ଭୁବନେଶ୍ବର:ନାମାଙ୍କନ ଭରିଲେ ଜଗନ୍ନାଥ ପ୍ରଧାନ । ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଅତିରିକ୍ତ ଜିଲ୍ଲପାଳ କାର୍ଯ୍ୟାଳୟ ଭୁବନେଶ୍ୱରର ଠାରେ ନାମାଙ୍କନ ଭରିଛନ୍ତି । ନାମାଙ୍କନ ସମୟରେ ବିଜେପିର ଭୁବନେଶ୍ୱର ସାଂସଦ ତଥା ଲୋକସଭା ଆସନ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଉପସ୍ଥିତ ଥିଲେ । ରାଜ୍ୟରେ ହେବାକୁ ଥିବା ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟର ନାମାଙ୍କନର ପ୍ରକ୍ରିୟା ଜାରି ରହିଥିବାବେଳେ ଏହି କ୍ରମରେ ଆଜି ଜଗନ୍ନାଥ ନିଜ ସମର୍ଥକ ସହ ବିରାଟ ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ।
ଭୁବନେଶ୍ବର ମଧ୍ୟ ବିଜେପି କାର୍ଯ୍ୟାଳୟରୁ ଜଗନ୍ନାଥଙ୍କ ଶୋଭାଯାତ୍ରା ବାହାରି ରାଜ୍ୟ କାର୍ଯ୍ୟାଳୟ ଦେଇ କଳ୍ପନାରେ ଶେଷ ହୋଇଥିଲା । ପରେ ସେଠାରୁ ପଦଯାତ୍ରାରେ ଅପରାଜିତା ଷଡଙ୍ଗୀ ଓ ଜଗନ୍ନାଥ ପ୍ରଧାନ ଚାଲି ଚାଲି ଯାଇ ନାମାଙ୍କନ ଭରିଛନ୍ତି । ବାଜା ବାଣ ସହ ସମର୍ଥକଙ୍କ ନାରାବାଜିରେ କୋଳାହଳରେ ଜଗନ୍ନାଥଙ୍କ ବିରାଟ ପଟୁଆର ସହର ସାରା ବୁଲିବା ପରେ ନାମାଙ୍କନ ଭରିଥିଲେ ।
ତେବେ ନାମାଙ୍କନ ଭରିବା ପରେ ମତ ରଖିଛନ୍ତି ଜଗନ୍ନାଥ ପ୍ରଧାନ । ସେ କହିଛନ୍ତି," ମୁଁ ଆଜିର ନାମାଙ୍କନ ଶୋଭାଯାତ୍ରାରେ ସାଧାରଣ ଲୋକଙ୍କ ଅଦ୍ଭୂତପୂର୍ବ ସମର୍ଥନ ପାଇଁ ଅତ୍ୟନ୍ତ ଖୁସି ଅଛି । ତିନି ତିନି ଥର ହାରିବା ପରେ ବି ପରେ ଦଳ ମୋ ଉପରେ ଆସ୍ଥା ରଖି ଟିକଟ ଦେଇଛି । ଦଳର ଆସ୍ଥାକୁ ମୁଁ ବଜାୟ ରଖିବି, ଲୋକଙ୍କ ଆଶୀର୍ବାଦ ଭଲପାଇବା ସ୍ନେହ ଶ୍ରଦ୍ଧାକୁ ନେଇ ଏଥର ବିଜୟୀ ହେବି ।"