ଓଡିଶା

odisha

ରାଉରକେଲାରେ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

By ETV Bharat Odisha Team

Published : Feb 22, 2024, 5:31 PM IST

Fire Workers Protest In Rourkela: ରାଜ୍ୟ ସରକାରଙ୍କ ବିରୋଧରେ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ । ପୋଲିସ ସହ ସମାନ ଦରମା ଏବଂ ଭତ୍ତା ପ୍ରଦାନ ଦାବି କରିଛନ୍ତି ଆନ୍ଦୋଳନକାରୀ । ଅଧିକ ପଢନ୍ତୁ

ରାଉରକେଲାରେ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ରାଉରକେଲାରେ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ରାଉରକେଲାରେ ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଅଗ୍ନିଶମ କର୍ମଚାରୀଙ୍କ ପ୍ରତିବାଦ । ଦୁଇ ଦାଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅଗ୍ନିଶମ କର୍ମଚାରୀ । ଗତକାଲି ଠାରୁ କଳାବ୍ୟାଜ ପିନ୍ଧି ଜିଲ୍ଲାର ସମସ୍ତ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣରେ ବସିଛନ୍ତି କର୍ମଚାରୀ । ପୋଲିସ ସହ ସମାନତା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଏହି ଆନ୍ଦୋଳନ ।

ରାଉରକେଲା ସର୍କଲ ପାନପୋଷ ଦମକଳ କେନ୍ଦ୍ରର ଅଗ୍ନିଶମ କର୍ମଚାରୀଙ୍କ ସହ କୁଆରମୁଣ୍ଡା, ବିଶ୍ରା, ନୂଆଗାଁ, ଗୁରୁଣ୍ଡିଆ, ଲହୁଣୀପଡା, ବଣାଇ ଏବଂ କୋଇଡା ଅଞ୍ଚଳରେ ଦମକଳ ବାହିନୀ ଶାନ୍ତିପୂର୍ଣ୍ଣ ଭାବରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଓଡ଼ିଶା ପୋଲିସ ବାହିନୀ ଏବଂ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରେ ଦରମା ଓ ଭତ୍ତାର ଚାଲିଥିବା ପାର୍ଥକ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଗ୍ନିଶମ ବିଭାଗର ଅଗ୍ନିଶମ କର୍ମଚାରୀ, ଡ୍ରାଇଭର ଏବଂ ମୁଖ୍ୟ ହାବିଲଦାରଙ୍କ ଦ୍ୱାରା ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ଆନ୍ଦୋଲନକାରୀ ମାନେ ଦାବି କରିଛନ୍ତି ପୋଲିସ ସହ ସମାନ ଦରମା ଏବଂ ଭତ୍ତା ପ୍ରଦାନ କରିବା । ଓଡ଼ିଶା ପୋଲିସରେ କନଷ୍ଟେବଳ ଓ ହାବିଲଦାରମାନେ ପାଉଥିବା ପ୍ରାପ୍ୟକୁ ସମାନ ଭାବରେ ଅଗ୍ନିଶମ ବିଭାଗରେ ମଧ୍ୟ ଲାଗୁ କରିବାକୁ ଦାବି କରିଛନ୍ତି ।ଏଥିସହ ଫାୟାର ସର୍ଭିସ ୟୁନିୟନ ଗଠନ ସହ ସଂଘକୁ ସମ୍ପୂର୍ଣ୍ଣ ସରକାରୀ ମାନ୍ୟତା ପାଇଁ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ......୨ ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗ କର୍ମଚାରୀ

ଏହା ମଧ୍ୟ ପଢନ୍ତୁ .....ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ଅଗ୍ନିଶମ ବିଭାଗ କର୍ମଚାରୀ

ସେପଟେ ସରକାରଙ୍କ ପାଖରେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଯେକୌଣସି ପରିସ୍ଥିତିରେ ଲୋକଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ହେଲେ ଚଳିତ ଥର ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବା ସହ କୌଣସି ଜରୁରୀକାଳୀନ ପରିସ୍ଥିରେ ମଧ୍ୟ ସହଯୋଗ ନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଯେଉଁ ପର୍ଯ୍ୟନ୍ତ ସରକାର ଅଗ୍ନିଶମ କର୍ମଚାରୀ ଆନ୍ଦୋଳନକୁ ପୂରଣ କରି ନାହାନ୍ତି,ସେହି ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମଳିଛି ।

ପ୍ରକାଶ ଯୋଗ୍ୟ ପୂର୍ବରୁ ଦୁଇ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଜପତି ଜିଲ୍ଲା ରାଇରଙ୍ଗପୁର ସ୍ଥିତ ଅଗ୍ନିଶମ ବିଭାଗ କର୍ମଚାରୀମାନେ । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗର ଆଗ୍ନିକ, ମୁଖ୍ୟ ଆଗ୍ନିକ, ଆଗ୍ନିକ ଗାଡିଚାଳକ ଏବଂ ଡ୍ରାଇଭର ହାବିଲଦାର ମାନେ ସାମିଲ ହୋଇଛନ୍ତି ।



ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details