ଓଡିଶା

odisha

ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ଭୁବନେଶ୍ବରରେ ପହଞ୍ଚି ବ୍ରହ୍ମପୁର ନଡ୍ଡାଙ୍କ ଯାତ୍ରା - JP Nadda arrives in odisha

By ETV Bharat Odisha Team

Published : Apr 28, 2024, 5:44 PM IST

Updated : Apr 28, 2024, 6:02 PM IST

JP Nadda In Odisha: ଭୁବନେଶ୍ବରରେ ପହଞ୍ଚି ବ୍ରହ୍ମପୁର ବାହାରିଲେ ନଡ୍ଡା । ନଡ୍ଡାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଲା ରାଜ୍ୟ ବିଜେପି ।

JP Nadda In Odisha
JP Nadda In Odisha

JP Nadda In Odisha

ଭୁବନେଶ୍ବର:ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ବରରେପହଞ୍ଚି ବ୍ରହ୍ମପୁର ବାହାରିଲେ ନଡ୍ଡା । ଭୁବନେଶ୍ବର ବିମାନବନ୍ଦରରେ ନଡ୍ଡାଙ୍କୁ ସ୍ବାଗତ ଜଣାଇ ପାଛୋଟି ନେଇଛନ୍ତି ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନଡ୍ଡା ବ୍ରହ୍ମପୁର ଯାଇଛନ୍ତି । ବ୍ରହ୍ମପୁରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

JP Nadda In Odisha

ନଡ୍ଡାଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି ଦଳୀୟ କର୍ମକର୍ତ୍ତା । ସଭା ଆରମ୍ଭ ହୋଇଯାଇଥିବାବେଳେ ନଡ୍ଡାଙ୍କୁ ବ୍ରହ୍ମପୁରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ଏହି ସମାବେଶରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ୟାଦବ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହା ବି ପଢନ୍ତୁ...ଗର୍ଜିଲେ ରାହୁଲ: ବିଜେପି-ବିଜେଡି ବିବାହ ହୋଇଛି, ଓଡ଼ିଶାରେ ପାଣ୍ଡିଆନ ଶାସନ ଚଳାଉଛନ୍ତି - Rahul Gandhi In Odisha

ସେହିପରି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସାଧାରଣ ସଂଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ସାରଦା ପ୍ରସାଦ ଶତପଥୀ, ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ଗଞ୍ଜାମ ଜିଲ୍ଲା ସଭାପତି ଡକ୍ଟର ସୁବାସ ସାହୁ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ତେବେ ବିଜେପି ଫୋକସରେ ରହିଛି ଓଡ଼ିଶା । ଶାହଙ୍କ ଓଡ଼ିଶା ଗସ୍ତ ପରେ ପରେ ନଡ୍ଡାଙ୍କ ଓଡ଼ିଶା ଆଗମନ ବେଶ ଗୁରୁତ୍ବ ବହନ କରୁଛି । ନିର୍ବାଚନ ପୂର୍ବରୁ ରାଜ୍ୟକୁ କେନ୍ଦ୍ରୀୟ ନେତୃତ୍ବଙ୍କ ଘନ ଘନ ଗସ୍ତ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଶାହଙ୍କ ମନ୍ତବ୍ୟ କର୍ମୀଙ୍କୁ ଉତ୍ସାହିତ ସହିତ ଉଠାଇବ ପ୍ରଶ୍ନ: ବରିଷ୍ଠ ସାମ୍ବାଦିକ - Politics On AMIT SHAH VISIT

ସେପଟେ କଂଗ୍ରେସ ମଧ୍ୟ ପଛରେ ରହିନାହିଁ । ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ସାଲେପୁରରେ ଅଭିଭାଷଣ ରଖିଛନ୍ତି । ରାଜ୍ୟବାସୀଙ୍କୁ ୫ ଗ୍ୟାରେଣ୍ଟି ଦେଇ ନିର୍ବାଚନୀ ରଣନୀତି କରିଛନ୍ତି । ଏହାସହ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରି କଟାକ୍ଷ କରିଛନ୍ତି ରାହୁଲ । ଆଜି ଗୋଟିଏ ଦିନରେ ଦୁଇ ଦୁଇ ହେଭିୱେଟଙ୍କ ଓଡ଼ିଶା ଗସ୍ତ ଦେଖିବାକୁ ମିଳିଛି। ଏହା ନିର୍ବାଚନରେ କି ପ୍ରଭାବ ପକାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 28, 2024, 6:02 PM IST

ABOUT THE AUTHOR

...view details