ଓଡିଶା

odisha

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ବିଜେପି

By ETV Bharat Odisha Team

Published : Jan 29, 2024, 10:35 PM IST

PM Visit Sambalpur Preparation: ଆସନ୍ତା 3 ତାରିଖରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି l ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିବେ l ପରେ ସମ୍ବଲପୁର ସହର ରେମେଡ ଛକ ସ୍ଥିତ ପଡିଆରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ l ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ବିଜେପି
ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ବିଜେପି

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର ଜିଲ୍ଲା ବିଜେପି

ସମ୍ବଲପୁର: ଆସନ୍ତା 3 ତାରିଖରେ ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦି l ସମ୍ବଲପୁର ଗସ୍ତରେ ଆସି ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି l ଏହା ପରେ ସମ୍ବଲପୁର ସହର ରେମେଡ ଛକ ସ୍ଥିତ ପଡିଆରେ ବିଶାଳ ଜନ ସମାବେଶକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି l ମୋଦିଙ୍କ ଏହି ଗସ୍ତ ପାଇଁ ଉତ୍ସାହିତ ସମ୍ବଲପୁର ବିଜେପି ଶିବିର l ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲଙ୍କ ନେତୃତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଥିବାବେଳେ ପ୍ରତ୍ୟେକ ଦିନ ଛୋଟ ବଡ ବୈଠକ ଜାରି ରହିଛି l

ଅଧିକ ପଢନ୍ତୁ- ସରଗରମ ସମ୍ବଲପୁର ରାଜନୀତି; କାଲି ମୁଖ୍ୟମନ୍ତ୍ରୀ, 3ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ

ମୋଦିଙ୍କ ଗସ୍ତ ପାଇଁ ଉତ୍ସାହିତ ସମ୍ବଲପୁର ବିଜେପି ଶିବିର l ସାଧାରଣ ନିର୍ବାଚନକୁ ଆଉ ମାତ୍ର କେଇ ମାସ ଥିବା ବେଳେ ମୋଦିଙ୍କ ଏହି ଗସ୍ତ କେବଳ ସମ୍ବଲପୁର ବିଜେପି ନୁହେଁ ରାଜ୍ୟ ବିଜେପି ପାଇଁ ବହୁ ଗୁରୁତ୍ବ ବହନ କରୁଛି l ଉପକୂଳବର୍ତ୍ତୀ ଜିଲ୍ଲା ଅପେକ୍ଷା ପଶ୍ଚିମ ଓଡ଼ିଶାରେ ବିଜେପିର ଦବଦବା ପୂର୍ବରୁ ଥିବା ବେଳେ ମୋଦିଙ୍କ ଏହି ଗସ୍ତ ବିଜେପିର ସ୍ଥିତିକୁ ଆହୁରି ଦୃଢୀଭୂତ ଓ ସଂଗଠିତ କରିବ ବୋଲି ଆଶା ରଖିଛନ୍ତି ବିଜେପି ନେତା କାର୍ଯ୍ୟକର୍ତା l ଏଥିପାଇଁ ଏବେ ସମ୍ବଲପୁର ଜିଲ୍ଲା ବିଜେପି ଶିବିର ଚଳ ଚଞ୍ଚଳ ହୋଇ ଉଠିଛି l ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସମ୍ବଲପୁର ଗସ୍ତରେ ଆସି ଦଳୀୟ ନେତା କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରସ୍ତୁତି ବୈଠକ କରିବା ସହ ଆଇଆଇଏମ କ୍ୟାମ୍ପସ, ଜନ ସମାବେଶ ହେବାକୁ ଥିବା ରେମେଡ ସ୍ଥିତ ପଡିଆ, ପାର୍କିଂ ବ୍ୟବସ୍ଥା, ହେଲିପ୍ୟାଡ ଆଦି ବୁଲି ଦେଖିବା ସହ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି l

ସମ୍ବଲପୁର ରେଙ୍ଗାଲି ବିଧାୟକ ନାଉରୀ ନାଏକ କହିଛନ୍ତି ଯେ ମୋଦିଙ୍କ ଗସ୍ତ ପାଇଁ କେବଳ ବିଜେପି କାର୍ଯ୍ୟକର୍ତ୍ତା ନୁହେଁ ବରଂ ଗାଁ ଗହଳିରୁ ସହରର ସାଧରଣ ଲୋକ ବହୁତ ଉତ୍ସାହିତ ଅଛନ୍ତି। ଉତ୍ସୁକତାର ସହିତ ମୋଦିଙ୍କ ଗସ୍ତକୁ ଅପେକ୍ଷା କରିଛନ୍ତି l ମୋଦିଙ୍କୁ ଟିକେ ଦେଖିବା ତାଙ୍କ ଭାଷଣ ଶୁଣିବା ପାଇଁ ସାଧରଣ ଲୋକଙ୍କ ମନ ଭିତରେ ଉତ୍କଣ୍ଠା ଭରି ରହିଛି l ଏଥିପାଇଁ ମୋଦିଙ୍କ କାର୍ଯ୍ୟକ୍ରମରେ ପ୍ରବଳ ଜନ ଗହଳି ହେବ l ଏହି ଜନ ଗହଳି ପରିଚାଳନା ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ରେଙ୍ଗାଲି ବିଧାୟକ l ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ କେବଳ ସମ୍ବଲପୁର ପାଇଁ ନୁହେଁ ସମଗ୍ର ରାଜ୍ୟ ପାଇଁ ନୂଆଁ ଦିଶା ସ୍ଥିର କରିବ ବୋଲି କହିଛନ୍ତି ରେଙ୍ଗାଲି ବିଧାୟକ l

ଅନ୍ୟପଟେ ଜିଲ୍ଲା ବିଜେପିର ବିଶିଷ୍ଟ ନେତା ପ୍ରମୋଦ ରଥ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଜୋର ସୋରରେ ଚାଲିଛି l କାର୍ଯ୍ୟକ୍ରମର ଚୂଡାନ୍ତ ତାଲିକା ଆସିନାହିଁ। ପ୍ରତ୍ୟେକ ଦିନ ପ୍ରସ୍ତୁତି ବୈଠକ ଜାରି ରହିଛି l ମୋଦିଙ୍କ ଗ୍ୟାରେଣ୍ଟି ଓ କେନ୍ଦ୍ର ସରକାରଙ୍କ ବିକାଶର ଗାଥା ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଶୁଣିବା ପାଇଁ ଲୋକେ ଉତ୍ସାହିତ ଅଛନ୍ତି l ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପଶ୍ଚିମ ଓଡିଶା ତଥା ସମଗ୍ର ରାଜ୍ୟରେ ବିଜେପି ପାଇଁ ଫଳପ୍ରଦ ହେବ l ଏହା ସହ ଆଗାମୀ ନିର୍ବାଚନରେ ବିଜେପି କିପରି ଭଲ ପ୍ରଦର୍ଶନ କରିବ ସେନେଇ କାର୍ଯ୍ୟକର୍ତ୍ତା ଏହି ଗସ୍ତ ଯୋଗୁଁ ଉତ୍ସାହିତ ହେବେ ବୋଲି କହିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details