ଓଡିଶା

odisha

ସମସ୍ୟା ଘେରରେ ଶୁଣ୍ଢିପଦର ପଞ୍ଚାୟତ, ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଫେରାଦ

By ETV Bharat Odisha Team

Published : Jan 30, 2024, 10:10 PM IST

Public grievance camp: ବୌଦ୍ଧ ଜିଲ୍ଲା ଶୁଣ୍ଢିପଦର ପଞ୍ଚାୟତରେ ଜିଲ୍ଲାପାଳଙ୍କ ଶେଷ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ। ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

ସମସ୍ୟା ଘେରରେ ଶୁଣ୍ଢିପଦର ପଞ୍ଚାୟତ
ସମସ୍ୟା ଘେରରେ ଶୁଣ୍ଢିପଦର ପଞ୍ଚାୟତ

ସମସ୍ୟା ଘେରରେ ଶୁଣ୍ଢିପଦର ପଞ୍ଚାୟତ

ବୌଦ୍ଧ:ବିଦାୟ ନେବା ପୂର୍ବରୁ ଜିଲ୍ଲାପାଳଙ୍କ ଶେଷ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ। ପଞ୍ଚାୟତ ଗଠନ ଠାରୁ କେବେ ମଧ୍ୟ ଜିଲ୍ଲା ଅଧିକାରୀ ପଞ୍ଚାୟତରେ ପହଞ୍ଚି ନଥିବା ବେଳେ ଆଜି ପ୍ରଥମ ଥର ପାଇଁ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପଞ୍ଚାୟତରେ ପହଞ୍ଚି ଥିଲେ । ତେବେ ବୌଦ୍ଧ ଜିଲ୍ଲା ଶୁଣ୍ଢିପଦର ପଞ୍ଚାୟତର ନିଜସ୍ଵ କାର୍ଯ୍ୟାଳୟ, ବିଦ୍ୟୁତ, ରାସ୍ତାଘାଟର ବ୍ୟାପକ ସମସ୍ୟା ରହିଥିବା ପ୍ରଶାସନର ନଜରକୁ ଆସିଥିଲା । ଏନେଇ ମାଳ ମାଳ ସମସ୍ୟା ଘେରରେ ଛନ୍ଦି ହୋଇ ରହିଥିବା ଶୁଣ୍ଢିପଦର ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଶହ ଶହ ହିତାଧିକାରୀ ଅଭିଯୋଗ ଶୁଣାଇ ଥିଲେ ।

ବୌଦ୍ଧ ଜିଲ୍ଲାର ଶୁଣ୍ଢିପଦର ଏଭଳି ଏକ ପଞ୍ଚାୟତ ଯେଉଁଠାରେ ବିକାଶ ମୂଳକ ଯୋଜନା ଠିକରେ କାର୍ଯ୍ୟକାରୀ ହେଉନାହିଁ। ୧୬ ଗୋଟି ଓ୍ବାର୍ଡକୁ ନେଇ ଗଠିତ ଶୁଣ୍ଢିପଦର ପଞ୍ଚାୟତରେ ଆବାସ,ରାସନ୍, ସାମାଜିକ ସୁରକ୍ଷା, ପାନୀୟଜଳ, ଗମନାଗମନ ଭଳି ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇ ରହିଛି । ସେହିପରି ଶୁଣ୍ଢିପଦର ପଞ୍ଚାୟତ କାର୍ଯ୍ୟାଳୟର ନିଜସ୍ଵ ସ୍ଥାୟୀ ଗୃହ ନ ଥିବା ବେଳେ କାର୍ଯ୍ୟାଳୟକୁ ବିଦ୍ୟୁତ ସଂଯୋଗ କିମ୍ବା ପାନୀୟଜଳ ନାହିଁ। ଏପରିକି ଶୁଣ୍ଢିପଦର ପଞ୍ଚାୟତ କାର୍ଯ୍ୟାଳୟକୁ ଭଲ ରାସ୍ତା ଖଣ୍ଡିଏ ନାହିଁ । ଫଳରେ ପଞ୍ଚାୟତ ନିକଟରେ ଥିବା ଧାନମଣ୍ଡି ଓ ବିଦ୍ୟାଳୟକୁ ମଧ୍ୟ ଯାତାୟାତରେ ବ୍ୟାପକ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ - ସମସ୍ୟା ଘେରରେ ବୌଦ୍ଧ ସଦର ବ୍ଲକ, ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଫେରାଦ

ସେହିପରି ପଞ୍ଚାୟତର ଧାନ ମଣ୍ଡିରୁ ଦୀର୍ଘ ମାସେ ହେଲା ଚାଷୀମାନେ ଧାନ ବିକ୍ରି କରିପାରୁ ନ ଥିବା ବେଳେ ପଞ୍ଚାୟତ ସଦର ଅଙ୍ଗନବାଡି କେନ୍ଦ୍ରର ଗୃହ ଓ ଏଏନ ଏମ ସେଣ୍ଟର ନାହିଁ । ଫଳରେ ଅଞ୍ଚଳର ଅଧିବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଶୁଣ୍ଢିପଦର ପଞ୍ଚାୟତ ଠାରେ ଅଭିଯୋଗ ଶୁଣାଣୀ ପାଇଁ ପହଞ୍ଚି ଥିବା ବେଳେ ସ୍ଥାନର ଅଭାବରୁ ଏକ ପଡ଼ିଆରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କ ବଦଳି ହେବା ପୂର୍ବରୁ ଶେଷ ଅଭିଯୋଗ ଶୁଣାଣୀରେ ସେ ଯୋଗ ଦେଇଥିଲେ । ତେବେ ମାଳ ମାଳ ସମସ୍ୟା ଘେରରେ ଛନ୍ଦି ହୋଇ ରହିଥିବା ଶୁଣ୍ଢିପଦର ପଞ୍ଚାୟତ ଉପରେ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details