ଓଡିଶା

odisha

ଏସସିବିରୁ ୫ ଦଲାଲ ଗିରଫ, ରୋଗୀଙ୍କୁ ପଠାଉଥିଲେ ଘରୋଇ ହସ୍ପିଟାଲ

By ETV Bharat Odisha Team

Published : Feb 8, 2024, 7:59 PM IST

5 Ambulance Drivers Arrested: ଏସସିବି ମେଡିକାଲରୁ ୫ ଦଲାଲ ଡ୍ରାଇଭର ଗିରଫ । ଏସସିବି ମେଡିକାଲକୁ ଆସୁଥିବା ରୋଗୀ ତଥା ସେମାନଙ୍କ ପରିବାର ବର୍ଗଙ୍କୁ ଭଲ ଚିକିତ୍ସାର ପ୍ରତିଶ୍ରୁତି ଦେଇ କରୁଥିଲେ ଘରୋଇ ନର୍ସିଂ ହୋମ ବା ହସ୍ପିଟାଲରେ ଆଡମିଶନ । ଅଧିକ ପଢନ୍ତୁ

ଏସସିବିରୁ ୫ ଦଲାଲ ଡ୍ରାଇଭର ଗିରଫ, ରୋଗୀଙ୍କୁ ପଠାଉଥିଲେ ଘରୋଇ ହସ୍ପିଟାଲ
ଏସସିବିରୁ ୫ ଦଲାଲ ଡ୍ରାଇଭର ଗିରଫ, ରୋଗୀଙ୍କୁ ପଠାଉଥିଲେ ଘରୋଇ ହସ୍ପିଟାଲ

ଏସସିବିରୁ ୫ ଦଲାଲ ଡ୍ରାଇଭର ଗିରଫ, ରୋଗୀଙ୍କୁ ପଠାଉଥିଲେ ଘରୋଇ ହସ୍ପିଟାଲ

କଟକ: ଦଲାଲ ସାଜିଥିଲେ ଆମ୍ବୁଲାନ୍ସ ଚାଳକ । ଏସସିବି ମେଡିକାଲରେ ରୋଗୀମାନଙ୍କ ଅସହାୟତାର ସୁଯୋଗ ନେଇ ବିଭ୍ରାନ୍ତ କରୁଥିଲେ ଡ୍ରାଇଭର । ଘରୋଇ ନର୍ସିଂ ହୋମ ବା ହସ୍ପିଟାଲ ଆଡମିଶନ କରାଇବାକୁ ପ୍ରବର୍ତ୍ତାଉଥିଲେ । ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ମଙ୍ଗଳାବାଗ ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୋଗ ଆସିବା ପରେ ପୋଲିସର ଏକ ସଧା ପୋଷାକ ଟିମ ଗଠନ କରି ଏହି ଦଲାଲ ମାନଙ୍କ ଉପରେ ନଜର ରଖିଥିଲା । ଏହାପରେ ଆଜି ଏହି ଘଟଣାରେ ୫ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ହୋଇଥିବା ୫ ଜଣ ହେଉଛନ୍ତି ତିରନାଥ ନାୟକ, ସେକ ମିଟୁନା, ବିଶ୍ଵଜିତ ପରିଡା ଅବଦୁଲ ୟାଦୁଦ ଖାନ ଓ ବଳିଆ ।

ଏହା ମଧ୍ୟ ପଢନ୍ତୁ ...ହାଇକୋର୍ଟରେ SCB ଅଗ୍ନି ନିରାପତ୍ତା ମାମଲା, ସାନି ସତ୍ୟପାଠ ଦାଖଲ କରିବେ ଅଧୀକ୍ଷଣ ଯନ୍ତ୍ରୀ

ଏ ସମ୍ବନ୍ଧରେ କମିଶନରେଟ ପୋଲିସର ଜୋନ ୨ ଏସିପି ଅମିତାଭ ମହାପାତ୍ର କହିଛନ୍ତି," ଗିରଫ ହୋଇଥିବା ଅଭିଯୁକ୍ତ ମାନେ କୌଣସି ପେଶାଦାର ଆମ୍ବୁଲାନ୍ସ ଡ୍ରାଇଭର ନୁହଁନ୍ତି । ସେମାନେ ଏସସିବି ମେଡିକାଲକୁ ଆସୁଥିବା ରୋଗୀ ତଥା ସେମାନଙ୍କ ପରିବାର ବର୍ଗଙ୍କୁ ଟାର୍ଗେଟ କରୁଥିଲେ । କାଜୁଆଲିଟିରେ ନୂଆ କରି ଭର୍ତ୍ତି ହୋଇଥିବା ରୋଗୀ ମାନଙ୍କୁ ତଥା ଆଉଟଡୋରରେ ଦୀର୍ଘ ସମୟ ଧରି ଅପେକ୍ଷାରତ ରୋଗୀ ଓ ପରିବାର ଲୋକଙ୍କୁ ନିଜ ମିଛ ଜାଲରେ ଫସାଉଥିଲେ । ଫଳରେ ଭଲ ସ୍ବାସ୍ଥ୍ୟ ସେବା ଖୋଜୁଥିବା ଲୋକ ମାନଙ୍କୁ ଭଲ ଟ୍ରିଟମେଣ୍ଟ, ଭଲ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ବାରା ଚିକିତ୍ସାର ପ୍ରତିଶୃତି ଦେଇ ପ୍ରାଇଭେଟ ନର୍ସିଂହୋମକୁ ଆଣୁଥିଲେ ।" ତେବେ ଏହି ରାକେଟରେ କୌଣସି ନର୍ସିଂ ହୋମ କିମ୍ବା ଡାକ୍ତରମାନଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି ଜୋନ 2 ଏସିପି ।

ସୂଚନା ଯୋଗ୍ୟ ଯେ ପୂର୍ବରୁ ଏସସିବି ବଡ଼ ମେଡିକାଲ ହେବ ଦଲାଲ ମୁକ୍ତ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ସ୍ବାସ୍ଥ୍ୟ ବିଭାଗ ତରଫରୁ ଜାରି ନିର୍ଦେଶ ମୁତାବକ ଏସସିବି ପକ୍ଷରୁ ଗଠନ ହୋଇଥିଲା ଏକ ସ୍ୱତନ୍ତ୍ର ଟିମ । ଏହି ଟିମ ସମସ୍ତ ବିଭାଗ ବିଶେଷକରି ମେଡିସନ ଓ କାଜୁଆଲଟି ଭଳି ବିଭାଗ ଉପରେ ନଜର ରଖିବା ଦାୟିତ୍ବ ନ୍ୟସ୍ତ କରାଯାଇଥିଲା । ଏହି ଘଟଣା ସାମନାକୁ ଆସିବା ପରେ ଏସିସିବି ପରିସରରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details