ଓଡିଶା

odisha

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠୁ ନାମାଙ୍କନ, ମେ 25ରେ ପଡ଼ିବ ଭୋଟ୍ - sixth phase lok sabha election

By ETV Bharat Odisha Team

Published : Apr 29, 2024, 9:02 AM IST

Updated : Apr 29, 2024, 11:40 AM IST

Odisha Third Phase Lok sabha Election Notification: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି । ଆଜିଠାରୁ ନାମାଙ୍କନ ଭରିବେ ପ୍ରାର୍ଥୀ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ:ଓଡିଶାରେ ତୃତୀୟ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଥିବା ବେଳେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ ଆରମ୍ଭ ହେବ । ସେହିପରି ଭାରତରେ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ଷଷ୍ଠ ପର୍ଯ୍ୟାୟରେ 7 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 57 ଲୋକସଭା ଆସନ ପାଇଁ ମତଦାନ ହେବ। ଆସନ୍ତା ମେ 6 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । 7 ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ । 9 ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯିବ । ଏନେଇ ନିର୍ବାଚନ ଆୟୋଗକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

SIXTH PHASE LOK SABHA ELECTION
ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି
ଏପ୍ରିଲ 29 ନାମାଙ୍କନ ଦାଖଲ
ମେ 6 ନାମାଙ୍କନ ଦାଖଲର ଶେଷ ତାରିଖ
ମେ 7 ନାମାଙ୍କନ ଯାଞ୍ଚ
ମେ 9 ନାମାଙ୍କନ ପତ୍ର ପ୍ରତ୍ୟାହାର

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି: ଆଜିଠାରୁ ନାମାଙ୍କନ, ମେ 20ରେ ଭୋଟ୍ - ODISHA SECOND PHASE NOTIFICATION

ଓଡିଶାରେ ଏହି ସବୁ ଆସନ ପାଇଁ ନାମାଙ୍କନ ଭରିବେ ପ୍ରାର୍ଥୀ: ମେ 25 ତାରିଖରେ ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାର 6 ଲୋକସଭା ଆସନ ଓ 42 ବିଧାନସଭା ଆସନରେ ମତଦାନ ହେବ । ଏହି ସବୁ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ନେତା ଆଜି ପ୍ରାର୍ଥୀ ପତ୍ର ଦାଖଲ କରିବେ ।

6 ଲୋକସଭା ଆସନ:ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବର ଲୋକସଭା ଆସନରେ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ ।

42 ବିଧାନସଭା ଆସନ: କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର, ଅନୁଗୋଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ ।

6 ଲୋକସଭା ଆସନର ବିଧାନସଭା ସିଟ

ସମ୍ବଲପୁର

(ଲୋକସଭା)

କୁଚିଣ୍ଡା ରେଙ୍ଗାଲି ସମ୍ବଲପୁର ରେଢ଼ାଖୋଲ ଦେବଗଡ଼ ଛେଣ୍ଡିପଦା ଆଠମଲ୍ଲିକ

କେନ୍ଦୁଝର

(ଲୋକସଭା)

ତେଲକୋଇ ଘସିପୁରା ଆନନ୍ଦପୁର ପାଟଣା କେନ୍ଦୁଝର ଚମ୍ପୁଆ କରଞ୍ଜିଆ

ଢେଙ୍କାନାଳ

(ଲୋକସଭା)

ଢେଙ୍କାନାଳ ହିନ୍ଦୋଳ କାମାକ୍ଷାନଗର ପରଜଙ୍ଗ ପାଲଲହଡ଼ା ତାଳଚେର ଅନୁଗୋଳ

କଟକ

(ଲୋକସଭା)

ବଡ଼ମ୍ବା ବାଙ୍କୀ ଆଠଗଡ଼ ବାରବାଟୀ କଟକ ଚୌଦ୍ବାର କଟକ କଟକ ସଦର ଖଣ୍ଡପଡା

ପୁରୀ

(ଲୋକସଭା)

ପୁରୀ ବ୍ରହ୍ମଗିରି ସତ୍ୟବାଦୀ ପିପିଲି ଚିଲିକା ରଣପୁର ନୟାଗଡ଼

ଭୁବନେଶ୍ବର

(ଲୋକସଭା)

ଜୟଦେବ ଭୁବନେଶ୍ବର ମଧ୍ୟ ଭୁବନେଶ୍ବର ଉତ୍ତର ଏକାମ୍ର ଭୁବନେଶ୍ବର ଜଟଣୀ ବେଗୁନିଆ ଖୋର୍ଦ୍ଧା,

ଗତ ଏପ୍ରିଲ 26 ତାରିଖରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଓ ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମୋ 3 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । 8 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 49 ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ ଜାରି ରହିଛି । ଦ୍ବିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସିକା ଆସନରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ 18 ତାରିଖରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ନାମାଙ୍କନ ପ୍ରତ୍ୟାହାର ତାରିଖ ରହିଛି । ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଓ 28ଟି ବିଧାନସଭା ଆସନରେ ହେବ ମତଦାନ ।

Last Updated :Apr 29, 2024, 11:40 AM IST

ABOUT THE AUTHOR

...view details