ଓଡିଶା

odisha

ଜାଗା ପଟ୍ଟା ସଂଶୋଧନ ଦାବିରେ ଆନ୍ଦୋଳନ, ଜୟ ଶ୍ରୀରାମ ଧ୍ୱନୀରେ କମ୍ପିଲା ତହସିଲ ଅଫିସ - PROTEST Over Land Record

By ETV Bharat Odisha Team

Published : May 4, 2024, 8:42 PM IST

Protest in Dhenkanal Tahasil Office: ଜାଗା ପଟ୍ଟା ସଂଶୋଧନରେ ବିଳମ୍ବ ଏବଂ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବା ଅଭିଯୋଗରେ ତହସିଲଦାରଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆନ୍ଦୋଳନ । ଅଧିକ ପଢ଼ନ୍ତୁ

ଜାଗା ପଟା ସଂଶୋଧନ ଦାବିରେ ଆନ୍ଦୋଳନ
ଜାଗା ପଟା ସଂଶୋଧନ ଦାବିରେ ଆନ୍ଦୋଳନ (Etv Bharat Odisha)

ଜାଗା ପଟା ସଂଶୋଧନ ଦାବିରେ ଆନ୍ଦୋଳନ (Etv Bharat Odisha)

ଢେଙ୍କାନାଳ: ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହେଲା ତହସିଲ ଅଫିସ । ଢେଙ୍କାନାଳ ତହସିଲ ଅନ୍ତର୍ଗତ ଭାପୁର ବେଗୁନିଆପାଳ ଗ୍ରାମର ଏକ ହନୁମାନ ମନ୍ଦିର ଜାଗା ପଟା ସଂଶୋଧନକୁ ନେଇ ଗ୍ରାମବାସୀ ପ୍ରତିବାଦ କରିଛନ୍ତି । ଏହି ପଟ୍ଟା ସଂଶୋଧନ ପାଇଁ ତହସିଲଦାର ଟାଳଟୁଳ ନୀତି ଅବଲମ୍ବନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯାହା ପ୍ରତିବାଦରେ ଆଜି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସିଲେ ବେଗୁନିଆପାଳ ଗ୍ରାମବାସୀ ।

ଗ୍ରାମବାସୀ ମାନଙ୍କ ଅଭିଯୋଗ ହେଲା, ଢେଙ୍କାନାଳ ତହସିଲ ଅନ୍ତର୍ଗତ ଭାପୁର ରାଜସ୍ୱ ନିରୀକ୍ଷକଙ୍କ ଅଧୀନରେ ଥିବା ବେଗୁନିଆପାଳ ଗ୍ରାମରେ ଏକ ହନୁମାନ ମନ୍ଦିର ନିର୍ମାଣ ହେଉଛି । ଯାହାକୁ ସେଠାକାର ଗ୍ରାମବାସୀ ନିର୍ମାଣ କରୁଛନ୍ତି । ଏହି ହନୁମାନ ମନ୍ଦିରର ଜାଗାକୁ ହନୁମାନ ମନ୍ଦିର ଟ୍ରଷ୍ଟ ନାମରେ ରେଜିଷ୍ଟ୍ରି କରିବା ପାଇଁ ଆବେଦନ କରାଯାଇଥିଲା । ହେଲେ ଦୁଇବର୍ଷ ତଳେ ଏହି ଜାଗା କିଣିବା ପରେ ତହସିଲ ପକ୍ଷରୁ ପଟ୍ଟା ପ୍ରସ୍ତୁତି ସମୟରେ ଜାଗାର ପ୍ଲଟ ନମ୍ବର ଭୁଲ ଲେଖାଯାଇଥିଲା । ଯାହାକୁ ନେଇ ଅଡୁଆରେ ପଡିଯାଇଛନ୍ତି ଗ୍ରାମବାସୀ । ତେବେ ଏହାକୁ ସଂଶୋଧନ କରିବା ପାଇଁ ଢେଙ୍କାନାଳ ତହସିଲଦାରଙ୍କ ପାଖରେ ଆଜକୁ ଏକ ବର୍ଷ ହେଲା ଆବେଦନ କରାଯାଇଛି । ଏପରିକି ଏଥିପାଇଁ ତହସିଲଦାରଙ୍କୁ ବାରମ୍ବାର ମଧ୍ୟ ଗୁହାରି କରି ଆସୁଛନ୍ତି ଗ୍ରାମବାସୀ । ଅନେକ ଥର ତହସିଲଦାରଙ୍କ ପାଖକୁ ଦୌଡୁଥିଲେ ମଧ୍ୟ ସେ ଏହି ସଂଶୋଧନ କାମକୁ ଗଡ଼ାଇ ଚାଲିଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ.. ସ୍ବଚ୍ଛ ନିର୍ବାଚନ ପାଇଁ ସଜାଗ ପୋଲିସ ପ୍ରଶାସନ, ସୋସିଆଲ ମିଡିଆ ଉପରେ ତୀକ୍ଷ୍‌ଣ ନଜର - Police Eyes On Social Media

ଯାହାକୁ ନେଇ ଗ୍ରାମବାସୀ ମାନେ ଦୌଡ଼ି ଦୌଡ଼ି ନୟାନ୍ତ ହୋଇପଡିଛନ୍ତି । ତେବେ ପରିଶେଷରେ କୌଣସି ବିକଳ୍ପ ନପାଇ ଧାରଣାରେ ବସିବା ପାଇଁ ମନସ୍ଥ କରିଥିଲେ । ଯାହାର ଫଳ ସ୍ବରୂପ ଆଜି ବେଗୁନିପାଳ ଗ୍ରାମବାସୀ ଢେଙ୍କାନାଳ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗ୍ରାମବାସୀ ମାନେ ତହସିଲଦାରଙ୍କ କୋଠରୀ ସମ୍ମୁଖରେ ତଳେ ବସି କାର୍ଯ୍ୟଳୟ ଘେରାଉ କରିଥିଲେ । ଧାରଣାରେ ବସିଥିବା ଲୋକଙ୍କ ହନୁମାନ ଚାଳିଶା ଓ ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା କାର୍ଯ୍ୟାଳୟ । ଫଳରେ ତହସିଲ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଗ୍ରାମବାସୀ ମାନେ ସମସ୍ତେ ପୀତବସ୍ତ୍ର ପରିଧାନ କରି ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଟାଉନ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ତହସିଲ ତୁରନ୍ତ ଗ୍ରାମବାସୀଙ୍କ ଦାବି ମୁତାବକ ଜାଗeର ନମ୍ବର ସଂଶୋଧନ କରିବାକୁ ପ୍ରତିଶୃତି ଦେବାରୁ ଗ୍ରାମବାସୀ ଆନ୍ଦୋଳନରୁ ହଟିଥିଲେ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details