ମଧ୍ୟ ମାଓ କାର୍ଯ୍ୟକଳାପ ଉପରେ ତୀକ୍ଷଣ ନଜର ରଖାଯିବ । ଯେମିତି କଳାଟଙ୍କା ବ୍ୟବହାର ନହୁଏ ସେନେଇ ଧ୍ୟାନ ଦିଆଯିବ । ସ୍ବଚ୍ଛ ଓ ଅବାଧ ନିର୍ବାଚନ ଉପରେ ଫୋକସ ଦିଆଯାଇଛି । 60ରୁ 70% ବୁଥରେ ଓ୍ବେବ କାଷ୍ଟିଂ କରାଯିବ ବୋଲି ସିଇଓ କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.